Indus Valley Times

ବଲାଙ୍ଗୀର ସହରରେ ବନ୍ଧକଟା ପୁନଃରୁଦ୍ଧାର ପ୍ରସଙ୍ଗ : ବିକାଶରେ ବିରୋଧି ବିଚଳିତ ନହୋଇ ସହଯୋଗ କରନ୍ତୁ-ପୌରାଧ୍ୟକ୍ଷା ଲିକା ସାହୁ

 Breaking News

ବଲାଙ୍ଗୀର ସହରରେ ବନ୍ଧକଟା ପୁନଃରୁଦ୍ଧାର ପ୍ରସଙ୍ଗ : ବିକାଶରେ ବିରୋଧି ବିଚଳିତ ନହୋଇ ସହଯୋଗ କରନ୍ତୁ-ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗୀର ସହରରେ ବନ୍ଧକଟା ପୁନଃରୁଦ୍ଧାର ପ୍ରସଙ୍ଗ : ବିକାଶରେ ବିରୋଧି ବିଚଳିତ ନହୋଇ ସହଯୋଗ କରନ୍ତୁ-ପୌରାଧ୍ୟକ୍ଷା ଲିକା ସାହୁ
June 07
10:44 2026

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୭/୬ : ବଲାଙ୍ଗିର ସହର ସୁଷ୍କାଞ୍ଚଳ ଭାବେ ପରିଗଣିତ।ବର୍ଷ ବର୍ଷ ଧରି ବଲାଙ୍ଗୀର ସହରରେ ଥିବା ଜଳାଶୟ ଗୁଡ଼ିକ ସଫା ହେଉ ନ ଥିବାରୁ ପଙ୍କ ରେ ପ୍ରାୟ ପୋତି ହୋଇଯାଇଥିଲା।
ବିଭିନ୍ନ ସମୟରେ ରାଜନେତା ମାନେ ଜିଲ୍ଲାର ଉନ୍ନୟନ ମୂଳକ କାର୍ଯ୍ୟକୁ ଅଣ ଦେଖା କରି ନିଜ ନିଜ ଭିତରେ କାଦୁଅ ଫିଙ୍ଗା ଫିଙ୍ଗି ହେଉଥିବା ବେଳେ ବଲାଙ୍ଗିରର ବିକାଶ ରେ ବାଧା ଉପୁଜୁଥିବା ପରିଲକ୍ଷିତ ହେଉଥିଲା।ବଲାଙ୍ଗୀର ସହରରେ ଚଳିତବର୍ଷ ୧୧ଟି ବନ୍ଧକଟାର ପୁନଃରୁଦ୍ଧାର କାମ ଚାଲିଛି।
ନିର୍ବାଚନ ସମୟରେ ବିଧାୟକ କଳିକେଶ ନାରାୟଣ ସିଂଦେଓ ସହରର ବନ୍ଧକଟାର ପୁନଃରୁଦ୍ଧାର ପାଇଁ ପ୍ରତିଶୃତି ଦେଇଥିଲେ।ବୋଧେ ତାହା ଆଜି ପୂରଣ ହେବାକୁ ଯାଉଛି।ପ୍ରାୟ ୧୪କୋଟି ଟଙ୍କାର ଅନୁଦାନରେ ମାଟି ଉନ୍ନତିକରଣ କାମ ଚାଲୁଛି।
ଯୁଦ୍ଧକାଳିନ ଭିତ୍ତିରେ ଏହି କାମଗୁଡିକ ଚାଲିଛି।ମାଟିକାମ ପରେ ପାରିପାଶ୍ୱିର୍କ ସୌନ୍ଦର୍ଯ୍ୟ କରଣ ହେବ ବୋଲି ପୌରାଧ୍ୟକ୍ଷା ପ୍ରତିଶ୍ରୁତି ଦେଇଛନ୍ତି।ସହରକୁ ସବୁଜ ସୁନ୍ଦର କରିବା ସହ ଭିନ୍ନରୂପ ଦେବାକୁ ପ୍ରଚେଷ୍ଟା ଚାଲିଛି।
