Indus Valley Times

ବିପୁଳ ଜନାଦେଶ ପରେ ଜୟ ଢୋଲକିଆଙ୍କ ପ୍ରତିକ୍ରିୟା, କହିଲେ ଏ ବିଜୟ ନୂଆପଡ଼ାବାସୀଙ୍କର

 Breaking News

ବିପୁଳ ଜନାଦେଶ ପରେ ଜୟ ଢୋଲକିଆଙ୍କ ପ୍ରତିକ୍ରିୟା, କହିଲେ ଏ ବିଜୟ ନୂଆପଡ଼ାବାସୀଙ୍କର

ବିପୁଳ ଜନାଦେଶ ପରେ ଜୟ ଢୋଲକିଆଙ୍କ ପ୍ରତିକ୍ରିୟା, କହିଲେ ଏ ବିଜୟ ନୂଆପଡ଼ାବାସୀଙ୍କର
November 14
14:36 2025

ଭୁବନେଶ୍ୱର , ୧୪/୧୧: ନୂଆପଡ଼ା ନିର୍ବାଚନର ଫଳାଫଳ ଆସୁଛି। ଫଳାଫଳ ଅନୁଯାୟୀ, ନୂଆପଡ଼ାରେ ଆଗରେ ରହିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୧୨ତମ ରାଉଣ୍ଡ ସୁଦ୍ଧା ଯେଉଁ ଟ୍ରେଣ୍ଡ ସାମ୍ନାକୁ ଆସିଛି, ସେଥିରେ ବିଜେଡି କଂଗ୍ରେସକୁ ବହୁ ପଛରେ ପକାଇଛି ବିଜେପି।
ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୧୨ତମ ରାଉଣ୍ଡ ସୁଦ୍ଧା ୪୦, ୩୧୩ ଭୋଟରେ ଆଗୁଆ ଅଛନ୍ତି। ଯାହାକି ତାଙ୍କ ବିଜୟକୁ ପକ୍କା କରୁଛି। ଅନ୍ୟପଟେ ୧୨ତମ ଦ୍ୱାଦଶ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୧୯,୦୫୩ ଭୋଟ୍ । ସେହିପରି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୧୭,୪୩୭ ଭୋଟ୍ ମିଳିଛି ।
ବିଜେଡି ନେତାମାନେ ଯୁକ୍ତି ଦେଇଥିଲେ ଯେ ଭୋଟରମାନେ ବିକାଶକୁ ସମର୍ଥନ କରିଥିଲେ ଏବଂ ନବୀନ ପଟ୍ଟନାୟକଙ୍କ ଉପରେ ଦୃଢ ବିଶ୍ୱାସ ରଖିଛନ୍ତି। ସେମାନେ ଦାବି କରିଥିଲେ ଯେ ବିଜେଡି ପ୍ରାର୍ଥୀ ବିପୁଳ ଭୋଟ ପାଇବେ। ଏହି ସମୟରେ, ବିଜେପି ନେତାମାନେ କହିଛନ୍ତି ଯେ ନୂଆପଡା ପରିବର୍ତ୍ତନ ଚାହୁଁଛି ଏବଂ ଦଳ ବିଜୟୀ ହେବ।
ସେମାନେ ଯୁକ୍ତି ଦେଇଛନ୍ତି ଯେ ଏହି ଅଞ୍ଚଳ ଓଡ଼ିଶାରେ ପରିବର୍ତ୍ତନର ମୂଳଦୁଆ ପାଲଟିବ। ବର୍ତମାନ ଟ୍ରେଣ୍ଡ ଯାହା ସାମ୍ନାକୁ ଆସୁଛି, ସେଥିରୁ ସ୍ପଷ୍ଟ ହେଉଛି, ମୋହନ ମାଝୀଙ୍କ ସରକାର ପ୍ରତି ଲୋକଙ୍କ ବିଶ୍ୱାସ ରହିଛି। ମୋହନଙ୍କ ପ୍ରତି ଜନ ସମର୍ଥନ ବି ବଢିଚାଲିଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031