Indus Valley Times

ବଙ୍ଗୋପସାଗରରେ ବାତ୍ୟା ‘ଫେଙ୍ଗଲ୍‌’: ଆଜି ଅପରାହ୍ଣରେ ସ୍ଥଳ ଭାଗ ଛୁଇଁବ

 Breaking News

ବଙ୍ଗୋପସାଗରରେ ବାତ୍ୟା ‘ଫେଙ୍ଗଲ୍‌’: ଆଜି ଅପରାହ୍ଣରେ ସ୍ଥଳ ଭାଗ ଛୁଇଁବ

November 30
10:33 2024

ନୂଆଦିଲ୍ଲୀ, ୩୦/୧୧: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଫେଙ୍ଗଲ ଶନିବାର ଅପରାହ୍ନରେ ପୁଡୁଚେରୀ ନିକଟରେ ସ୍ଥଳଭାଗ ଛୁଇଁପାରେ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ କିଲୋମିଟର ରହିପାରେ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ଏହି ସୂଚନା ଦିଆଯାଇଛି।
ଏହି ଘୂର୍ଣ୍ଣିବଳୟ ଯୋଗୁଁ ଉତ୍ତର ତାମିଲନାଡୁ ଏବଂ ପୁଡୁଚେରୀର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଦୁର୍ଗମ ଅଂଚଳର କିଛି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି କହିଛି।
ଫେଙ୍ଗଲ ଉପକୂଳରେ ବାତ୍ୟା ପହଞ୍ଚିବା ପୂର୍ବରୁ ତାମିଲନାଡୁ ସରକାର ଶନିବାର ଲୋକଙ୍କୁ ଘର ଭିତରେ ରହିବାକୁ ନିବେଦନ କରିଛନ୍ତି ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ଛୁଟି ଘୋଷଣା କରାଯାଇଛି। ଆଇଟି କଂପାନିଗୁଡ଼ିକୁ କର୍ମଚାରୀଙ୍କୁ ଘରୁ କାମ କରାଇବାକୁ କୁହାଯାଇଛି।
ଶନିବାର ଅପରାହ୍ନରେ ପୂର୍ବତଟ ରୋଡ୍ ଏବଂ ପୁରୁଣା ମହାବଳୀପୁରମ୍ ରୋଡ୍ ରେ ସର୍ବସାଧାରଣ ପରିବହନ ବନ୍ଦ ରହିଛି। ରାଜସ୍ୱ ଓ ବିପର‌୍ୟ୍ୟୟ ପରିଚାଳନା ମନ୍ତ୍ରୀ କେକେଏସ୍ଏସ୍ଆର ରାମଚନ୍ଦ୍ରନ୍ ରାଜ୍ୟ ଜରୁରୀକାଳୀନ ଅପରେସନ୍ ସେଣ୍ଟରର ବରିଷ୍ଠ ଅଧିକାରୀଙ୍କ ସହ ପ୍ରସ୍ତୁତି ଏବଂ ରିଲିଫ୍ ପଦକ୍ଷେପର ସମୀକ୍ଷା ବୈଠକ କରି ସ୍ଥିତି ସମୀକ୍ଷା କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ସାମୁଦ୍ରିକ ଝଡ଼ ଫେଙ୍ଗଲ ପ୍ରଭାବରେ ଅନେକ ଉପକୂଳବର୍ତ୍ତୀ ଅଞ୍ଚଳରେ ଉଚ୍ଚ ଜୁଆର ଓ ବର୍ଷା ସହିତ ପାଗରେ ପରିବର୍ତ୍ତନ ପରିଲକ୍ଷିତ ହୋଇଛି।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରିପୋର୍ଟ ଅନୁଯାୟୀ, ବାତ୍ୟା ଫେଙ୍ଗଲ ତାମିଲନାଡୁର ଉପକୂଳବର୍ତ୍ତୀ ଜିଲ୍ଲାନିକଟରେ ପହଞ୍ଚିବା ପରେ ଉପକୂଳବର୍ତ୍ତୀ ଅନେକ ଅଞ୍ଚଳରେ ଉଚ୍ଚ ଜୁଆର ଏବଂ ବର୍ଷା ସମେତ ପାଗରେ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ଆଇଏମଡି ର ସୂଚନା ଅନୁଯାୟୀ, ଆସନ୍ତାକାଲି ସନ୍ଧ୍ୟାରେ ସାମୁଦ୍ରିକ ଝଡ଼ ଫେଙ୍ଗଲ ଉପକୂଳ ଅଞ୍ଚଳଛୁଇଁବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଉତ୍ତର ତାମିଲନାଡୁ, ପୁଡୁଚେରୀ ଏବଂ ସଂଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ପାଇଁ ସତର୍କ ସୂଚନା ଜାରି କରିଛି।
ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଫେଙ୍ଗଲ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିଛି ବୋଲି ଆଇଏମଡି କହିଛି। ଏହି ଘୂର୍ଣ୍ଣିବଳୟ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର ତାମିଲନାଡୁ-ପୁଡୁଚେରୀ ଉପକୂଳ ଅତିକ୍ରମ କରି ପୁଡୁଚେରୀ ନିକଟସ୍ଥ କରାଇକାଲ ଏବଂ ମହାବଳୀପୁରମ୍ ମଧ୍ୟରେ ଘଣ୍ଟାପ୍ରତି ୯୦ କିଲୋମିଟର ବେଗରେ ପବନ ବହିବା ସହ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31