Indus Valley Times

ବାଲିଗୁଡା ଉପଖଣ୍ଡରେ ନକଲି କନ୍ଧମାଳ ହଳଦୀ ଗୁଣ୍ଡ ସହ ବିଭିନ୍ନ ସାମଗ୍ରୀ ବିକ୍ରି : ବିଭାଗ ନୀରବ ଦ୍ରଷ୍ଟା

 Breaking News

ବାଲିଗୁଡା ଉପଖଣ୍ଡରେ ନକଲି କନ୍ଧମାଳ ହଳଦୀ ଗୁଣ୍ଡ ସହ ବିଭିନ୍ନ ସାମଗ୍ରୀ ବିକ୍ରି : ବିଭାଗ ନୀରବ ଦ୍ରଷ୍ଟା

ବାଲିଗୁଡା ଉପଖଣ୍ଡରେ ନକଲି କନ୍ଧମାଳ ହଳଦୀ ଗୁଣ୍ଡ ସହ ବିଭିନ୍ନ ସାମଗ୍ରୀ ବିକ୍ରି : ବିଭାଗ ନୀରବ ଦ୍ରଷ୍ଟା
September 22
10:30 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୨/୯: କନ୍ଧମାଳ ଜିଲ୍ଲା ସମେତ ସମଗ୍ର ବାଲିଗୁଡା ଉପଖଣ୍ଡରେ ବିଭିନ୍ନ ପ୍ରକାର ନକଲି ଖାଦ୍ୟ ସାମଗ୍ରୀ ବିକ୍ରି ବୃଦ୍ଧି ଚାଲିଛି ।
ଏ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ନିୟମିତ ଦୃଷ୍ଟି ଦେଉନଥିବାରୁ ଖାଉଟି ମହଲରେ ତିବ୍ର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।
ବର୍ତ୍ତମାନ ପାର୍ବଣ, ପର୍ଯ୍ୟଟନ ତଥା ବର୍ଷା ଓ ଶୀତ ଋତୁକୁ ଆଖି ଆଗରେ ରଖି ବାଲିଗୁଡା ସମେତ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି।
ଆଉ କିଛି ଦିନ ପରେ ଶାରଦୀୟ ଛୁଟିରେ ପ୍ରବଳ ଭିଡ଼ ଜମିବ। ହେଲେ ଅଞ୍ଚଳକୁ ଆସୁଥିବା ପର୍ଯ୍ୟଟକ ମାନେ କନ୍ଧମାଳରେ ଅମଳ ହେଉଥିବା ବିଶ୍ୱ ବିଖ୍ୟାତ ହଳଦୀ ସମେତ ମହୁ, ଝୁଣା, ଅଦା, ସୋରିଷ, ଗୋଲମରିଚ, କଫି, ଖୁଦ୍ରଦାନା ଶସ୍ୟ ମଧ୍ୟରେ କୁଏରୀ, କାଙ୍ଗୁ, ମାଣ୍ଡିଆ, ପାଳୁଅ ଆଦି କିଣିବାକୁ ବେଶ ଆଗ୍ରହ ପ୍ରକାଶ କରନ୍ତି, କିନ୍ତୁ ହଳଦୀ ଭଳି କିଛି କିସମର ସାମଗ୍ରୀ ଏଠାରେ ଉତ୍ପାଦନ କରାଯାଉଥିବା ବେଳେ କିନ୍ତୁ ତାକୁ ପ୍ରସ୍ତୁତି କରାଯିବା ପରେ ଗୁଣ୍ଡ ଆକାରରେ ବିକ୍ରୀ କରାଯାଉଛି।
ଏକାଧିକ ରଙ୍ଗର ହଳଦୀ ଗୁଣ୍ଡ ବିକ୍ରି କରାଯାଉଥିବା ବେଳେ ଅନେକ ବ୍ୟବସାୟୀ ନକଲି ହଳଦୀ ଗୁଣ୍ଡ ଯାହାକି ବ୍ରହ୍ମପୁର ବଜାରରୁ ଅପମିଶ୍ରିତ ଗୁଣ୍ଡ ଆଣି କନ୍ଧମାଳର ପ୍ରତ୍ୟେକ ଅଞ୍ଚଳରେ ବିକ୍ରି କରାଯାଉଛି।
ଏନେଇ ଖାଦ୍ୟ ନିରାପତ୍ତା ଓ ମାନଦଣ୍ଡ ଦାୟିତ୍ୱରେ ଥିବା ବିଭାଗ କୌଣସି ପଦକ୍ଷେପ ନେଉ ନ ଥିବାରୁ ପ୍ରକୃତ କନ୍ଧମାଳ ହଳଦୀ ବିକ୍ରି କରୁଥିବା ବ୍ୟବସାୟୀ ଓ ଜିଲା ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି।
ସେହିପରି ଦାରିଙ୍ଗବାଡି କଫି ବଗିଚା ସମ୍ମୁଖରେ କଫି ଗୁଣ୍ଡ ପ୍ରସ୍ତୁତ କରି ବିକ୍ରି କରାଯାଉଛି।
ତେବେ ଜିଲା ପ୍ରଶାସନ ପକ୍ଷରୁ କଫି ସଂଗ୍ରହ କରିବାକୁ ପଦକ୍ଷେପ ନେଉ ନ ଥିବା ବେଳେ କଫି ପ୍ରସ୍ତୁତ ଓ ପ୍ୟାକିଂ କୌଣସି ସ୍ବୀକୃତିପ୍ରାପ୍ତ କମ୍ପାନୀ କିମ୍ବା ଜିଲା ପ୍ରଶାସନ ପକ୍ଷରୁ କରାଯାଉ ନ ଥିବା ବେଳେ ଦାରିଙ୍ଗବାଡି କଫି ନାମରେ ଲେବୁଲ ମାରି ଅବାଧରେ ବିକ୍ରି କରାଯାଉଛି, ଯାହାକି ଖାଉଟି ମାନଙ୍କ ଖାଦ୍ୟ ନିରାପତ୍ତା ଉପରେ ବିପଦ ରହିଥିବା ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଯାଉଛି।
