Indus Valley Times

ବୌଦ୍ଧରେ ୭୭ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

 Breaking News

ବୌଦ୍ଧରେ ୭୭ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

ବୌଦ୍ଧରେ ୭୭ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ
August 17
11:58 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୭/୮ : ବୌଦ୍ଧରେ ୭୭ତମ ଜିଲାସ୍ତରୀୟ ସ୍ୱାଧନତା ଦିବସ ମହାସାରୋହରେ ପାଳିତ ହୋଇଯାଇଛି । ଜିଲା ଷ୍ଟାଡିୟମଠାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବରେ ଜିଲାପାଳ ନୃସିଂହ ଚରଣ ସ୍ୱାଇଁ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବାସହିତ ସମ୍ବିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ ।
ଏହି ଅବସରରେ ମୁଖ୍ୟଅତିଥି ଶ୍ରୀଯୁକ୍ତ ସ୍ୱାଇଁ ଦେଶ ସ୍ୱାଧିନତା ଆନ୍ଦୋଳନରେ ସାମିଲ ହୋଇଥିବା ସଂଗ୍ରାମୀମାନଙ୍କ ସ୍ମୃତି ଚାରଣ କରିବା ସହିତ ସେମାନଙ୍କ ବଳିଦାନ ଓ ସ୍ୱପ୍ନକୁ ସାକାର କରି ବିକଶିତ ଭାରତ ଗଠନରେ ସମିଲ ହେବାକୁ ଜିଲାବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ ।
ଉତ୍ସବରେ ଅନ୍ୟତମ ଅତିଥି ଭାବରେ ଜିଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ଯୋଗଦେଇଥିଲେ । ଏହି ଅବସରରେ ଆଇଆରବି ୫ମ ବାଟାଲିୟନ,ଜିଲା ପୋଲିସ ଗୃହରକ୍ଷୀ ବାହିନୀ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଅଂଶଗ୍ରହଣ କରି ପ୍ୟାରେଡ କରିବା ସହ ଜାତୀୟ ପତାକାକୁ ଅଭିବାଦନ ଜଣାଇଥିଲେ । ପାରେଡକୁ ରିଜର୍ଭ ଇନିସପେକ୍ଟର କୁଳମଣି ଗିରି ଓ ସର୍ଜେଣ୍ଟ ଦୁଷ୍ମନ୍ତ ସାହୁ ପରିଚାଳନା କରିଥିଲେ ।
ସମ୍ବିଳିତ ପ୍ୟାରେଡରେ ୪୩ ଗୋଟି ଗୃପ ଅଂଶଗ୍ରହଣ କରିଥିବାବେଳେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ,ଓଡ଼ିଶା ଆଦର୍ଶ ବିଦ୍ୟାଳୟ ତେତେଲେଙ୍ଗା,ଆର‌୍ୟ୍ୟନ ଏକାଡେମୀ ଖୁଣ୍ଟବନ୍ଧ,ଷ୍ଟେଟବ୍ରିଗେଡ ବିଦ୍ୟାଳୟ,ସରସରା ସରକାରୀ ପ୍ରାଥମିକ ବିଦ୍ୟାଳୟ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ବାପୁଜୀନଗର ପ୍ରାଥମିକ ବିଦ୍ୟାଳୟ ଶ୍ରେଷ୍ଠ ପ୍ରଦର୍ଶନ କରି ପୁରସ୍କୃତ ହୋଇଥିଲେ ।