ପୌରପାଳିକାର ଅଧିକାରୀ,କର୍ମଚାରୀ ଓ କାଉନସିଲର ମାନେ ପୂର୍ଣ୍ଣପ୍ରାଣରେ ଏହାକୁ ସଫଳ କରିବାକୁ ପରିଶ୍ରମ କରୁଛନ୍ତି।ପ୍ରଚଣ୍ଡ ରୌଦ୍ରତାପ କୁ ଖାତିର ନ କରି ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା ଦିନ ରାତି ବୁଲି ୧୧ ଗୋଟି ବନ୍ଧ ର କାର୍ଯ୍ୟ କିଭଳି ଶୀଘ୍ର ସମାପ୍ତ ହେବ ତାର ତଦାରଖ କରୁଥିବା ତଥା ରାତ୍ରି ପ୍ରାୟ ୧୨ ଟା ପର୍ଯ୍ୟନ୍ତ କଟଙ୍ଗାକଟା ପୋଖରୀ ହୁଡ଼ାରେ ବସି କାର୍ଯ୍ୟକୁ ତ୍ୱରାନ୍ୱିତ କରୁଥିବା ଦେଖିବାକୁ ମିଳୁଛି।
ପୌରାଧ୍ୟକ୍ଷା ସହ ପୌର ପରିଷଦ ର ପ୍ରାୟ କର୍ମଚାରୀ ନିଜ ଅଫିସ କାମ ପରେ ପୋଖରୀ ମାନଙ୍କ ର କାର୍ଯ୍ୟ କିଭଳି ଶୀଘ୍ର ଶେଷ ହେବ ସେ ପାଇଁ ସଦା ସର୍ବଦା ଚେଷ୍ଟିତ ଥିବା ପରିଲକ୍ଷିତ ହେଉଛି।ବଲାଙ୍ଗିର ପୌର ପରିଷଦ ର ଏଭଳି କାର୍ଯ୍ୟକୁ ସଭିଏଁ ପ୍ରଶଂସା କରିଛନ୍ତି।
ବଲାଙ୍ଗୀର ସହରର ବିକାଶ ଦେଖି ବିରୋଧି ବିଚଳିତ ହୋଇ କରଙ୍ଗାକଟା ପୋଖରୀ ଠାରେ କାର୍ଯ୍ୟ ବନ୍ଦ କରିବା ପାଇଁ ପାଟିତୁଣ୍ଡ କରିଥିଲେ।
ପଚାରିବାରୁ ନଗର କଂଗ୍ରେସ ସଭାପତି ବୁଲୁ ଦାନି ପ୍ରତ୍ୟୁତ୍ତର ରେ କହିଲେ କୁଆଡେ ସେମାନେ ବିକାଶ କାର୍ଯ୍ୟକୁ ବିରୋଧ କରୁ ନାହାନ୍ତି।
ଠିକ୍ ସମୟ ଭିତରେ ସମସ୍ତ ପୋଖରୀ ସମ୍ପୂର୍ଣ ସଫା ନ ହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ହେବ ବୋଲି ସୂଚାଇ ଦେଇଛନ୍ତି।ବିରୋଧୀ ଦଳର ଏଭଳି କାର୍ଯ୍ୟକୁ ବିଜେଡି ତୀବ୍ର ବିରୋଧ କରି ଅନେକ ପ୍ରଶ୍ନ କରିଛି।
ବିକାଶରେ ବିରୋଧି ବିଚଳିତ ନହୋଇ ସହଯୋଗ କରନ୍ତୁ ବୋଲି ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ କହିଛନ୍ତି।ସହରବାସୀଙ୍କୁ ବିଭ୍ରାନ୍ତ ନକରି ବିରୋଧି ସତ୍ୟକୁ ସ୍ୱୀକାର କରିବାକୁ ଅନୁରୋଧ କରିଛନ୍ତି।ରାଜୁଡା ଅମଳରୁ ଥିବା ବନ୍ଧକଟା ଗୁଡିକର ପୁନଃରୁଦ୍ଧାର ପାଇଁ ପୌରପାଳିକା ଏକ ଐତିହାସିକ ପଦକ୍ଷେପ ନେଇଛି।
ଜୁନ ୧୫ ପର୍ଯ୍ୟନ୍ତ ମାଟି ଉନ୍ନତି କରଣ କରାଯିବା ସହ ମାଟିକାମକୁ ସ୍ୱଚ୍ଛତା ପୂର୍ବକ କରି ପୂର୍ଣ୍ଣଭାବରେ ସାରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି। ଅନେକ ବନ୍ଧର କାମ ପ୍ରାୟ ସରି ଆସିଲାଣି।
ତେଣୁ ପୌରପାଳିକାର ସଫଳତାକୁ ବିରୋଧି ସହିପାରୁ ନାହାଁନ୍ତି ବୋଲି ବିଜେଡି କଡ଼ା ଜବାବ୍ ଦେଇଛି।ବିରୋଧୀ ଙ୍କ ବିରୋଧାଭାସ ର ପ୍ରତ୍ୟୁତ୍ତର ରେ ବିଜେଡି କଡ଼ା ଚ୍ୟାଲେଞ୍ଜ କରିଛି।
