Indus Valley Times

ବଢ଼ିଲା ‘ବାଲିଯାତ୍ରା’ ଅବଧି

 Breaking News

ବଢ଼ିଲା ‘ବାଲିଯାତ୍ରା’ ଅବଧି

November 19
21:55 2024

କଟକ, ୧୯/୧୧ : ସାଧାରଣ ଲୋକଙ୍କ ଆଗ୍ରହ ଓ ଉତ୍ସାହକୁ ଦୃଷ୍ଟିରେ ରଖି ଐତିହାସିକ କଟକ ବାଲିଯାତ୍ରାର ଅବଧିକୁ ଆଉ ଦିନଟିଏ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ବାଲିଯାତ୍ରା ୨୨ତାରିଖ ପରିବର୍ତ୍ତେ ୨୩ତାରିଖ ପର୍ଯ୍ୟନ୍ତ ଚାଲିବ ।
ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଐତିହାସିକ କଟକ ବାଲିଯାତ୍ରାକୁ ଗୋଟିଏ ଦିନ ବୃଦ୍ଧି କରିଛନ୍ତି। ଚଳିତ ନଭେମ୍ବର ୧୫ ତାରିଖ କାର୍ତ୍ତିକ ପୂର୍ଣ୍ଣିମାଠାରୁ ୮ଦିନ ପର୍ଯ୍ୟନ୍ତ ଆୟୋଜିତ ଏହି ନବମ ଦିବସରେ ଉଦଯାପନ ହେବ ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ବାଲିଯାତ୍ରାକୁ ଉଦଘାଟନ କରିଥିଲେ । ଚଳିତବର୍ଷ କଟକ ବାଲିଯାତ୍ରାରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତମାନଙ୍କୁ ଦେଖିବାକୁ ମିଳିଥିଲା। ରାଜ୍ୟ ସରକାର ଏହି ଐତିହାସିକ ବାଲିଯାତ୍ରାକୁ ‘ୟୁନେସ୍କୋ’ ମାନ୍ୟତା ଦେବା ପାଇଁ ପ୍ରୟାସ କରୁଥିବା ଜଣାପଡ଼ିଛି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930