ସେହିପରି ଶାରିରୀକ କ୍ରିଡା କୌଶଳରେ ସେଣ୍ଟ ଜାଭିୟର ,ଗୌରୀଶଙ୍କର ପବ୍ଲିକ ସ୍କୁଲ,କେନ୍ଦ୍ରୀୟ ବିଦ୍ୟାଳୟ ଶ୍ରେଷ୍ଠ ବିବେଚିତ ହୋଇଥିଲେ । ଏହାବ୍ୟତୀତ ସ୍ୱାଧୀନତା ଦିବସ ପାଇଁ ଜିଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ୫୦ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ପୁସ୍କୃତ କରାଯାଇଥିଲା । ସେହପରି ୨୦୨୩ ର ମେଟ୍ରିକ ଟପର ସୁଶ୍ରୀ ଅର୍ପିତା ପ୍ରିୟଦଶର୍ନୀଙ୍କୁ ସମାଜସେବୀ ମାତାଦିନ ଅଗ୍ରୱାଲା ପୁରସ୍କାର ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିବାବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟସ୍ତର ପରୀକ୍ଷାରେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିବା ଦିଶା ଅଗ୍ରୱାଲା,ପ୍ରିୟଙ୍କା ରଣା,ପ୍ରିୟା କୁମାର ଗୁପ୍ତା,ରୋଷନି ବଡମାଳୀଙ୍କୁ ପୁରସ୍କୃତ କରାଯାଇଥିଲା ।
ରକ୍ତଦାନ ପାଇଁ ଜିଲା ପୋଲିସକୁ ମୁଖ୍ୟଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ୱାଧୀନତା ଦିବସ ଅବସରରେ ରକ୍ତଭଣ୍ଡାରଠାରେ ରକ୍ତଦାତା ପ୍ରବର୍ତକ ସଂଘ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିର, ଜିଲା ମୁଖ୍ୟଚିକିତ୍ସାଳୟ,କୁଷ୍ଠାଶ୍ରମ ଓ ଉପକାରାଗାରର ଅନ୍ତେବାସୀ ଓ ରାମକୃଷ୍ଣ ବାଳାଶ୍ରମର ଅନ୍ତେବାସୀମାନଙ୍କୁ ଫଳ ବଣ୍ଟନ ଓ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଯୋଗଦେଇଥିଲେ ।
ଏହାବ୍ୟତୀତ ଖେଳପଡିଆଠାରେ ଆଇଆରବି ୫ମ ବାଟାଲିୟନ ଓ ଗେହ୍ଳାମା କ୍ଳବ ମଧ୍ୟରେ ଅନୁଷ୍ଠିତ ବନ୍ଧୁତ୍ୱପୁର୍ଣ୍ଣ ଫୁଟବଲ ମ୍ୟାଚ ଓ ଟାଉନହଲଠାରେ କବିତା ପାଠତ୍ସୋବ ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ କୌତୁକ ବେଶପୋଷାକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟୁଷରେ ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସହରରେ ରାମଧୂନ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରଭାତଫେରି କରାଯିବାପରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଜାତୀୟପତାକା ଉତ୍ତୋଳନ କରାଯାଇଥିଲା ।
ପରେ ମୁଖ୍ୟଅତିଥି ଓ ଅନ୍ୟାନ୍ୟ ଅତିଥିଙ୍କ ଦ୍ୱାରା ସହରର ବିଭିନ୍ନ ଛକରେ ସ୍ଥାପିତ ମହାତ୍ମା ଗାନ୍ଧୀ,ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ,ସ୍ୱାମୀ ବିବେକାନନ୍ଦ,ବାବା ସାହେବ ଆମ୍ବେଦକର, ଗଙ୍ଗାଧର ମେହେର,ବିଜୁ ପଟ୍ଟନାୟ,ମଧୁସୁଦନ ଦାସ. ସ୍ୱାଧୀନତା ସଂଗ୍ରାମୀ ପ୍ରେମଶଙ୍କର ପଟ୍ଟନାୟକ,ପ୍ରହହ୍ଲାଦ ବିଶି ଓ ନଟବର ପ୍ରଧାନଙ୍କ ପ୍ରମତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଅତିରିକ୍ତ ଜିଲାପାଳ ଦାରିଦ୍ର‌୍ୟଭଞ୍ଜନ ମଦନ ମୋହନ ପାତ୍ର ଓ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031