କଂଗ୍ରେସର ଦଶବର୍ଷ ଶାସନ କାଳରେ ବଲାଙ୍ଗୀରର ଗୋଟିଏ ମଧ୍ୟ ବନ୍ଧର ଉନ୍ନତି କରଣ କରି ନ ଥିବା ବେଳେ ମହାରାଣୀ ସାଗର ଉନ୍ନତିକରଣ ବେଳେ ମଧ୍ୟ ବିରୋଧି ବିରୋଧ କରିଥିଲେ।
ଯଦି ମହାରାଣୀସାଗରରେ ଦୁର୍ନିତୀ ହୋଇଛି ବୋଲି ଅଭିଯୋଗ କରୁଛନ୍ତି ତାହେଲେ ଭିଜିଲାନ୍ସକୁ ଲେଖି ତଦନ୍ତ କରାନ୍ତୁ ବୋଲି ପୌରାଧ୍ୟକ୍ଷା କହିଛନ୍ତି।କଂଗ୍ରେସର ନରସିଂହ ମିଶ୍ର ବିଧାୟକ ଥିବା ବେଳେ ଲକ୍ଷ୍ମୀଯୋର କାମ କରାଇଥିଲେ।
୨୦ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ଲକ୍ଷ୍ମୀ ଯୋର ପ୍ରକଲ୍ପ ବଲାଙ୍ଗୀରବାସୀ ଙ୍କର କେଉଁ କାମରେ ଆସୁଛି ତାହା ଲୋକଙ୍କୁ କଂଗ୍ରେସଦଳ ଉତ୍ତର ଦେବାର ଆବଶ୍ୟକତା ରହିଛି ବୋଲି ବିଜେଡି ପ୍ରଶ୍ନ କରିଛି।
ଲକ୍ଷ୍ମୀ ଯୋର ମହାଦୁର୍ନିତୀର ତଦନ୍ତ ପାଇଁ କଂଗ୍ରେସଦଳ ଦାବି କରିବ କି ବୋଲି ଓଲଟା ପ୍ରଶ୍ନ କରିଛନ୍ତି।କରୋନା ସମୟରେ ନରସିଂହ ମିଶ୍ର ବ୍ରାହ୍ମଣପଡା ଓ ସୂର୍ଯ୍ୟନଗର ଅଞ୍ଚଳରେ ଗରୀବଙ୍କ ଘର ଭଙ୍ଗାଇ ଥିବା ବିଷୟ ଉଲ୍ଲେଖ କରିଥିଲେ।
ସେହି ଜମିରେ କଣସବୁ ଉନ୍ନତି କରିଛନ୍ତି କଂଗ୍ରେସଦଳ ବଲାଙ୍ଗୀରବାସୀଙ୍କୁ ଉତ୍ତର ରଖୁ ବୋଲି ବିଜେଡି ପ୍ରଶ୍ନ କରିଛି।
ଆଜି କଂଗ୍ରେସଦଳ ଦୁର୍ନିତୀ ଅଭିଯୋଗ ଆଣି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଛି।ସେଥିପାଇଁ ବଲାଙ୍ଗୀରର ଶହଶହ ମହିଳା ଆସି ସେମାନଙ୍କୁ ଉଚିତ ଜବାବ ଦେଇଛନ୍ତି ବୋଲି ବିଜେଡି ସର୍ବ ସମ୍ମୁଖରେ ଜବାବ୍ ଦେଇଛି।
ବଲାଙ୍ଗୀର ପୌରପାଳିକାର ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ, କାଉନସିଲର ଶମ୍ଭୁ ନାଗ,ଇରସାଦ ଆରାଖାନ,ଶତୃଘ୍ନ ନାଗ,ନନ୍ଦନୀ ପୋଢ,ଲଲାଟେନ୍ଦୁ ପଟ୍ଟନାୟକ,ଗଙ୍ଗାଧର ଚାନ୍ଦ,ପିଙ୍କି କବାଟ,ମୁନା ଖାଁ,ସନ୍ତୋଷ ଦନ୍ତା,ସନ୍ତୋଷ ନାୟକ,ସଚିନ ନନ୍ଦ,ବିଭୂତି ଭୂଷଣ ମିଶ୍ର ପ୍ରମୁଖ ଙ୍କ ସହିତ ବହୁ ବିଜେଡି କର୍ମୀ ସାମିଲ ହୋଇ ବିରୋଧୀ ଙ୍କୁ କଡ଼ା ଜବାବ୍ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930