Indus Valley Times

ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପକ୍ଷରୁ ୬୭ ତମ ବିଦ୍ୟାରମ୍ବ ସାମ୍ବତ୍ସରିକ ଉତ୍ସବ ଅନୁଷ୍ଠିତ

 Breaking News

ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପକ୍ଷରୁ ୬୭ ତମ ବିଦ୍ୟାରମ୍ବ ସାମ୍ବତ୍ସରିକ ଉତ୍ସବ ଅନୁଷ୍ଠିତ

ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପକ୍ଷରୁ ୬୭ ତମ ବିଦ୍ୟାରମ୍ବ ସାମ୍ବତ୍ସରିକ ଉତ୍ସବ ଅନୁଷ୍ଠିତ
July 20
22:19 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୦/୭: ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ୬୭ତମ ବିଦ୍ୟାରମ୍ଭ ସାମ୍ବତ୍ସରିକ ଉତ୍ସବ ଓ ବନ ମହୋତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି।
ମୈତ୍ରୀ ଭବନ ପରିସରରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ.ପୂର୍ଣ୍ଣିମା ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ପରିଚାଳନା ସମିତି ସଭାପତି ତଥା ପୂର୍ବତନ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ମୁଖ୍ୟ ଅତିଥି , ମୁଖ୍ୟ ପରାମର୍ଶଦାତା ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ।
ଏହି ଅବସରରେ ସମ୍ମାନିତ ଅତିଥି ଶ୍ରୀ ମହାନ୍ତି କହିଥିଲେ, ୧୯୫୦ ମସିହା ଜୁଲାଇ ୧୯ ରେ ଏହି ସ୍ଥାନରେ ଚାରାଟିଏ ରୋପଣ କରାଯାଇ ବିଦ୍ୟାରମ୍ବ କରାଯାଇଥିଲା।
୧୯୫୯ ମସିହା ଜାନୁଆରୀ ୨୮ରେ ଏହି ଶିକ୍ଷାନୁଷ୍ଠାନ ବାସ୍ତବ ରୂପ ନେଇଥିଲା।
ଏହି ମହାବିଦ୍ୟାଳୟର ଭିଭିପ୍ରସ୍ତର ସେତେବେଳର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରଫେସର ହୁମାୟୁନ୍ କବୀରଙ୍କ ଦ୍ବାରା ସ୍ଥାପନ କରାଯାଇଥିଲା।
ଅନୁଷ୍ଠାନର ନାମ ଖୋର୍ଦ୍ଧା ମହାବିଦ୍ୟାଳୟ ରଖାଯାଇଥିଲା। ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକ ଏହାର ପ୍ରତିଷ୍ଠାତା ସମ୍ପାଦକ ଥିଲେ।
୧୯୭୦ ମସିହାରେ ମହାବିଦ୍ୟାଳୟ ପ୍ରତି ତାଙ୍କର ଅବଦାନକୁ ସମ୍ମାନ ଜଣାଇ ଏହାର ନାମ ପ୍ରାଣନାଥ ମହାବିଦ୍ୟାଳୟ ରଖାଯାଇଥିଲା।
ସେହି ସ୍ମୃତିକୁ ମନୋପକାଇବାକୁ ଯାଇ ଏହି ପରମ୍ପରା ଆଜି ମଧ୍ୟ ଉଜ୍ଜିବୀତ ରହିଛି।