ଏହି କନ୍ଧମାଳ ଜିଲ୍ଲାରେ କେବଳ ହଳଦୀ ଛଡା ଅନ୍ୟ କୌଣସି ମସଲା ଜାତୀୟ ଯଥା ଡାଲଚିନି, ଗୁଜୁରାତି, ଜୁଆଣି, ଜୁଆଣିର ଫୁଲ, ଧଳା ସୋରିଷ, ଚେରୀ କୋଳି, ପୁସ୍ତା, ତେଜପତ୍ର, ଭଳି ସାମଗ୍ରୀ ଅମଳ ହେଉ ନ ଥିଲେ ସୁଦ୍ଧା କନ୍ଧମାଳ ଅଞ୍ଚଳର ନାମରେ ପ୍ୟାକିଂ କରି ବିକ୍ରି କରାଯାଉଛି ।
ଉକ୍ତ ଅଞ୍ଚଳରେ ଓଜନ ଓ ମାପ ବିଭାଗ ସହ ଖାଦ୍ୟ ନିରାପତ୍ତା ଓ ଏହାର ମାନଦଣ୍ଡକୁ ପରୀକ୍ଷା କରିବାକୁ ବିଭାଗ ବ୍ଲକ ସ୍ତରରେ ନ ଥିବାବେଳେ ଜିଲାସ୍ତରୀୟ ଅଧିକାରୀ ମାନେ ଏହାକୁ ଯାଞ୍ଚ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି।
ଫଳରେ ଜିଲା ତଥା ଜିଲା ବାହାରୁ ଓ ବିଦେଶୀ ପର‌୍ୟ୍ୟଟକଙ୍କ ପାଇଁ ମଧ୍ୟ ଖାଦ୍ୟ ନିରାପତ୍ତା ନେଇ ବିପଦ ରହୁଛି। ଭୁବନେଶ୍ୱରର ଜଣେ ପର୍ଯ୍ୟଟକ ସମରେନ୍ଦ୍ର ସାହୁ କୁହନ୍ତି, ସେ ଅନେକ ଥର ଦାରିଙ୍ଗବାଡି ବୁଲିବାକୁ ଆସିଛନ୍ତି ହଳଦୀ ଗୋଟିଏ ପ୍ରକାର ଆମେ ଜାଣିଛୁ କିନ୍ତୁ ଏହି ଅଞ୍ଚଳରେ କିଛି ବ୍ୟବସାୟୀ ମାନେ ଅପମିଶ୍ରିତ ହଳଦୀ ବିଭିନ୍ନ ଦରରେ ବିକ୍ରି କରୁଛନ୍ତି। ସେଠାକାର ଜନଜାତି କିମ୍ବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ସଠିକ ଅଞ୍ଚଳର ଅମଳ ସାମଗ୍ରୀ ବିକ୍ରି କରୁଛନ୍ତି ବୋଲି ସେ କହିଛନ୍ତି। ଏନେଇ କନ୍ଧମାଳ ଜିଲା ଖାଦ୍ୟ ନିରାପତ୍ତା ଓ ମାନଦଣ୍ଡ କର୍ତ୍ତୃପକ୍ଷ ସତ୍ୟବ୍ରତ ଷେଣ୍ଢଙ୍କୁ ପଚାରିବାରୁ ସେ କହିଛନ୍ତି, କେବଳ ହଳଦୀ ନୁହଁ ଏକାଧିକ ସାମଗ୍ରୀ ନକଲି ଆଶଙ୍କାରେ ଯାଞ୍ଚ ପାଇଁ ବିହିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।
ମୋଦୀଙ୍କ ଜନ୍ମ ଦିବସ ଅବସରରେ ବିଜେପି ପାଳୁଛି ସେବା ସପ୍ତାହ: ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ
ବାଲିଗୁଡ଼ା, ୨୨/୯: ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦୀଙ୍କ ଜନ୍ମ ଦିବସ ଅବସରରେ ସାରା ଦେଶ ପାଳୁଛି ସେବା ସପ୍ତାହ ।
ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନଗର ବିଜେପି ପକ୍ଷରୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଛି ।
ଏହି କାର‌୍ୟ୍ୟକ୍ରମରେ ନାରୀନେତ୍ରୀ କଳ୍ପନା କହଁରଙ୍କ ସମେତ ଯୁବ ନେତା ଆଦିକନ୍ଦ ପଟ୍ଟନାୟକ, ରଞ୍ଜିତ ସାହୁ, ନଗର ସଭାପତି ଦିବାକର ସାହୁ, ସାଧାରଣ ସଂପାଦକ ସନ୍ତୋଷ ରେଡ୍ଡୀ,ମନୋଜ ରଥ, ସୁଷମା ସାହୁ, ସ୍ନେହଲତା ବେହେରା, ରେଖା ମଲ୍ଲିକ, ଅହଲ୍ୟା ବେହେରା,ଅମିୟ ବେହେରା, ରଞ୍ଜିତ ଚୌଧୁରୀ, ସଞ୍ଜୟ ଦାସ,ଟୁଲୁ ପଣ୍ଡା,ସୁମିତ୍ ପାଢ଼ୀ ପ୍ରମୁଖ ସାମିଲ୍ ହୋଇ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କୁ ଫଳ ବଣ୍ଟନ କରି ବେସ୍ ଆତ୍ମସନ୍ତୋଷ ଲାଭ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930