Indus Valley Times

ବନ ବିଭାଗର ଖାମଖିଆଲି ମନୋଭାବ ଯୋଗୁ ଛୁଆ ହାତୀର ମୃତ୍ୟୁ

 Breaking News

ବନ ବିଭାଗର ଖାମଖିଆଲି ମନୋଭାବ ଯୋଗୁ ଛୁଆ ହାତୀର ମୃତ୍ୟୁ

ବନ ବିଭାଗର ଖାମଖିଆଲି ମନୋଭାବ ଯୋଗୁ ଛୁଆ ହାତୀର ମୃତ୍ୟୁ
April 10
10:18 2023

ସୁନ୍ଦରଗଡ଼,୧୦/୪ : ଆଖି ଆଗରେ ଛୁଆର ମୃତଦେହ ପଡ଼ିଥିବା ବେଳେ ଏହାକୁ ସହଜେ ଗ୍ରହଣ କରିପାରୁନି ମା’ ହାତୀ। ଛୁଆଟି ଉଠିଯିବ ଭାବି ତା’ ପାଖ ଛାଡ଼ି ବି ଯାଉନି। ଛୁଆ ପାଖେପାଖେ ମା’ଟି ଘୁରି ବୁଲୁଥିବା ବେଳେ ଛୁଆ କିନ୍ତୁ ଆଉ ଉଠିବା ନାଁ ଧରୁନି।
ଫଳରେ ପାଗଳ ପ୍ରାୟ ହୋଇ ଯାଇଥିବା ମା’ କେତେବେଳେ ଜଙ୍ଗଲକୁ ପଳାଉଛି, ପୁଣି କେତେବେଳେ ନିଜ ଛୁଆକୁ ଆସି ଦେଖିଦେଉଛି। ଏପରି ଏକ ଭାବପ୍ରବଣ ଦୃଶ୍ୟ ଆଜି ସକାଳୁ ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜର କୁସୁମୁଣ୍ଡି ଗାଁ ନିକଟରେ ଦେଖିବାକୁ ମିଳିଛି।
ଆଜି ସକାଳେ କୁସୁମୁଣ୍ଡି ଗାଁର କିଛି ମହିଳା ଜଙ୍ଗଲ ମଧ୍ୟ ଦେଇ ଯାଉଥିବା ବେଳେ ଏକ ହାତୀ ଛୁଆ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ଏଥିସହ ତା’ ଆଖପାଖରେ ଏକ ହାତୀ ବୁଲୁଥିବା ଦେଖି ଭୟଭୀତ ହୋଇ ଫେରି ଆସିଲେ।
ଖବର ପାଇ ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତ ହାତୀ ଛୁଆଟିକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବନବିଭାଗର ଟିମ୍ ପହଞ୍ଚି ହାତୀ ଉପରେ ନଜର ରଖିଛନ୍ତି।
ସୂଚନାଯୋଗ୍ୟ, ଛୁଆ ହାତୀଟି ପ୍ରାୟ ୧୫ ଦିନ ହେବ ଅସୁସ୍ଥ ହୋଇ ପଡ଼ିଥିଲା। ବନ ବିଭାଗ ପକ୍ଷରୁ ଚିକିତ୍ସା ପରେ ଜଙ୍ଗଲରେ ଛାଡି ଦିଆଯାଇଥିଲା । ଆଜି ହାତୀ ଛୁଆର ମୃତଦେହ ମିଳିଛି । ତେବେ ଚିକିତ୍ସା କରାଯିବା ପରେ ବନ ବିଭାଗ ପକ୍ଷରୁହାତୀ ପରେ ନିୟମିତ ଭାବେ ନଜର ରଖାଯାଇଥିଲା ନା ନାହିଁ ସେ ସମ୍ପର୍କରେ କିଛି ସୂଚନା ମିଳିନି।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031