Indus Valley Times

ବିଜେଡିରେ ମିଶିଲେ ଲେଖାଶ୍ରୀ ସାମନ୍ତସିଂହାର, ରବିବାର ସକାଳେ ଛାଡିଥିଲେ ବିଜେପି

 Breaking News

ବିଜେଡିରେ ମିଶିଲେ ଲେଖାଶ୍ରୀ ସାମନ୍ତସିଂହାର, ରବିବାର ସକାଳେ ଛାଡିଥିଲେ ବିଜେପି

ବିଜେଡିରେ ମିଶିଲେ ଲେଖାଶ୍ରୀ ସାମନ୍ତସିଂହାର, ରବିବାର ସକାଳେ ଛାଡିଥିଲେ ବିଜେପି
April 07
12:25 2024

ଭୁବନେଶ୍ୱର,୭/୪: ଆଜି ସକାଳେ ବିଜେପିରୁ ଇସ୍ତଫା ଦେଇଥିବା ଲେଖାଶ୍ରୀ ସାମନ୍ତସିଂହାର ବିଜେଡିରେ ଯୋଗ ଦେଇଛନ୍ତି।
ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ର ଏବଂ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ଉପସ୍ଥିତିରେ ଲେଖାଶ୍ରୀ ବିଜେଡିରେ ଯୋଗ ଦେଇଥିଲେ।
ବିଜେଡିରେ ଯୋଗ ଦେବା ପରେ ଲେଖାଶ୍ରୀ କହିଥିଲେ, ମୋର ଯେତିକି ଦକ୍ଷତା ଥିଲା, ସେହି ଅନୁସାରେ ମୁଁ ଦୀର୍ଘ ୧୦ ବର୍ଷ ଧରି ଭାରତୀୟ ଜନତା ପାର୍ଟି ପାଇଁ କାର‌୍ୟ୍ୟ କରିଥିଲି। ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ମୋର ଯେଉଁ ବୃହତ୍ତ ଇଚ୍ଛା ଥିଲା, ତାହା ୧୦ ବର୍ଷ ପରେ ମଧ୍ୟ ଭାରତୀୟ ଜନତା ପାର୍ଟିରେ ପୂରଣ ହୋଇପାରିଲାନାହିଁ।
ପ୍ରତିବଦ୍ଧତାର ସହିତ କଠିନ ପରିଶ୍ରମ କରିବା ସତ୍ତ୍ୱେ ଦଳୀୟ ନେତୃତ୍ୱଙ୍କ ନିକଟରେ ମୁଁ ଆସ୍ଥାଭାଜନ ହୋଇପାରିଲି ନାହିଁ। କୌଣସି କାରଣରୁ ମୋ ଉପରେ ସେମାନେ ଭରସା କରିପାରିଲେ ନାହିଁ। ତେଣୁ ମୁଁ ଅନୁଭବ କଲି ଭାରତୀୟ ଜନତା ପାର୍ଟିରେ ମୋର କାମ ସରିଯାଇଛି। ଆଉ କାମ କରିବାର ସୁଯୋଗ ନାହିଁ।
ତେଣୁ ଆଗକୁ ବଢ଼ିବା ପାଇଁ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଯାତ୍ରାରେ ସାମିଲ ହେବାକୁ ନିଷ୍ପତ୍ତି ନେଲି।
ଆଜି ସକାଳେ ଲେଖାଶ୍ରୀ ସାମନ୍ତସିଂହାର ସୋଶାଲ ମିଡିଆ ଯୋଗେ ବିଜେପିରୁ ତାଙ୍କର ଇସ୍ତଫା ସଂପର୍କିତ ସୂଚନା ଦେଇଥିଲେ। ସେ ତାଙ୍କ ଇସ୍ତଫାପତ୍ରକୁ ଢରେ ପୋଷ୍ଟ କରିଥିଲେ।
କିଛି ଦିନ ତଳେ ରାଜ୍ୟ ବିଜେପିର ଆଉ ଜଣେ ଆଗଧାଡ଼ିର ନେତା ଭୃଗୁ ବକ୍ସିପାତ୍ର ଦଳ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ବିଜେଡି ତାଙ୍କୁ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଛି।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031