Indus Valley Times

ବେଆଇନ ଲିଙ୍ଗ ନିରୁପଣ ରୋକିବାକୁ ଜିଲ୍ଲା ଉଦଦେଷ୍ଟା କମିଟିର ଦ୍ଵିତୀୟ ବୈଠକ ଅନୁଷ୍ଠିତ

 Breaking News

ବେଆଇନ ଲିଙ୍ଗ ନିରୁପଣ ରୋକିବାକୁ ଜିଲ୍ଲା ଉଦଦେଷ୍ଟା କମିଟିର ଦ୍ଵିତୀୟ ବୈଠକ ଅନୁଷ୍ଠିତ

ବେଆଇନ ଲିଙ୍ଗ ନିରୁପଣ ରୋକିବାକୁ ଜିଲ୍ଲା ଉଦଦେଷ୍ଟା କମିଟିର ଦ୍ଵିତୀୟ ବୈଠକ ଅନୁଷ୍ଠିତ
February 13
10:44 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୩/୨ : ବୌଦ୍ଧ ଜିଲ୍ଲାରେ ବେଆଇନ ଲିଙ୍ଗ ନିରୂପଣ ରୋକିବା ପାଇଁ ଜିଲ୍ଲା ଉପଦେଷ୍ଟା କମିଟି ର ଦ୍ଵିତୀୟ ବୈଠକ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି ।
ବେଆଇନ ଲିଙ୍ଗ ନିରୁପଣ ରୋକିବା ପାଇଁ କାର୍ଯ୍ୟକାରୀ ହୋଇଥିବା ଆଇନ ୧୯୯୪ ରୁ ଲାଗୁ କରାଯାଇଛି । ବୌଦ୍ଧ ସହରରେ ୨ ଗୋଟି ଅଲଟ୍ରାସାଉଣ୍ଡ କେନ୍ଦ୍ର ପଂଜିକୃତ ହୋଇ କାର୍ଯ୍ୟ କରୁଅଛି ।
ଏହାବ୍ୟତୀତ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ମାଗଣାରେ ଅଲଟ୍ରାସାଉଣ୍ଡ ସେବା ଯୋଗାଇ ଦିଆଯାଉଅଛି । ସର୍ବେକ୍ଷଣ ଅନୁଯାୟୀ ବୌଦ୍ଧଜିଲାରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମିବାରେ ଲାଗିଛି ।
ସର୍ବେକ୍ଷଣ ଅନୁଯାୟୀ ବୌଦ୍ଧଜିଲ୍ଲାରେ ୨୦୧୮-୧୯ ଠାରୁ ୨୦୨୨-୨୪ ପର୍ଯ୍ୟନ୍ତ ୧୫୯୯୬ ଜଣ ପୁଅ ଜନ୍ମ ହୋଇଥିବାବେଳେ ୧୫୦୩୦ ଜଣ ଝିଅ ଜନ୍ମ ହୋଇଛନ୍ତି ।
ଏହି ସର୍ବେକ୍ଷଣ ଅନୁଯାୟୀ ୧୦୦୦ ପୁଅରେ ୯୫୦ ଜଣ ଝିଅ ଜନ୍ମ ହୋଇଥିବାବେଳେ ନବ ଜନ୍ମିତ ଝିଅଙ୍କ ସଂଖ୍ୟା ପୁଅ ତୁଳନାରେ କମ ରହିଥିବାରୁ ଏହାର କାରଣ ସଂପର୍କରେ ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବାକୁ ବୌଦ୍ଧ ମୁଖ୍ୟଚିକିତ୍ସାଳୟର ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ଗର୍ଭପାତ କିପରି ବନ୍ଦ କରାଯାଇ ପାରିବ, ସେ ପ୍ରତି ଭିଜିଲାଣ୍ଟ ହେବା ପାଇଁ ଜ଼ିଲ୍ଲାପାଳ କମିଟି ର ସମସ୍ତ ସଭ୍ୟ ଙ୍କୁ ଅନୁରୋଧ କରିଥିଲେ ଏବଂ ଏଥିସହ କନ୍ୟା ଭୃଣ ର ସୁରକ୍ଷା ଉପରେ ସମସ୍ତେ ଶପଥ ପାଠ କରିବା ପାଇଁ ଜ଼ିଲ୍ଲାପାଳ ଆହ୍ୱାନ ଦେଇଥିଲେ ।
ପ୍ରାଇଭେଟ କ୍ଲିନିକ ଗୁଡିକରେ ଅଲଟ୍ରାସାଉଣ୍ଡ ର ଅନୁଧ୍ୟାନ କରିବା ପାଇଁ ସ୍ୱାଡ଼ ଗଠନ କରାଯାଇ ଚେକ କରାଯାଉଥିବା ବିଷୟରେ ବୈଠକ ରେ ଆଗତ କରାଯାଇଥିଲା ।
ବେସରକାରୀ କ୍ଲିନିକ୍ ଗୁଡିକରେ ଲିଙ୍ଗ ନିରୁପଣ ଆଇନ ଉଲଂଘନ କରାଯାଉଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି ।
