Indus Valley Times

ବଢିଲା ସୌରୀନ ଭଟ୍ଟଙ୍କ ଅଡୁଆ, ଲୁକ୍ ଆଉଟ୍ ସର୍କୁଲାର୍ ଜାରି କଲା କମିଶନରେଟ ପୋଲିସ

 Breaking News

ବଢିଲା ସୌରୀନ ଭଟ୍ଟଙ୍କ ଅଡୁଆ, ଲୁକ୍ ଆଉଟ୍ ସର୍କୁଲାର୍ ଜାରି କଲା କମିଶନରେଟ ପୋଲିସ

ବଢିଲା ସୌରୀନ ଭଟ୍ଟଙ୍କ ଅଡୁଆ, ଲୁକ୍ ଆଉଟ୍ ସର୍କୁଲାର୍ ଜାରି କଲା କମିଶନରେଟ ପୋଲିସ
September 11
11:49 2023

କଟକ,୧୧/୯: ବଲିଉଡ ତଥା ଓଲିଉଡ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ପାଇଁ ଅଡୁଆ ବଢିଛି । ସୌରୀନଙ୍କ ଆଗୁଆ ଜାମିନ ଆବେଦନକୁ କିଛିଦିନ ତଳେ ହାଇକୋର୍ଟ ଖାରଜ କରିଥିବାବେଳେ ଆଜି ସୌରୀନଙ୍କ ବିରୁଦ୍ଧରେ ଲୁକ୍ ଆଉଟ୍ ସର୍କୁଲାର୍ ଜାରି କରିଛି କମିଶନରେଟ ପୁଲିସ । ମିଳିଥିବା ସୂଚନା ମୁତାବକ ସୌରୀନଙ୍କୁ ଖୋଜିବାକୁ ପୁଲିସ ଟିମ କୋଲକାତା ଯାଇଥିଲା ।
ହେଲେ ପୁଲିସ ଟିମ୍ ସୌରୀନଙ୍କୁ ନ ପାଇ ଖାଲି ହାତରେ ଫେରିଥିଲା । କୋଲକାତାର ତିନୋଟି ସ୍ଥାନରେ ସୌରୀନଙ୍କୁ ଖୋଜିବାକୁ ପୁଲିସ ପ୍ରୟାସ କରିଥିବାବେଳେ ସଫଳ ହୋଇନଥିଲା ।
ଉଲ୍ଲେଖ ଥାଉ କି ଜଗତପୁର ସାଇ ବିହାରରେ ରହୁଥିବା ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ସୌରିନ ବାରମ୍ବାର ଦୁଷ୍କର୍ମ କରିବା ଓ ଟଙ୍କା ହଡ଼ପ୍ କରିବା ଭଳି ସଂଗିନ ଅଭିଯୋଗ ମହିଳା ଥାନାରେ ହୋଇଥିଲା।
ପୁଲିସ ଏକ ମାମଲା ରୁଜୁ କରି ଜୁନ ୨୧ରେ କୋଲକାତା ସହରର ବାଲିଗଞ୍ଜ ଥାନା ଅଞ୍ଚଳରେ ଥିବା ସୌରିନଙ୍କ ଘରେ ଚଢ଼ଉ କରିଥିଲା। ଆଉ ଜୁନ ୨୬ରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ସୌରିନ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର କରିଥିଲେ।
ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ପାଇବା ପରେ ସୌରିନ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହୋଇଥିଲେ। ତେବେ ଅଗଷ୍ଟ ୨୬ରେ ପୁଣି ହାଇକୋର୍ଟ ଆଗୁଆ ଜାମିନ ଆବେଦନର ଶୁଣାଣି ଶେଷ ହୋଇଥିଲା ।
ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସୌରିନଙ୍କ ଆବେଦନର ଶୁଣାଣି ସମୟରେ ସରକାରଙ୍କ ତରଫରୁ କେସ୍ ଡାଏରି ଦାଖଲ କରାଯିବା ସହିତ ତଦନ୍ତର ସାନି ସ୍ଥିତି ନେଇ ଅବଗତ କରାଯାଇଥିଲା।
ଏଥି ସହିତ ସିଆରପିସିର ଧାରା ୧୬୪ରେ ରେକର୍ଡ କରାଯାଇଥିବା ପୀଡିତାଙ୍କ ବୟାନର କପି ହାଇକୋର୍ଟରେ ଦାଖଲ କରାଯାଇଥିଲା। ତଦନ୍ତ ସମୟରେ ସୌରିନ ପୁଲିସ ନିକଟରେ ହାଜର ହୋଇଥିବା ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା।
ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ ଅଗଷ୍ଟ ୩୦ରେ ନିଜ ରାୟରେ ଜାମିନ ଆବେଦନକୁ ଖାରଜ କରିଥିବାର କହିଥିଲେ । ଏହାପରେ ତାଙ୍କୁ ଖୋଜିବାକୁ ପୁଲିସ ଟିମ କୋଲକାତା ଯାଇଥିଲା ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031