Indus Valley Times

ଫୁଲବାଣୀ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହେବ ପାଠପଢା

 Breaking News

ଫୁଲବାଣୀ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହେବ ପାଠପଢା

ଫୁଲବାଣୀ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହେବ ପାଠପଢା
June 07
20:50 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ , ୭/୬ : ବହୁ ପ୍ରତୀକ୍ଷିତ ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶନିବାର ଦିନ ପ୍ରାୟ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ ମାଦିକୁନ୍ଦାସ୍ଥିତ ରିଜର୍ଭ ପଡ଼ିଆରେ ପହଞ୍ଚିଥିଲେ।
ଏହାପରେ ଫୁଲବାଣୀ ସହର ଉପକଣ୍ଠ ତିଲକପଡା ଠାରେ ନବନିର୍ମିତ ମେଡିକାଲ କଲେଜକୁ ଯାଇ ସେଠାରେ ସେ ମେଡିକାଲ କଲେଜ ଉଦଘାଟନ କରିବା ପରେ ମହାବିଦ୍ୟାଳୟ ପ୍ରେକ୍ଷାଳୟରେ ଆୟୋଜିତ ଏକ ସଭାରେ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ଉଦବୋଧନ ଦେଇଥିଲେ।
ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ଵାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ, ଜିଲ୍ଲାପାଳ ଅମ୍ରିତ ଋତୁରାଜ, ମେଡିକାଲ କଲେଜ ଡିନ୍ ଡ. ନରେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ଏହି ନବନିର୍ମିତ ମେଡିକାଲ କଲେଜରେ ୧୦୦ ଜଣ ଛାତ୍ରଛାତ୍ରୀ ପଢିବା ବ୍ୟବସ୍ଥା ଥିବାବେଳେ ଏଠାରେ ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ରହିଛି। ଚଳିତ ଶିକ୍ଷା ବର୍ଷରୁ ଏଠାରେ ପାଠପଢା ଆରମ୍ଭ ହେବ ବୋଲି କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଏହା ପ୍ରଥମ ଫୁଲବାଣୀ ଗସ୍ତ। ଏନେଇ ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ରହିଛି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031