କୌଣସି ଅଲଟ୍ରାସାଉଣ୍ଡ କେନ୍ଦ୍ରରେ ବେଆଇନ ଲିଙ୍ଗ ନିରୂପଣ କରାଯାଉଥିବା ନେଇ ସୂଚନା ପ୍ରଦାନ କରାଗଲେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କୁ ପ୍ରଶାସନ ପକ୍ଷରୁ ୨୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବା ସହିତ ତାଙ୍କର ନାମ ଓ ସମସ୍ତ ତଥ୍ୟକୁ ଗୋପନ ରଖିବା ସହ ଆଇନଗତ ମାମଲାର ସମ୍ମୁଖିନ ହେବାକୁ ପଡିବନାହିଁ ବୋଲି ବୈଠକରେ ସୂଚନା ପ୍ରଦାନ କରାଯାଇଛି ।
ମିଳିଥିବା ସୂଚନା ମୁତାବକ ଅପ୍ରେଲ ୨୦୨୪-୨୫ ରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ୧୭୮୩ ଟି ଅଲଟ୍ରାସାଉଣ୍ଡ ହୋଇଥିବାବେଳେ ଦୁଇଗୋଟି ବେସରକାରୀ ଅନୁଷ୍ଠାନରେ ୩୯୭୮ ଜଣଙ୍କ ଅଲଟ୍ରାସାଉଣ୍ଡ ପରୀକ୍ଷା ହୋଇଥିବା ଏହି ବୈଠକରେ ସୂଚନା ଦିଆଯାଇଛି ।
ପ୍ରତି ମାସରେ ହେଉଥିବା ଅଲଟ୍ରାସାଉଣ୍ଡ ସଂପର୍କରେ ସମସ୍ତ ତଥ୍ୟ ଜିଲ୍ଲା ପ୍ରଶାସନ ନିକଟରେ ଠିକ୍ ସମୟରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରତିମାସର ୯ (ଛୁଟିଥିଲେ ପରବର୍ତ୍ତି ଦିନ) ତାରିଖରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃ ଯୋଜନାରେ ସରକାରୀ ଚିକିତ୍ସାଳୟର ପରାମର୍ଶକ୍ରମେ ବେସରକାରୀ ଅଲଟ୍ରାସାଉଣ୍ଡ ଅନୁଷ୍ଠାନରେ ମାଗଣାରେ ପରୀକ୍ଷା କରାଯିବା ବାଧ୍ୟତାମୂଳକ ବୋଲି ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ଜିଲାରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ଯେପରି ବୃଦ୍ଧି ହୋଇପାରିବ ଏବଂ ବେଆଇନ ଲିଙ୍ଗ ନିରୁପଣ କିମ୍ବା ଭ୍ରୁଣହତ୍ୟା ଭଳି ଘଟଣା ନଘଟିବ ସେଥିପାଇଁ ଯତ୍ନବାନ ହେବାକୁ ଜିଲାପାଳ ଶ୍ରୀ ପଣ୍ଡା ପରାମର୍ଶ ଦେଇଥିଲେ ।
ଏଥିସହ ସମସ୍ତ ସ୍ବେଛାସେବୀ ସଂଗଠନ, ଅଙ୍ଗନବାଡି କର୍ମୀ, ଆଶା ଦିଦି ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ସେମାନେ ଆଉ ଟିକିଏ ଚେଷ୍ଟା କଲେ କନ୍ୟା ଭୃଣ ହତ୍ୟା ଲୋପ ପାଇ ପାରିବ ବୋଲି ବୈଠକ ରେ ମତପ୍ରକାଶ ପାଇଥିଲା ।
ଏହି ବୈଠକରେ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡା. ଜୟକୃଷ୍ଣ ମିଶ୍ର ସ୍ୱାଗତ ଭାଷଣସହ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଡିପିଏଚଓ ଡା. ସଂଘମିତ୍ରା ପଣ୍ଡା,ଏ.ଡି.ପି.ଏଚ.ଓ ଡା. କିଶୋର ଚନ୍ଦ୍ର ପଟ୍ଟନାୟକ, ଶିଶୁରୋଗ ବିଶେଷଜ୍ଞ ଡା. ବିଜୟ କୁମାର ସାହୁ,ମହିଳା ଓ ପ୍ରସୂତି ରୋଗ ବିଶେଷଜ୍ଞ ଡା.ଡି ସୁବୁଦ୍ଧି, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ଲୋକକଳା ବିକାଶ କେନ୍ଦ୍ରର ସଂପାଦିକା ପୁଷ୍ପିତା ପ୍ରଧାନ, ଡିପିଏମ ରୁପକ ମହାପାତ୍ର,ଡିଏଲଏଫ ର ସଭାପତି ତପସ୍ୱିନୀ ଶତପଥୀ, ଉତ୍ପଳ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସୌମ୍ୟରଂଜନ ମଲ୍ଲିକ ପାୱାର ପଏଣ୍ଟ ମାଧ୍ୟମରେ ତଥ୍ୟ ଉପସ୍ଥାପନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031