Indus Valley Times

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଅନନ୍ୟା ଫାଉଣ୍ଡେସନ୍ ତରଫରୁ ସଚେତନତା ଓ ପୋଷାକ ବଣ୍ଟନ

 Breaking News

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଅନନ୍ୟା ଫାଉଣ୍ଡେସନ୍ ତରଫରୁ ସଚେତନତା ଓ ପୋଷାକ ବଣ୍ଟନ

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଅନନ୍ୟା ଫାଉଣ୍ଡେସନ୍ ତରଫରୁ ସଚେତନତା ଓ ପୋଷାକ ବଣ୍ଟନ
April 09
19:43 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୯/୪ : ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଅନନ୍ୟା ଫାଉଣ୍ଡେସନ୍ ତରଫରୁ ନୋତର, ମାଳିସାହି ନିକଟ ପାହାଡ଼ ମଧ୍ୟ ଭାଗରେ ରହୁଥିବା କିଛି ଜନଜାତି ସମ୍ପ୍ରଦାୟର କୁନିକୁନି ପିଲା ଓ ମହିଳାମାନଙ୍କୁ ପୋଷାକ ବିତରଣ କରାଯିବା ସହିତ ସେମାନଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନ କରାଯାଇଥିଲା।
ଖାଇବା ପୂର୍ବରୁ ସାବୁନରେ ହାତ ଧୋଇବା, ନିୟମିତ ନଖ, ଚୁଟି କାଟିବା ସହ ସଫା ପୋଷାକ ପିନ୍ଧିବା ଓ ସଫା ବାସନରେ ଖାଇବା ଆଦି ଅନନ୍ୟା ଫାଉଣ୍ଡେସନର ସଦସ୍ୟମାନେ ସେମାନଙ୍କୁ ବୁଝାଇଥିଲେ।
ଏହି ପରିବାରର ସଦସ୍ୟମାନଙ୍କ ପାଇଁ ପକ୍କା ଘର ସାତ ସ୍ୱପ୍ନ ସେମାନେ ପାଇଖାନାର ବ୍ୟବହାର ମଧ୍ୟ ଜାଣନ୍ତି ନାହିଁ ।
ତେଣୁ ଏଣେତେଣେ ଝାଡ଼ା ନ ଫେରି ଏକ ଗାତ ଖୋଳି କିଭଳି ସେଠାରେ ସ୍ନାନ ଶୌଚ କରିବେ ସେ ସମ୍ପର୍କରେ ସଚେତନତା କରାଯାଇଥିଲା। ଜଙ୍ଗଲ ମଧ୍ୟରେ ପାନୀୟ ଜଳର ସୁବିଧା ନଥିବାରୁ ଝରଣା ପାଣି ଫୁଟାଇ ପିଇବାକୁ ସଚେତନ କରାଯାଇଥିଲା।
ପରେ ମାଳିସାହି ନିକଟରେ ରହୁଥିବା କିଛି ପରିବାରକୁ ସଚେତନତା କରାଯିବା ସହ ପୋଷାକ ବଣ୍ଟନ କରାଯାଇଥିଲା। ଏହି ସଚେତନତା କାର‌୍ୟ୍ୟକ୍ରମକୁ ସନ୍ତୋଷ, ଦେବାଶିଷ, ଉମେଶ, ଆଶୁତୋଷ ପ୍ରମୁଖ ସୁଚାରୁରୂପେ ପରିଚାଳନା କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031