ମୁଖ୍ୟ ଅତିଥି ଶ୍ରୀ ମିତ୍ର ଉପସ୍ଥିତ ବିଦ୍ୟାର୍ଥୀଙ୍କୁ ଉତ୍ସାହିତ କରିଥିଲେ। ସଫଳତାର ଶୀର୍ଷରେ ପହଞ୍ଚିବା ପର୍ଯ୍ୟନ୍ତ ପରିଶ୍ରମ କର। ମହାବିଦ୍ୟାଳୟ ଶୈକ୍ଷିକ ବାତାବରଣ, ଗୁଣାତ୍ମକ ଶିକ୍ଷା, ସ୍ମାର୍ଟ କ୍ଲାସରୁମ, ଛାତ୍ରାବାସ, କ୍ରୀଡ଼ାର ବିକାଶ ଉପରେ ଗୁରୁତ୍ବ ଦିଆଯାଉଛି।
ମହାବିଦ୍ୟାଳୟରେ ୭ହଜାରରୁ ଉର୍ଦ୍ଧ ଛାତ୍ରୀଛାତ୍ର ଅଧ୍ୟୟନ କରିବା ଏକ ଗୌରବମୟ ବିଷୟ। ଅଧ୍ୟକ୍ଷା ଡ଼.ନାୟକ ସଭାପତିତ୍ୱ ଭାଷଣରେ ମହାବିଦ୍ୟାଳୟର ଗୌରବମୟ ଇତିହାସ ସମ୍ପର୍କରେ ଆଲୋକପାତ କରିଥିଲେ।
ସେ କହିଥିଲେ ଜୁନ ୨୦୦୬ ରୁ ୟୁଜିସି ଦ୍ବାରା ଏହି ମହାବିଦ୍ୟାଳୟ ସ୍ବୟଂଶାସିତ ମାନ୍ୟତା ପାଇଛି।
ସେହି ବର୍ଷ ନାକ୍ ମଧ୍ୟ ମହାବିଦ୍ୟାଳୟକୁ ଏ-ଗ୍ରେଡ ପ୍ରଦାନ କରି ସ୍ବୀକୃତି ଦେଇଥିଲା। ଏତଦ୍ ବ୍ୟତୀତ ୨୪ ଅଗଷ୍ଟ ୨୦୧୧ରେ ୟୁଜିସି ଦ୍ୱାରା ଏହି ମହାବିଦ୍ୟାଳୟକୁ କଲେଜ ୱିଥ୍ ପୋଟେନ୍ସିଆଲ ଫର ଏକ୍ସଲେନ୍ସ ଭାବେ ମାନ୍ୟତା ଦିଆଯାଇଛି।
ମହାବିଦ୍ୟାଳୟ ନିଜର ୫୦ ବର୍ଷର ଯାତ୍ରା ସମ୍ପୂର୍ଣ୍ଣ କରି ୨୭ ନଭେମ୍ବର ୨୦୧୦ରେ ସୁବର୍ଣ୍ଣ ଜୟନ୍ତୀ ପାଳନ କରିଥିଲା। ଏହି ଅବସରରେ ଉପସ୍ଥିତ ଅତିଥିମାନେ କଲେଜରୁ ପ୍ରକାଶିତ ଡ.ପ୍ରଫୁଲ୍ଲ କମାର ସାହୁଙ୍କ ଦ୍ବାରା ସମ୍ପାଦିତ ଫ୍ରଣ୍ଟଫୁଟ ଓ କଲେକ କ୍ୟାଲେଣ୍ଡର ଉନ୍ମୋଚନ କରିଥିଲେ।
ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ.ସରୋଜ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡ.ପ୍ରଦୀପ୍ତ ମହାପାତ୍ର ସ୍ବାଗତ ଭାଷଣ ଏବଂ ସ୍ବାତି ସ୍ଵାଗତିକା ମୁର୍ମୁ ସଂଯୋଜନା କରିଥିଲେ।
ଡ.ସୁଧାଂଶୁବାଳା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ଚାରାରୋପଣ କରାଯାଇଥିଲା।
ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ଅଧ୍ୟାପକ ଡ.ସୁବୋଧ କୁମାର ଜଗଦ୍ଦେବ ସଂଯୋଜନା କରିଥିଲେ। ଅତିଥି ଏବଂ ଅଧ୍ୟାପକ ,ଅଧ୍ୟାପିକା ଛାତ୍ରୀଛାତ୍ରମାନେ ମିଳିତ ଭାବେ ଚାରାରୋପଣ କରି, ସବୁଜ ସୁନ୍ଦର ପୃଥ‌ିବୀ ସୃଷ୍ଟି ପାଇଁ ପ୍ରତ୍ୟେକ ଚାରାଟିଏ ରୋପଣ ସହ ଏହାର ଯତ୍ନନେବାକୁ ସଙ୍କଳ୍ପ କରିଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930