ବଲାଙ୍ଗୀର ଜିଲା ବିଜୁ ଛାତ୍ର ଜନତା ଦଳ ସଭାପତି ସୁମନ ନନ୍ଦଙ୍କୁ ଗିରଫ କଲା ପୋଲିସ
October 14
19:34
2026
ବଲାଙ୍ଗିର/ଓଡ଼ିଶା,୧୪/୧୦ : ବି ଜୁ ଛାତ୍ର ଜନତା ଦଳ (BCJD)ର ବଲାଙ୍ଗିର ଜିଲ୍ଲା ସଭାପତି ସୁମନ ନନ୍ଦଙ୍କୁ ଗିରଫ କରିଛି ପୁଲିସ। ଇଈଠଚ ଛାତ୍ର ନେତାଙ୍କୁ ଅପହରଣ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ରାଜେନ୍ଦ୍ର ୟୁନିଭର୍ସିଟି ନିର୍ବାଚନକୁ ନେଇ ସେମାନେ ମୁହାଁମୁହିଁ ହୋଇଥିଲେ।
ସୁମନଙ୍କୁ ପୁଲିସ୍ ଗିରଫ କରିବା ପରେ ବଲାଙ୍ଗିର ଟାଉନ୍ ଥାନା ପାଖରେ ଉତ୍ତେଜନା ପ୍ରକାଶ ପାଇଛି। ଥାନା ଘେରାଉ କରିଛନ୍ତି ବିଜେଡି କର୍ମୀ।
କଲେଜ ନର୍ବାଚନକୁ ନେଇ ବଲାଙ୍ଗିର ସହରରେ ରାଜନୀତି ବେଶ୍ ଉଷ୍ମ ରହିଛି। ଗତକାଲି ସର୍କିଟ ହାଉସରେ ଏବିଭିପି ଓ ବିଜେଡି ମୁହାଁମୁହିଁ ହୋଇଥିଲେ। ଆଜି ସେମାନଙ୍କ ମଧ୍ୟରେ ପୁଣି ବଚସା ହୋଇଥିଲା। ଏହାକୁ ନେଇ ବଲାଙ୍ଗିର ଟାଉନ ଥାନା ପୁଲିସ ରାଜ୍ୟ ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର ହୋତା ଓ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ସୁମନ ନନ୍ଦଙ୍କୁ ଅଟକ ରଖିଥିଲା। ପରବର୍ତ୍ତୀ ସମୟରେ ସୁମନ ନନ୍ଦଙ୍କୁ ଗିରଫ କରାଯାଇଥିଲା।






