Indus Valley Times

ବଢ଼ିଲା ନରି ପଣ୍ଡାଙ୍କ ଅଡ଼ୁଆ, ପ୍ରଯୋଜକଙ୍କ ସହ ବିବାଦ ଭିତରେ ବଏକଟ୍ କଲା ଯାତ୍ରା ମାଲିକ ସଂଘ

 Breaking News

ବଢ଼ିଲା ନରି ପଣ୍ଡାଙ୍କ ଅଡ଼ୁଆ, ପ୍ରଯୋଜକଙ୍କ ସହ ବିବାଦ ଭିତରେ ବଏକଟ୍ କଲା ଯାତ୍ରା ମାଲିକ ସଂଘ

April 04
18:35 2025

ଭୁବନେଶ୍ୱର, ୪/୪: ଯାତ୍ରା ଦୁନିଆର ହାସ୍ୟ ଅଭିନେତା ନରେନ୍ଦ୍ର ପଣ୍ଡା ଓରଫ୍ ନରି ପଣ୍ଡାଙ୍କୁ ବୟକଟ୍ କରାଯାଇଛି । ଯାତ୍ରା ମାଲିକଙ୍କୁ ଅଶାଳୀନ ଭାଷାରେ ମନ୍ତବ୍ୟ ଦେବାକୁ ନେଇ ମାଲିକ ସଂଘ ଆଗାମୀ ଏକ ବର୍ଷ ଅର୍ଥାତ ୨୦୨୫-୨୬ ବର୍ଷ ପାଇଁ ବୟକଟ୍ କରାଯାଇଛି ।
ପରବର୍ତ୍ତୀ ଆଲୋଚନାରେ ତାଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବ୍ୟାନ୍ କରାଯିବ ବୋଲି ଯାତ୍ରା ମାଲିକ ସଂଘର ସଭାପତି ଭାରତ ଭୂଷଣ ଦେଓ ଏହି ସୂଚନା ଦେଇଛନ୍ତି । ଆଜି ଭୁବନେଶ୍ୱର ଖଣ୍ଡଗିରି ମାଲିକ ସଂଘ ପକ୍ଷରୁ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ଗତ କିଛି ଦିନ ତଳେ ନରି ପଣ୍ଡା ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ତୁଳସୀ ଗଣନାଟ୍ୟର ମାଲିକ ତାଙ୍କୁ ଏକ ବନ୍ଦ ଘର ଭିତରେ ମାଡ଼ ମାରିଥିବା ସେ କରିଥିଲେ ଅଭିଯୋଗ । ଏହା ପରେ ଯାତ୍ରା ମାଲିକ ସଂଘ ପକ୍ଷରୁ ନରିଙ୍କୁ ବ୍ୟାନ୍ କରାଯାଇଛି ।
ସେ ପୂର୍ବରୁ ସ୍ୱପ୍ନ ମହଲରେ ଥିଲେ । ଏହା ପରେ ତୁଳସୀ ଗଣନାଟ୍ୟରେ ଅଭିନୟ କରିବାକୁ ସେ ଅଗ୍ରୀମ ୧୦ ଲକ୍ଷ ଟଙ୍କା ନେଇଥିଲେ । ପରବର୍ତ୍ତୀ ସମୟରେ ସେ ଅଗ୍ରୀମ ଟଙ୍କାଙ୍କୁ ଫେରାଇବାକୁ ଯାଇଥିବାବେଳେ ତାଙ୍କୁ ମାଡ଼ ମରାଯାଇଥିବା ସେ କହିଥିଲେ । ଏହା ପରେ ନରି ବିଭିନ୍ନ ଗଣମାଧ୍ୟମରେ ପ୍ରତିକ୍ରିୟା ମଧ୍ୟ ଦେଇଥିଲେ । ନରି ପଣ୍ଡା ଦୀର୍ଘ ୩୦ ବର୍ଷ ହେଲା ଯାତ୍ରାରେ କାମ କରୁଛନ୍ତି । ତାଙ୍କର କମେଡ଼ି ଚରିତ୍ର ସମସ୍ତଙ୍କୁ ବେଶ ପସନ୍ଦ ଆସେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031