Indus Valley Times

ବଣ୍ଡାଘାଟି ଲୋକଙ୍କ ସମସ୍ୟା ବୁଝିଲେ ଉପ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା ସହ ଦେଲେ ବିକାଶର ବାର୍ତ୍ତା

 Breaking News

ବଣ୍ଡାଘାଟି ଲୋକଙ୍କ ସମସ୍ୟା ବୁଝିଲେ ଉପ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା ସହ ଦେଲେ ବିକାଶର ବାର୍ତ୍ତା

December 20
21:47 2024

ମାଲକାନଗିରି, ୨୦/୧୨ : ରାଜ୍ୟ ସରକାର ମାଲକାନଗିରି ଜିଲ୍ଲାର ବଣ୍ଡାଘାଟିକୁ ବିକଶିତ କରିବେ। ଏଠାରେ ବସବାସ କରୁଥିବା ଆଦିମ ଜନଜାତିଙ୍କୁ ମୌଳିକ ସୁବିଧା ମିଳିବ। ସରକାରୀ ଯୋଜନାରୁ ବଣ୍ଡା ଜନଜାତିର ଲୋକେ ବଞ୍ଚିତ ହେବେ ନାହିଁ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁକ୍ରବାର ବଣ୍ଡାଘାଟିକୁ ଗସ୍ତ କରିବା ଅବସରରେ ଏହି ପ୍ରତିଶ୍ରୁତି ଦେଇଛନ୍ତି।
‘ସୁଭଦ୍ରା’ ଯୋଜନାରୁ ବଂଚିତ ରହିବା ଓ ବଣ୍ଡାଘାଟିକୁ ଆବାସ ଯୋଜନା ନପହଞ୍ଚିବା ନେଇ ଦୌନିକ ‘ସମ୍ବାଦ’ରେ ଖବର ପ୍ରକାଶନ ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଏଠାରେ ପହଞ୍ଚି ସ୍ଥାନୀୟ ଜନତାଙ୍କର ଦାବି ପୂରଣ ହେବ ବୋଲି କହିଛନନ୍ତି।
ଆଗାମୀ ଦିନରେ ବଣ୍ଡାଘାଟିରେ ଆବାସ ଯୋଜନା ପାଇଁ ଅଧିକ ୫୦ ହଜାର ଟଙ୍କା ଯୋଗାଇ ଦିଆଯିବ। ସୁଭଦ୍ରା ଯୋଜନାରୁ ବଂଚିତ ଥବା ୨୯୩୨ ହିତାଧିକାରୀଙ୍କ ଘରକୁ ପ୍ରଶାସନ ପହଂଚି ସର୍ଭେ କରାଯିବ ବୋଲି ସେ କହିଛନ୍ତି।
ବଣ୍ଡା ଜନଜାତିଙ୍କ ସହ ଆଲୋଚନା ବେଳେ ଘାଟିରେ ପାନୀୟ ଜଳ, ଯୋଗାଯୋଗ, ମୋବାଇଲ ଟାୱାର ସମସ୍ୟା ସହିତ ଲକ୍ଷ୍ମୀ ବସ୍ ସୁବିଧା ପରି ଅନେକ ସମସ୍ୟାକୁ ନେଇ ବଣ୍ଡା ଜନଜାତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କୁ ଜଣାଇଥିଲେ। ଖୁବଶୀଘ୍ର ଏହାର ସମାଧାନ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।
ଏହା ସହ ଅମାକୁଣ୍ଡ ଓ ସୀତାକୁଣ୍ଡ ପର୍ଯ୍ୟଟନର ବିକାଶ ସହ ଭୁବନେଶ୍ୱରରେ ବଣ୍ଡା ଜନଜାତିଙ୍କ ପାରମ୍ପରିକ ବେଶଭୁଷା ବିକ୍ରି ପାଇଁ ବଜାରରେ ଏକ ଗୃହର ବ୍ୟବସ୍ତା କରାଯିବ ବୋଲି କହିଥିଲେ।
ବଣ୍ଡା ମହିଳାମାନେ କାହିଁକି ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ହେଉଛନ୍ତି ଓ ଆବାସ ଯୋଜନାରେ ଘାଟି ଘର ନିର୍ମାଣ ହେଉନାହିଁ ଏନେଇ ପ୍ରଶାସନିକ ଅଧିକାରୀ ଓ ବଣ୍ଡା ଜନଜାତିଙ୍କ ସହ ଆଲୋଚନା କରିଥିଲେ।
ବଣ୍ଡାଘାଟିରେ ଲୋକେ ଠିକ ଭାବରେ ପିଇବା ପାଣି ପାରୁ ନାହାନ୍ତି, ଗୋଟିଏ ପଞ୍ଚାୟତକୁ ଲକ୍ଷ୍ମୀ ବସ୍ ପହଂଚି ପାରୁନାହିଁ। ଅନେକ ଗାଁକୁ ରାସ୍ତା ଠିକ ଭାବରେ ନାହିଁ। ମୋବାଇଲ ଟାୱାରର ସୁବିଧା ନାହିଁ।
ଏଭଳି ଅନେକ ସମସ୍ୟା ଉପମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ବଣ୍ଡା ଜନଜାତି। ଉପମୁଖ୍ୟମନ୍ତ୍ରୀ ମଧ୍ୟ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031