Indus Valley Times

ବଡ଼ ଘୋଷଣା; ଡିସେମ୍ବର ୨୬,୨୭ରେ ହେବ ପୁଲିସ ସବ୍‌-ଇନ୍ସପେକ୍ଟର (SI) ପରୀକ୍ଷା

 Breaking News

ବଡ଼ ଘୋଷଣା; ଡିସେମ୍ବର ୨୬,୨୭ରେ ହେବ ପୁଲିସ ସବ୍‌-ଇନ୍ସପେକ୍ଟର (SI) ପରୀକ୍ଷା

ବଡ଼ ଘୋଷଣା; ଡିସେମ୍ବର ୨୬,୨୭ରେ ହେବ ପୁଲିସ ସବ୍‌-ଇନ୍ସପେକ୍ଟର (SI) ପରୀକ୍ଷା
November 25
18:38 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଭୁବନେଶ୍ୱର,୨୫/୧୧: ଦୀର୍ଘଦିନ ଧରି ପୋଲିସ ଝଓ ପରୀକ୍ଷାକୁ ଅପେକ୍ଷା କରିଥିବା ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର । ଆସନ୍ତା ଡିସେମ୍ବର ୨୬ ଓ ୨୭ ତାରିଖରେ ଅନୁଷ୍ଠିତ ହେବ ପୋଲିସ ସବ୍‌-ଇନ୍ସପେକ୍ଟର (SI) ପରୀକ୍ଷା ।
ପରୀକ୍ଷାର ସମୟସୂଚୀ ଅନୁସାରେ, ଡିସେମ୍ବର ୨୬ ତାରିଖରେ ଦୁଇଟି ସିଟିଂରେ ପରୀକ୍ଷା ହେବ । ପ୍ରଥମ ସିଟିଂରେ ଲାଙ୍ଗୁଏଜ୍ ପରୀକ୍ଷା ଏବଂ ଦ୍ୱିତୀୟ ସିଟିଂରେ ଜେନେରାଲ୍ ଷ୍ଟଡିଜ୍ ପରୀକ୍ଷା ଅନୁଷ୍ଠିତ ହେବ।
ଡିସେମ୍ବର ୨୬ ତାରିଖ ସକାଳ ୧୦ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ପ୍ରଥମ ସିଟିଂରେ ଲାଙ୍ଗୁଏଜ୍ ପରୀକ୍ଷା ହେବ। ସେହିଦିନ ଦ୍ୱିତୀୟ ସିଟିଂରେ ଜେନେରାଲ୍ ଷ୍ଟଡିଜ୍ ପରୀକ୍ଷା ଅନୁଷ୍ଠିତ ହେବ । ଏହି ପରୀକ୍ଷା ଅପରାହ୍ନ ୧ଟା ୩୦ରୁ ୪ଟା ୩୦ ପର୍ଯ୍ୟନ୍ତ ଚାଲିବ।
ଡିସେମ୍ବର ୨୭ ତାରିଖରେ କେବଳ ଷ୍ଟେସନ ଅଫିସର (ଫାୟାର ସର୍ଭିସ୍‌) ପଦବୀ ପାଇଁ ପରୀକ୍ଷା ହେବ । ଏହି ପରୀକ୍ଷା କେବଳ ସାଇନ୍ସ ବ୍ୟାକଗ୍ରାଉଣ୍ଡ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ। ୨୭ ତାରିଖରେ ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଷ୍ଟେଶନ ଅଫିସର ପରୀକ୍ଷା ଚାଲିବା ନେଇ ସୂଚନା ରହିଛି ।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30