Indus Valley Times

ବାଲିଗୁଡ଼ା ଜିଲ୍ଲା ଦାବୀ ନେଇ ତୁମୁଡିବନ୍ଧ ବ୍ଲକରେ ପ୍ରାଥମିକ ବୈଠକ

 Breaking News

ବାଲିଗୁଡ଼ା ଜିଲ୍ଲା ଦାବୀ ନେଇ ତୁମୁଡିବନ୍ଧ ବ୍ଲକରେ ପ୍ରାଥମିକ ବୈଠକ

ବାଲିଗୁଡ଼ା ଜିଲ୍ଲା ଦାବୀ ନେଇ ତୁମୁଡିବନ୍ଧ ବ୍ଲକରେ ପ୍ରାଥମିକ ବୈଠକ
December 11
21:01 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୧/୧୨: କନ୍ଧମାଳ ଜିଲ୍ଲା ଠାରୁ ବିଭକ୍ତ ହୋଇ ବାଲିଗୁଡ଼ା ଉପଖଣ୍ଡକୁ ପୃଥକ ଜିଲ୍ଲା ଗଠନ ଦାବୀ ନେଇ ତୁମୁଡିବନ୍ଧ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପ୍ରାଙ୍ଗଣରେ ରବିବାର ଦିନ ଅପରାହ୍ନରେ ବାଲିଗୁଡ଼ା ଅଞ୍ଚଳର ଆବାହକ କମିଟି ଓ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ଏକ ପ୍ରାଥମିକ ବୈଠକ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବାଲିଗୁଡ଼ା ଉପଖଣ୍ଡ ଓଡିଶାର ଅନ୍ୟତମ ବୃହତ ଉପଖଣ୍ଡ ଭାବେ ପରିଚିତ ।
ଏହି ଉପଖଣ୍ଡ ଅଧୀନରେ ବାଲିଗୁଡ଼ା, ତୁମୁଡିବନ୍ଧ, କୋଟଗଡ଼, ଦାରିଙ୍ଗବାଡି, କ. ନୂଆଗାଁ, ରାଇକିଆ, ଘୁ. ଉଦୟଗିରି, ଟିକାବାଲି ଏବଂ ଚକାପାଦ ଭଳି ୯ ଟି ବ୍ଲକ ରହିଛି । କନ୍ଧମାଳ ଜିଲ୍ଲା ଅଧୀନରେ ଏହି ବ୍ଲକ ଗୁଡ଼ିକ ରହିବା ଦ୍ୱାରା ଜିଲ୍ଲା ସଦର ମହାକୁମା ଠାରୁ ଏକାଧିକ ଗ୍ରାମର ଦୂରତା ୧୮୦ ରୁ ୨୦୦ କି. ମି. ଦୂରତା ରହିଛି । ଭୌଗଳିକ ଦୃଷ୍ଟିକୋଣରୁ ଏହି ସବୁ ଗ୍ରାମ ଗୁଡ଼ିକ ପାହାଡ଼ ପର୍ବତ ଘେରରେ ରହିଛି । ତେଣୁ କୌଣସି ଏକ ସମସ୍ୟା କିମ୍ବା ଅଭିଯୋଗ ନେଇ ଜିଲ୍ଲା ସଦରମହକୁମା କୁ ଯିବାକୁ ପଡ଼ିଲେ ଫେରିବା ପାଇଁ ଏହି ଗ୍ରାମବାସୀ ମାନଙ୍କୁ ୨ ଦିନରୁ ଉର୍ଦ୍ଧ ସମୟ ଲାଗିଥାଏ ।
ଏଣୁ ଏହି ସବୁ ୯ ଗୋଟି ବ୍ଲକ ଅଞ୍ଚଳର ତ୍ୱରିତ ବିକାଶ ଏବଂ ବିଭିନ୍ନ ସମସ୍ୟାର ତ୍ୱରିତ ସମାଧାନ ନିମନ୍ତେ ବାଲିଗୁଡ଼ା ଉପଖଣ୍ଡ ଏକ ପୃଥକ ଜିଲ୍ଲା ହେବା ଅନିର୍ଵାଯ୍ୟ ବୋଲି ବୈଠକରେ ଆଲୋଚନା ହୋଇଥିଲା । ବାଲିଗୁଡ଼ା ଜିଲ୍ଲା ଗଠନ ନିମନ୍ତେ ଦାବୀ ଉପସ୍ଥାପନା ଜନିତ ଏହି ସଂଗ୍ରାମରେ ତୁମୁଡିବନ୍ଧ ଅଞ୍ଚଳବାସୀଙ୍କ ସମ୍ପୂର୍ଣ ସହଯୋଗ ରହିବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ବୈଠକରେ ପ୍ରତିଶୃତି ଦେଇଛନ୍ତି ।
ଏହି ବୈଠକରେ ବାଲିଗୁଡ଼ାରୁ ଲୋକନାଥ ପାଢ଼ୀ, ଡ଼ଃ ବିଚିତ୍ରାନନ୍ଦ ଆଚାର‌୍ୟ୍ୟ, ଟି ହରିଶ୍ଚନ୍ଦ୍ର ରାଓ, ବଣିକ ସଂଘ ସମ୍ପାଦକ ଶ୍ୟାମ ସୁନ୍ଦର ପାତ୍ର, ଓକିଲ କ୍ଷମା ସାଗର ପ୍ରଧାନ, ଓ ତୁମୁଡିବନ୍ଧରୁ ଉମେଶ ଚନ୍ଦ୍ର ଦଣ୍ଡସେନା, ଲକ୍ଷ୍ମୀଧର ସାହୁ, ରମୁ ସାଥୁଆ, ଯୋହନ ବାରିକ, ଅମୀୟ ପରାସେଠ୍ ଙ୍କ ସମେତ ବହୁ ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ ।
କୁର୍ତମଗଡ଼ ଅଞ୍ଚଳରେ ମଧ୍ୟ ଏହି ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ବାଲିଗୁଡ଼ା କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ସଂଗଠନକୁ ସୁଦୃଢ଼ କରାଯାଇ ଏକ ମିଳିତ ମଞ୍ଚ ଗଠନ କରାଯାଇ ଆନ୍ଦୋଳନ ଓ ସଂଗ୍ରାମ ଜାରୀ ରହିବ ବୋଲି ଆବାହକ ମଣ୍ଡଳୀ ପ୍ରତିକ୍ରିୟା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031