Indus Valley Times

ବିଜୟ ଶୋଭାଯାତ୍ରାରେ କମେଣ୍ଟ ମାରିବା ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ପରାଜିତ ସମିତି ସଭ୍ୟା ପ୍ରାର୍ଥୀନିଙ୍କ ମୃତ୍ୟୁ

 Breaking News

ବିଜୟ ଶୋଭାଯାତ୍ରାରେ କମେଣ୍ଟ ମାରିବା ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ପରାଜିତ ସମିତି ସଭ୍ୟା ପ୍ରାର୍ଥୀନିଙ୍କ ମୃତ୍ୟୁ

March 22
14:47 2022

ବାସୁଦେବପୁର, ୨୨/୩ : ଟାହିଟାପରା ଉଜାଡ଼ି ଦେଲା ସଂସାର । ସ୍ୱାମୀର ଦଶାହରେ ଆଖି ବୁଜିଲା ସ୍ତ୍ରୀ। ଏପରି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପଦ୍ମପୁର ଗାଁରେ ଘଟିଛି। ନିର୍ବାଚନ ହାରିବା ପରେ ପ୍ରତିପକ୍ଷ ବିଜୟୀ ପ୍ରାର୍ଥୀଙ୍କ ସମର୍ଥକଙ୍କ ଟାହିଟାପରା ସହି ନ ପାରି ଜୀବନ ହାରିଲେ ସ୍ୱାମୀ ରମାକାନ୍ତ ପରିଡ଼ା । ଏହା ସହ୍ୟ କରି ନ ପାରି ବିଷ ପିଇ ଦେଇଥିବା ସ୍ତ୍ରୀ ସୁମତି ପରିଡ଼ା ମଧ୍ୟ ଶେଷରେ ଆଜି ଆଖି ବୁଜିଲେ। ଦୀର୍ଘ ୧୦ ଦିନ ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ସ୍ୱାମୀଙ୍କ ଦଶାହରେ ଆଖି ବୁଜିଦେଲେ ପତ୍ନୀ ।
ସୂଚନାଯୋଗ୍ୟ, ଗତ ପଞ୍ଚାୟତ ନିର୍ବାଚନରେ ବାସୁଦେବପୁର ବ୍ଲକ୍ ପଦ୍ମପୁର ପଞ୍ଚାୟତର ସମିତି ସଭ୍ୟ ଭାବେ ରମାକାନ୍ତ ପରିଡ଼ାଙ୍କ ସ୍ତ୍ରୀ ସୁମତୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। କିନ୍ତୁ ସେ ନିର୍ବାଚନରେ ହାରି ଯାଇଥିଲେ। ଯାହାକୁ ନେଇ ସ୍ୱାମୀ ଓ ସ୍ତ୍ରୀ ବ୍ୟଥିତ ଥିଲେ।
ନିର୍ବାଚନ ଜିତିବା ପରେ ବିଜୟୀ ସରପଞ୍ଚ ଓ ସମିତି ସଭ୍ୟ ବିଜୟ ଶୋଭାଯାତ୍ରା କରୁଥିଲେ। ଆଉ ସେହି ସମୟରେ କେତେକ କର୍ମୀ ରମାକାନ୍ତଙ୍କୁ ପରିହାସ କରିଥିଲେ। ଯାହାକୁ ନେଇ ପାଟିତୁଣ୍ଡ ଓ ଗାଳିଗୁଲଜ ମଧ୍ୟ ହୋଇଥିଲା। ଏହି ଘଟଣା ପରେ ରମାକାନ୍ତ ଘରକୁ ଫେରି ସ୍ତ୍ରୀ ସୁମତୀ ସହ ପାଟିତୁଣ୍ଡ କରିଥିଲେ। ନିର୍ବାଚନରେ ହାରି ଯାଇଥିବାରୁ ଲୋକମାନେ ମୋତେ ପରିହାସ କରୁଛନ୍ତି ବୋଲି ରମାକାନ୍ତ କହିଥିଲେ। ଏହା ପରେ ରମାକାନ୍ତ ଶୋଇବା ଘରେ ପଙ୍ଖାରେ ଦଉଡି ଦେଇ ଝୁଲି ପଡ଼ିଥିଲେ।
ସ୍ୱାମୀ ଝୁଲୁଥିବା ଦେଖି ସୁମତୀ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଦେଇଥିଲେ। ଏହା ଦେଖି ପରିବାର ଲୋକ ଓ ସାହିଭାଇ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ରମାକାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ସୁମତୀ ଗୁରୁତର ହୋଇଥିଲେ। ତାଙ୍କୁ କଟକ ବଡ଼ ମେଡ଼ିକାଲ୍କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ବେଳେ ଆଜି ତାଙ୍କ ମୃତ୍ୟୁ ହୋଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031