Indus Valley Times

ବୌଦ୍ଧରେ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ଜିଲ୍ଲାପାଳ

 Breaking News

ବୌଦ୍ଧରେ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ଜିଲ୍ଲାପାଳ

ବୌଦ୍ଧରେ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ଜିଲ୍ଲାପାଳ
September 25
22:59 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୫/୯ : ସମବାୟ ବ୍ୟବସ୍ଥାକୁ ଆହୁରି ସଶକ୍ତ ଓ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରାଜ୍ୟବ୍ୟାପୀ ‘ମେଗା ସଦସ୍ୟତା ମହାଅଭିଯାନ–ସମ୍ବନ୍ଧ’ର ଶୁଭାରମ୍ଭ ହୋଇଯାଇଛି ।
ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ (ଓୟୁଏଟି) କୃଷି ଶିକ୍ଷା ସଦନଠାରେ ଆୟୋଜିତ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ କାର‌୍ୟ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ବୌଦ୍ଧରେ ଜିଲ୍ଲାସ୍ତରୀୟ କାର‌୍ୟ୍ୟକ୍ରମ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମାଉସୀମା ମନ୍ଦିର ଠାରେ ଅନୁଷ୍ଠିତ ହୋଇଛି। ସମାରୋହରେ ସମ୍ମାନିତ ଅତିଥି ଭାବରେ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ବୌଦ୍ଧ ବ୍ଲକ୍ ଅଧ୍ୟକ୍ଷ ପ୍ରତ୍ୟୁଷ ପ୍ରିୟଦର୍ଶି ରଥ, ବୌଦ୍ଧ ଜିଲ୍ଲା ପାକ୍ସ ଏମ୍ପ୍ଲୋଇ ଆସୋସିଏସନ୍ ସଭାପତି ସୁବାସ ପ୍ରଧାନ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।
ଫକୀର ମୋହନ ବାଗ, ଊଜଉଝ ଙ୍କ ନେତୃତ୍ୱ ରେ ଆୟୋଜିତ ସଭାକୁ ଭାସ୍କର ଚନ୍ଦ୍ର ପାଣିଗ୍ରାହୀ, ଉପସହକାରୀ ନିବନ୍ଧକ ସଂଯୋଜନା କରିଥିଲେ ।
‘ସମ୍ବନ୍ଧ’ ଅଭିଯାନରେ ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରରୁ ଅତି କମରେ ଜଣେ ସଦସ୍ୟଙ୍କୁ ସମବାୟ ବ୍ୟବସ୍ଥା ସହ ଯୋଡ଼ିବା ଲକ୍ଷ୍ୟ ରହିଛି।
ଆଭାସୀ ମାଧ୍ୟମରେ ସମବାୟ ବିଭାଗର ବହୁ ଐତିହାସିକ ଯୋଜନା ମାନ ଯଥା ସମବାୟ ସଦସ୍ୟତା ମହା ଅଭିଯାନ, ପାକ୍ସ ଧାନ କ୍ରୟ କେନ୍ଦ୍ର ର ନୂତନ ଭିତ୍ତିଭୂମି, ବୃହତ୍ ଶସ୍ୟ ଗୋଦାମ, ପାକ୍ସ ର ଗୋଦାମ ଓ କାର୍ଯ୍ୟାଳୟ ଗୃହ, ବହୁବିଧ ବ୍ୟବସାୟ କେନ୍ଦ୍ର ଇତ୍ୟାଦିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମାନ୍ୟବର ସମବାୟ ମନ୍ତ୍ରୀଙ୍କ ଉପସ୍ଥିତିରେ ଲୋକାର୍ପଣ କରିଥିଲେ ।
ଆଭାସୀ ରେ ସଂଯୋଗ ହୋଇ ବୌଦ୍ଧରେ ପ୍ରାୟ ୩୦୦ ସଭ୍ୟ ସଭ୍ୟା ଏହାକୁ ଉପଭୋଗ କରିଥିଲେ । ଶେଷରେ ସୁଶ୍ରୀ ସ୍ଵର୍ଣଲତା ପ୍ରଧାନ, ସମବାୟ ନିରୀକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ ।
କାର୍ଯ୍ୟକ୍ରମରେ ସହକାରୀ ନିବନ୍ଧକ, ଉପନିବନ୍ଧକ, ଆର ଏମ୍ ସି କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ କର୍ମଚାରୀ , ସମବାୟ ସମିତିର ସଦସ୍ୟ, କୃଷକ, ଜିଲ୍ଲାସ୍ତରୀୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930