ପୋଲରୁ ତଳକୁ ଖସିଲା ବୋଲେରୋ : ଦୁର୍ଘଟଣାରେ ୩ ଗୁରୁତର, ୫ ଆହତ
December 18
10:16
2025
ମୟୂରଭଞ୍ଜ/ ମୋରଡା,୧୮/୧୨: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏକ ପୋଲରୁ ୪୦ ଫୁଟ୍ ତଳକୁ ବୋଲେରୋ ଖସି ପଡିଛି। ଫଳରେ ୩ ଜଣ ଗୁରୁତର ହେବା ସହିତ ୫ଜଣ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ,ଗତକାଲି ବିଳମ୍ବିତ ରାତିରେ ପଡୋଶୀ ପଶ୍ଚିମବଙ୍ଗ ରାଜ୍ୟର ଗୋପୀବଲ୍ଳଭପୁରରୁ ଏକ ବୋଲେରୋ ଯୋଗେ ୯ଜଣ ଲୋକେ ରାସଗୋବିନ୍ଦପୁର ଥାନା ଅଧୀନ ଝାଟିଅଡା ଗ୍ରାମର ଏକ ବାହାଘରରେ ଯୋଗ ଦେବାକୁ ଯାଉଥିବାବେଳେ କୌଣସି କାରଣ ବଶତଃ ନଳଗଜା ପୋଲରୁ ଚାଳିଶ ଫୁଟ ତଳକୁ ବୋଲେରୋଟି ଖସି ପଡିଥିଲା।
ଫଳରେ ଗାଡ଼ିରେ ଥିବା ସତ୍ୟବାନ ବାବୁଲି,ରସନ ଦାସ,କ୍ରିଷ୍ଣା ବାଗ ଗୁରୁତର ହୋଇଥିବା ବେଳେ ପାଞ୍ଚ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଏମାନଙ୍କୁ ଉଦ୍ଧାର କରି ରାସଗୋବିନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ବେଳେ ପରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ପଠାଯାଇଥିବାର ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।






