Indus Valley Times

ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା; ରଥ ପଥ ପ୍ରସ୍ତୁତ, ଅପେକ୍ଷା ଦାରୁଦିଅଁଙ୍କୁ, ଭାବଭକ୍ତିରେ ଏକାକାର ହେବେ ଭକ୍ତ ଓ ଭଗବାନ

 Breaking News

ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା; ରଥ ପଥ ପ୍ରସ୍ତୁତ, ଅପେକ୍ଷା ଦାରୁଦିଅଁଙ୍କୁ, ଭାବଭକ୍ତିରେ ଏକାକାର ହେବେ ଭକ୍ତ ଓ ଭଗବାନ

ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା; ରଥ ପଥ ପ୍ରସ୍ତୁତ, ଅପେକ୍ଷା ଦାରୁଦିଅଁଙ୍କୁ, ଭାବଭକ୍ତିରେ ଏକାକାର ହେବେ ଭକ୍ତ ଓ ଭଗବାନ
July 07
10:33 2024

ପୁରୀ, ୭/୭: ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏଥିଲାଗି ସକାଳୁ ସକାଳୁ ପୁରୀ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇପଡ଼ିଛି। ପୁରୀରେ ଆଜି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। କେବଳ ଓଡ଼ିଶା କି ଭାରତ ନୁହେଁ, ବରଂ ବିଦେଶରୁ ମଧ୍ୟ ଭକ୍ତଙ୍କ ଆଗମନ ହୋଇଛି ପୁରୀକୁ। ଏଣେ ବିଳମ୍ବିତ ରାତିରୁ ମହାପ୍ରଭୁଙ୍କ ନୀତିକାନ୍ତି ଚାଲିଛି। ପୁରୀ ବଡ଼ଦାଣ୍ଡରେ ହନୁମାନଙ୍କ ବେଶରେ କିଛି ଭକ୍ତ ନୃତ୍ୟ କରୁଛନ୍ତି। ତେଣେ ‘ଜୟ ଜଗନ୍ନାଥ ଓ ଜୟ ଶ୍ରୀରାମ’ ଧ୍ୱନିରେ କମ୍ପୁଛି ବଡ଼ଦାଣ୍ଡ।
ଆଉ କିଛି ସମୟ ପରେ ରତ୍ନଦେବି ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ବିଶ୍ବନିୟନ୍ତା। ରଥାରୂଢ଼ ହୋଇ ଆଶୀର୍ବାଦର ବର୍ଷା କରିବେ ଭାବବିନୋଦିଆ କଳାଠାକୁର। ପୁଣିଥରେ ବର୍ଷକ ପରେ ବଡ଼ଦାଣ୍ଡରେ ଭକ୍ତ-ଭଗବାନଙ୍କର ହେବ ଅପୂର୍ବ ମିଳନ। ଏଥିପାଇଁ ଠାକୁରଙ୍କ ଆସିବା ବାଟକୁ ଅନାଇ ରହିଛନ୍ତି ଅଗଣିତ ଭକ୍ତ।
ସ୍ବାଗତ ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି ରଥ-ପଥ-ଭକ୍ତ। ଅପରପକ୍ଷେ ୫୩ ବର୍ଷ ପରେ ଚଳିତ ବର୍ଷ ବିରଳ ରଥଯାତ୍ରା ଦେଖିବାକୁ ଯାଉଛନ୍ତି ଭକ୍ତ। ୧୫ ଦିନ ଅଣସର ବଦଳରେ ୧୩ ଦିନ ଅଣସର ନୀତି ଥିବାରୁ ଗୋଟିଏ ଦିନରେ ଅନୁଷ୍ଠିତ ହେବ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ଦୁଇଦିନ ଧରି ଭକ୍ତ ଦେଖିବେ ରଥଯାତ୍ରା।
ରବିବାର ଅପରାହ୍ଣ ୧ଟାରେ ତିନି ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ। ପହଣ୍ଡି ଶେଷ ପରେ ଗଜପତି ମହାରାଜାଙ୍କ ଛେରାପହଁରା ନୀତି ସଂପନ୍ନ ହେବ। ପରେ ଅପରାହ୍ଣ ୫ଟାରେ ରଥଟଣା ଆରମ୍ଭ ହେବ। ନୀତିକାନ୍ତି ଅଧିକ କାରଣରୁ ସମୟର ଘୋର ଅଭାବ ରହିଛି। ସେ ଦୃଷ୍ଟିରୁ ରବିବାର କେବଳ ପ୍ରତୀକାତ୍ମକ ଭାବେ ରଥଟଣା ହେବ। ପରଦିନ ଅର୍ଥାତ୍ ସୋମବାର ଜୁଲାଇ ୮ ତାରିଖରେ ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031