Indus Valley Times

ପ୍ରାକୃତିକ କୃଷି ସମ୍ବନ୍ଧୀୟ ୫ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ପ୍ରାକୃତିକ କୃଷି ସମ୍ବନ୍ଧୀୟ ୫ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପ୍ରାକୃତିକ କୃଷି ସମ୍ବନ୍ଧୀୟ ୫ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
June 14
20:04 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୧୪/୬ : ବଲାଙ୍ଗୀର ଜିଲ୍ଲା ସ୍ଥିତ ପ୍ରାକୃତିକ ପ୍ରଶିକ୍ଷଣ ଅନୁଷ୍ଠାନର ଦ ହ୍ୟୁମାନ ଡେଭଲପମେଣ୍ଟ ଆନୁକୁଲ୍ୟରେ ପ୍ରାକୃତିକ କୃଷି ସମ୍ବନ୍ଧୀୟ ଏକ ପାଞ୍ଚ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଟିତ ହୋଇଛି।
କାର୍ଯ୍ୟକ୍ରମରେ ଏଫ୍ଇଏସ ର ମାଷ୍ଟର ଟ୍ରେନର ଡକ୍ଟର୍ ଅଭୟ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଅଂଶ ଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପ୍ରକଲ୍ପ ସଂଯୋଜକ ଜଗଦୀଶ ନାୟକ,ସହ ସଂଯୋଜକ ମୁକେଶ ଯୋଶୀ ଉପସ୍ଥିତ ରହି ନିଜ ଗାଁ ରେ ସଫଳ କରିବାକୁ ଗୁରୁତ୍ୱ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଆଗଲପୁର ଓ ଲୋଇସିଂହା ବ୍ଲକ ର ୪୦ ଜଣ ସି ଆର୍ ପି ଅଂଶଗ୍ରହଣ କରିଥିଲେ। ତାଲିମ୍ ଦାତା ଭାବେ ଜନ୍ମଜୟ ଯୋଶୀ,ଇନ୍ଦୁଭୁସନ୍ ମଲ୍ଲିକ ଓ ଡକ୍ଟର ଅଭୟ ତ୍ରିପାଠୀ ପ୍ରାକୃତିକ କୃଷି,ପ୍ରାକୃତିକ କୃଷି ର ଉପାଦାନ,ମୃତ୍ତିକା ଓ ଜଳ ର ସଂରକ୍ଷଣ ଏବଂ ପରିଚାଳନା,ବିହନ ବିଶୋଧନ ଓ ଉପଚାର, ପ୍ରାକୃତିକ ପଦ୍ଧତି ଦ୍ୱାରା ରୋଗ,ପୋକ ନିୟନ୍ତ୍ରଣ,ପର୍ଯ୍ୟାୟ ଫସଲ, ସବୁଜ ସାର,ଜୀବାଣୁ ସାର,ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ,ପ୍ରାକୃତିକ ଜୀବାଣୁ ସାର ପ୍ରୟୋଗରେ ସି ଆର୍ ପି ମାନଙ୍କର ଭୂମିକା,ଦାୟିତ୍ଵ ଓ କର୍ତ୍ତବ୍ୟ ଉପରେ ଆଲୋଚନା କରିଥିଲେ।
ତାଲିମ୍ ପରିଶେଷରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବାବୁଲି ଚନ୍ଦ୍ର ସେଠୀ,ଯୋଜନା ଅଧିକାରୀ ସୁଧାକର ନନ୍ଦ ଓ ସୁନନ୍ଦା ସାହୁ ଉପସ୍ଥିତ ରହି ପ୍ରାକୃତିକ କୃଷି ର ଉଦ୍ଦେଶ୍ୟ ଉପରେ ଓ ପରିବେଶ ପାଇଁ ପ୍ରାକୃତିକ କୃଷି ର ଆବଶ୍ୟକତା ଉପରେ ଆଗଲପୁର ଓ ଲୋଇସିଂହା ବ୍ଲକ୍ ରେ ସଫଳ କରିବା ପାଇଁ ଗୁରୁତ୍ଵ ପ୍ରଦାନ କରିଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930