Indus Valley Times

ପ୍ରଧାନମନ୍ତ୍ରୀ ୭୫ତମ ଜନ୍ମ ଦିବସକୁ ସ୍ମରଣୀୟ କରିବା ପଞ୍ଚାୟତସ୍ତରରେ ଆୟୋଜିତ ହେଉଛି ‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନ

 Breaking News

ପ୍ରଧାନମନ୍ତ୍ରୀ ୭୫ତମ ଜନ୍ମ ଦିବସକୁ ସ୍ମରଣୀୟ କରିବା ପଞ୍ଚାୟତସ୍ତରରେ ଆୟୋଜିତ ହେଉଛି ‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନ

ପ୍ରଧାନମନ୍ତ୍ରୀ ୭୫ତମ ଜନ୍ମ ଦିବସକୁ ସ୍ମରଣୀୟ କରିବା ପଞ୍ଚାୟତସ୍ତରରେ ଆୟୋଜିତ ହେଉଛି ‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନ
September 17
20:57 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୭/୯ : ଆଜି ଯସ୍ଵଶୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସକୁ ସ୍ମରଣୀୟ କରିବା ପାଇଁ ନୟାଗଡ ଜିଲ୍ଲାର ସମସ୍ତ ପଞ୍ଚାୟତସ୍ତରରେ ଆୟୋଜିତ ହେଉଛି ‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନ ଅଧିନରେ ଏକ ଦିବସୀୟ ସମୂହ ଚାରା ରୋପଣ କାର୍ଯ୍ୟକ୍ରମ ।
ଏହି କାର୍ଯ୍ୟମକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଜିଲ୍ଲାବ୍ୟାପୀ ୨ ଲକ୍ଷରୁ ଉର୍ଦ୍ଧ ଚାରା ରୋପଣ କରାଯାଇଛି ଓ ଏହି ପରିପ୍ରେକ୍ଷୀରେ ବଡ଼ପଣ୍ଡୁସର ଠାରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଖଣ୍ଡପଡ଼ା ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ସଭାପତି ଜିଲ୍ଲାପରିଷଦ ଇଂ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ (ପ୍ର) ରୋଜ଼ିନା ଦାସ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଜୟାନନ୍ଦ ନାୟକ, ବନଖଣ୍ଡ ଅଧିକାରୀ (ଟେରିଟୋରିଆଲ) ଦେବାର୍ଚ୍ଚନ ବେହେରା, ବନଖଣ୍ଡ ଅଧିକାରୀ ( ମହାନଦୀ ବନ୍ୟପ୍ରାଣୀ ) ଅମରନାଥ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ , ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ସଭାପତି ଜିଲ୍ଲା କୃଷକ ମୋର୍ଚ୍ଚା ଶ୍ରୀନିବାସ ପ୍ରଧାନ, ଜିଲ୍ଲା ସ୍ତରୀୟ ଅଧିକାରୀ, ସ୍ୱେଚ୍ଛାସେବୀ , ଛାତ୍ର ଛାତ୍ରୀ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031