ବିରାଟ କୋହିଲ ମଧ୍ୟ ସବୁବେଳେ ଶତକ କରିନଥାନ୍ତି; ଗୁଜୁରାଟ ଫଳାଫଳକୁ ନେଇ କହିଲେ ଭଗୱନ୍ତ ମାନ୍
ନୂଆଦିଲ୍ଲୀ,୧୦/୧୧: ଗୁଜୁରାଟରେ ସାଧାରଣ ନିର୍ବାଚନ ହାରିବା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ କହିଲେ ବିରାଟ୍ କୋହିଲ ବି ସବୁବେଳେ ଶତକ ମାରିନଥାନ୍ତି । ଗୁଜୁରାଟରେ ଆପ୍ ସରକାର ଗଢ଼ିପାରିଲାନି ସତ ହେଲେ ଖାତା ଖୋଲିବାରେ ସକ୍ଷମ ହୋଇଛି । ଦଳ ହାରିବା ପରେ କଂଗ୍ରେସ ପରି ମଇଦାନ ଛାଡି ପଳାଇ ନାହିଁ । ଗୁଜୁରାଟରେ ଆମ୍ ଆଦମି ପାର୍ଟି ଶୂନରୁ ୫ଟି ଆସନ ଜିତି ପାରିଛି । ୧୩ ପ୍ରତିଶତ ଭୋଟ ପାଇଛି । ଏହା ଆପ୍ ପାଇଁ ଖୁସି ହେବାର କଥା ।
ଆପ୍ ଗୁଜୁରାଟରେ ସରକାର ଗଢ଼ିବ ବୋଲି ଦାବି କରିଥିଲେ ଅରବିନ୍ଦ କେଜ୍ରିୱାଲ । ହେଲେ ୧୮୨ଟି ଆସନ ବିଶିଷ୍ଟ ବିଧାନସଭା ଆସନରୁ ଆପ୍ ମାତ୍ର ୫ଟି ଆସନ ପାଇଛି । ଏ ସଂମ୍ପର୍କରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଏକ ଜାତିୟ ଗଣମାଧ୍ୟମର କନକ୍ଲେଭରେ ଯୋଗ ଦେଇ ପ୍ରତିକ୍ରିୟା ରଖିଛନ୍ତି । ଗୁଜୁରାଟରେ ଆପ୍ ର ପ୍ରଦର୍ଶନକୁ ନେଇ ମାନ୍ କହିଛନ୍ତି ଯେ ଅନ୍ତତଃ ପକ୍ଷେ ଅରବିନ୍ଦ କେଜ୍ରିୱଲଙ୍କର ସେତିକି ଲେଖିକି ଦେବାପାଇଁ ସାହାସ ଅଛି । ଗୁଜୁରାଟରେ ଆମେ ମଇଦାନ ଛାଡିକି ଯାଇନାହୁଁ ଆମେ କଠିନ ପରିଶ୍ରମ କରିଛୁ । ଆପ୍ ଗୁଜୁରାଟ ଓ ପଞ୍ଜାବରେ ନିଜର ସ୍ଥିତି ଜାହିର କରିପାରିଛି । ଜାତୀୟ ପାର୍ଟି ଭାବେ ଆପ୍ ନିଜକୁ ଗଢ଼ି ତୋଳିବାରେ ସକ୍ଷମ ହୋଇଛୁ । ଏହା ଆପ୍ ପାଇଁ ବଡ଼ ସଫଳତା ।
ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ମାନ୍ । କହିଛନ୍ତି, ୩ଟି ନିର୍ବାଚନ ମଧ୍ୟରୁ ବିଜେପି କେବଳ ଗୋଟି ନିର୍ବାଚନ ଜିତିପାରିଛି । ହରିୟାନା ଓ ଦିଲ୍ଲୀ ଏମ୍ସିଡି ନିର୍ବାଚନରେ ପରାଜୟ ବରଣ କରିଛି । ଏହି ଦୁଇଟି ରାଜ୍ୟରେ ପୁର୍ବରୁ ବିଜେପି ଶାସନରେ ଥିଲା ହେଲେ ଏବେ ହାରିଯାଇଛି । ଏମ୍ସିଡିରେ ବିଜେପି ୨୫ବର୍ଷ ଶାସନ କଲା ପରେବି ଆପ୍ ପାଖରେ ହାରି ଯାଇଛି ଏମ୍ସିଡି ନିର୍ବାଚନରେ । ଦିଲ୍ଲୀ ଏମ୍ ସିଡିରେ ୨୫୦ଟି ଆସନର ଆପ୍ ୧୩୪ଟି ଆସନରେ ବିଜୟ ହୋଇଛି ।
ଆପ୍କୁ କୌଣସି ବ୍ୟକ୍ତି ଅନ୍ୟ ଦଳରୁ ଆସି ଦଳ ଗଢ଼ିନାହାଁନ୍ତି । ଏହା ଦୁର୍ନୀତି ବିରୋଧି ଆନ୍ଦୋଳନରୁ ଆମ୍ ଆଦମୀ ପାର୍ଟିର ଜନ୍ମ ହୋଇଛି । ଜଣେ ସାଧରଣ ବ୍ୟକ୍ତି ଏହି ଦଳ ଗଠନ କରିଛନ୍ତି । ଏହା ରାମ୍ଲୀଳା ମଇଦାନରୁ ଉତ୍ପତି ହୋଇଥିବା ମାନ୍ କହିଛନ୍ତି ।