Indus Valley Times

ବିଚ୍‌ରେ ଗାଧୋଇବାକୁ ମନାକଲେ ଲାଇଫଗାର୍ଡ: ଚପଲରେ ସେକିଦେଲେ ମହିଳା ପର୍ଯ୍ୟଟକ

 Breaking News

ବିଚ୍‌ରେ ଗାଧୋଇବାକୁ ମନାକଲେ ଲାଇଫଗାର୍ଡ: ଚପଲରେ ସେକିଦେଲେ ମହିଳା ପର୍ଯ୍ୟଟକ

October 28
18:20 2025

ପୁରୀ, ୨୮/୧୦ : ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ଆକ୍ରମଣରେ ଆହତ ହେଲେ ଲାଇଫଗାର୍ଡ। ସମୁଦ୍ର ଭିତରକୁ ଗାଧୋଇବାକୁ ଯିବାକୁ ବାରଣ କରିବାରୁ ଲାଇଫଗାର୍ଡଙ୍କୁ ଚପଲରେ ସେକିଦେଲେ ମହିଳା। ଏଭଳି ଅଭାବନୀୟ ଘଟଣା ପୁରୀ ସମୁଦ୍ର କୂଳରେ ଘଟିଛି ।
ସୂଚନା ଅନୁଯାୟୀ ସ୍ତ୍ରୀ ସ୍ବାମୀ ଉଭୟ ସମୁଦ୍ର ଭିତରକୁ ପଶୁଥିବା ବେଳେ ବାତ୍ୟ ମୋନ୍ଥା ପାଇଁ ଆର୍ଲଟ ଥିବା ଲାଇଫଗାର୍ଡ ତାଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରିଥିଲେ। ଥରେ ନୁହେଁ ସେ ସେମାନଙ୍କୁ ବାରମ୍ବାର ବାରଣ କରିବା ସତ୍ୱେ ଉଭୟ ମାନି ନଥିଲେ। ପ୍ରଥମେ ତାଙ୍କୁ ମହିଳା ଜଣଙ୍କ କହିଥିଲେ। ମୁଁ ଯିବି ତୁମେ କାହିଁକି ଅଛ। ଯଦି କିଛି ହୁଏ ତୁମେ କାହିଁକି ଅଛ ବୋଲି ପ୍ରଶ୍ନ କରିଥିଲେ । ଏହାପରେ ମହିଳା ଜଣଙ୍କ ଲାଇଫଗାର୍ଡଙ୍କୁ ଚପଲରେ ମାରିଥିଲେ ଏବଂ ତାଙ୍କ ସ୍ବାମୀ ମଧ୍ୟ ଟଣା ଓଟରା କରିଥିବା ଲାଇଫଗାର୍ଡ ଅଭିଯୋଗ କରିଛନ୍ତି।
ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ଆଶଙ୍କା କରି ଓ ସମସ୍ତ ପର୍ଯ୍ୟଟକଙ୍କ ଜୀବନକୁ ମୂଲ୍ୟବାନ ଭାବି ଗତକାଲି, ଆଜି ଓ ଆସନ୍ତାକାଲି ସମୁଦ୍ର ସ୍ନାନ ଉପରେ କଟକଣା ଲଗାଇଛନ୍ତି ସରକାର । ଯାହାକୁ ଅନେକ ପର୍ଯ୍ୟଟକ ସ୍ୱାଗତ କରିଛନ୍ତି। ହେଲେ ପର‌୍ୟ୍ୟଟକଙ୍କ ଏଭଳି ଲାଇଫଗାର୍ଡଙ୍କ ପ୍ରତି ଦୁର୍ବ୍ୟବହାରକୁ ସାଧାରଣରେ ନିନ୍ଦା କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031