Indus Valley Times

ବିଷାକ୍ତ ମଦ ଖାଇ ତାମିଲନାଡୁରେ ୩ ମହିଳାଙ୍କ ସମେତ ୧୨ ମୃତ; ୨ ଗିରଫ

 Breaking News

ବିଷାକ୍ତ ମଦ ଖାଇ ତାମିଲନାଡୁରେ ୩ ମହିଳାଙ୍କ ସମେତ ୧୨ ମୃତ; ୨ ଗିରଫ

ବିଷାକ୍ତ ମଦ ଖାଇ ତାମିଲନାଡୁରେ ୩ ମହିଳାଙ୍କ ସମେତ ୧୨ ମୃତ; ୨ ଗିରଫ
May 15
11:57 2023

ତାମିଲନାଡ଼ୁ,୧୫/୫ : ବିଷାକ୍ତ ମଦ ନେଲା ୧୨ ଜୀବନ। ଏପରି ଅଘଟଣ ତାମିଲନାଡ଼ୁର ୨ଟି ଜିଲ୍ଲା ବିଲ୍ଲୁପୁରମ ଓ ଚେଗଲପଟୁରେ ଘଟିଛି। ବିଷାକ୍ତ ମଦ ପିଇ ବିଲ୍ଲୁପୁରମ ଜିଲ୍ଲାରେ ୭ ଓ ଚେଗଲପଟୁରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଏହି ମଦ ପିଇ ୩୦ ଜଣ ଗୁରୁତର ହୋଇଛନ୍ତି। ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ୭ ପୁଲିସ୍ କର୍ମୀଙ୍କୁ କାର‌୍ୟ୍ୟରେ ଅବହେଳା ପାଇଁ ନିଲମ୍ବିତ କରାଯାଇଛି।
ଗତ ଶନିବାର ବିଲ୍ଲୁପୁରମ ଜିଲ୍ଲାରେ ମଦ ପିଇବା ପରେ କିଛି ଜଣ ଅସ୍ୱସ୍ତିକର ଅନୁଭବ କରୁଥିବା ଅଭିଯୋଗ କରିଥିଲେ। ଏହାପରେ ତୁରନ୍ତ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣକ ପରେ ଜଣେ କରି ୭ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଚେଗଲପଟୁ ଜିଲ୍ଲାରେ ବିଷାକ୍ତ ମଦ ପିଇ ୪ ଜଣ ଆଖି ବୁଜିଛନ୍ତି।
ବିଷାକ୍ତ ମଦ ପିଇ ୩୦ରୁ ଅଧିକ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାର ତଦନ୍ତ ଆରମ୍ଭ କରି ୭ ପୁଲିସ୍ କର୍ମୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ୨ ଯୁବକଙ୍କୁ ବାନ୍ଧିଛି ପୁଲିସ୍।
ଏହି ଘଟଣାର ତଦନ୍ତ ପାଇଁ ସ୍ପେଶାଲ ଟିମ୍ ଗଠିତ ହୋଇଛି। ଏହି ଟିମ୍ ଘଟଣାର ତଦନ୍ତ କରିବା ସହ ଏଥିରେ ଆଉ କିଏ ସମ୍ପୃକ୍ତ ଅଛି ତାହା ବାହାର କରିବ ବୋଲି ଜଣାଯାଇଛି।
ଉଭୟ ବିଲ୍ଲୁପୁରମ ଓ ଚେଗଲପଟୁ ଜିଲ୍ଲା ମଧ୍ୟରେ ପ୍ରାୟ ୫୦ କିମିରୁ ଅଧିକ ଦୂରତା ଥିବା ବେଳେ ଏକ ସଙ୍ଗେ କିପରି ୨ଟି ସ୍ଥାନରେ ଏପରି ସମାନ ଘଟଣା ଘଟିଲା ତାହାର ଚର୍ଚ୍ଚା ଚାଲିଛି। ଉଭୟ ସ୍ଥାନରୁ ପୁଲିସ୍ ମଦର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି। ଉଭୟ ଜିଲ୍ଲାରେ ବ୍ୟବହାର ହୋଇଥିବା ମଦର ନମୁନା ସମାନ ନା ଭିନ୍ନ ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଗଭୀର ଶୋକ ପ୍ରକଟ କରିବା ସହ ମୃତକଙ୍କ ପରିବାର ପ୍ରତି ୧୦ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କରିଥିବା ବେଳେ ଗୁରୁତରଙ୍କ ଚିକିତ୍ସେ ନିମନ୍ତେ ୫୦ ହଜାର ଲେଖା ଘୋଷଣା କରିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031