Indus Valley Times

ବରିଷ୍ଠ ନାଗରିକଙ୍କ ସ୍ୱପ୍ନ ହେଲା ସାକାର, ବାରଣାସୀ ଓ ଅଯୋଧ୍ୟା ତୀର୍ଥଯାତ୍ରାରେ ଗଲେ ୭୭୫ ବରିଷ୍ଠ ନାଗରିକ

 Breaking News

ବରିଷ୍ଠ ନାଗରିକଙ୍କ ସ୍ୱପ୍ନ ହେଲା ସାକାର, ବାରଣାସୀ ଓ ଅଯୋଧ୍ୟା ତୀର୍ଥଯାତ୍ରାରେ ଗଲେ ୭୭୫ ବରିଷ୍ଠ ନାଗରିକ

ବରିଷ୍ଠ ନାଗରିକଙ୍କ ସ୍ୱପ୍ନ ହେଲା ସାକାର, ବାରଣାସୀ ଓ ଅଯୋଧ୍ୟା ତୀର୍ଥଯାତ୍ରାରେ ଗଲେ ୭୭୫ ବରିଷ୍ଠ ନାଗରିକ
September 02
17:06 2026

ଭୁବନେଶ୍ୱର, ୨/୯ : ଆଜି ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ ଅଧୀନରେ ୮୦୦ ଜଣ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଆରମ୍ଭ କରିଛନ୍ତି ।
ଭୁବନେଶ୍ୱର ନୂଆ ରେଳଷ୍ଟେସନ୍‌ରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପତାକା ଦେଖାଇ ସ୍ୱତନ୍ତ୍ର ଟ୍ରେନ୍‌ର ଶୁଭାରମ୍ଭ କରିଛନ୍ତି । ବରିଷ୍ଠ ନାଗରିକମାନେ ବାରଣାସୀ ଓ ଅଯୋଧ୍ୟା ରାମ ମନ୍ଦିର ଦର୍ଶନ କରିବେ । ବରିଷ୍ଠ ନାଗରିକମାନଙ୍କ ଆଧ୍ୟାତ୍ମିକ ଆକାଂକ୍ଷା ପୂରଣ ଦିଗରେ ଏହା ଏକ ପ୍ରଶଂସନୀୟ ପ୍ରୟାସ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ଏହି ଅବସରରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଲୱନ୍ତ ସିଂହ, ର୍ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଏବଂ ଅନ୍ୟ ପ୍ରମୁଖ ବ୍ୟକ୍ତିଗଣ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30