Indus Valley Times

ବୌଦ୍ଧ: କାମରେ ଆସୁନି ଟିିରିଚିମୁଣ୍ଡା ଚେକଡ୍ୟାମ

 Breaking News

ବୌଦ୍ଧ: କାମରେ ଆସୁନି ଟିିରିଚିମୁଣ୍ଡା ଚେକଡ୍ୟାମ

July 31
20:35 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୩୧/୭: ଚଳିତ ବର୍ଷ ବୌଦ୍ଧଜିଲ୍ଲାରେ ସ୍ୱଳ୍ପ ବୃଷ୍ଟି ପାତ ଯୋଗୁଁ ଚାଷୀ ଚିନ୍ତାରେ ପଡିଯାଇଥିବା ବେଳେ ଗତ କିଛି ଦିନ ଧରି ଜିଲ୍ଲାରେ ଲଗାଣ ବର୍ଷ ଯୋଗୁଁ ଚାଷୀ ମନରେ ଆଶା ସଂଚାର କରିଛି । ବର୍ଷା ଯୋଗୁଁ ଅନେକ ନାଳରେ ପାଣି ବଢି ପାଣି ଆସିଛି ଓ ନାଳ ଗୁଡିକ ଉଛୁଳି ଉଠିଛି । ନାଳ ଗୁଡିକରେ ତିଆରି ହୋଇଥିବା ଚେକଡ୍ୟାମ ଗୁଡିକରେ କେନାଲ ପାଣି ବୋହିଯାଉଛି ।
ହେଲେ ଏନେବି ଅନେକ କେନାଲ ଶୁଖା ପଡିଛି । ସେହିପରି ବୌଦ୍ଧଜିଲ୍ଲା ଟିକରପଡା ପଂଚାୟତର ଟିିରିଚିମୁଣ୍ଡା ଠାରେ ଥିବା ଚେକଡ୍ୟାମର ସ୍ରୋତଗେଟଟି ଅଂଚଳ ହୋଇପଡିଥିବାରୁ ପାଣି କେନାଲରେ ନ ଯାଇ ନାଳରେ ବୋହିଯାଉଥିବାର ଚାଷୀମାନେ ଅଭିଯୋଗ କରିଛନ୍ତି । ଚାଷୀଙ୍କ ପାଇଁ ଏହି ପ୍ରକଳ୍ପଟି ଦୀର୍ଘ ଦୁଇ ବର୍ଷ ହେବ ନିର୍ମାଣ ହୋଇଥିଲେ ମଧ୍ୟ ଚାଷୀମାନେ ପାଣି ପାଇବାରୁ ବଂଚିତ ହେଉଛନ୍ତି ।
ଏହି ପ୍ରକଳ୍ପ ଦ୍ୱାରା ବାରଖୁଲି, ଫୁରୁଡା, ଗୋଚ୍ଛାପଡା ଆଦି ଗ୍ରାମର ଚାଷୀମାନେ ଜଳସେଚନର ସୁବିଧା ପାଇଥାନ୍ତି । ବର୍ତ୍ତମାନ ଯେହେତୁ ସ୍ରୋତ କବାଟଟି ଅଚଳ ହୋଇପଡିଛି । ତେଣୁ ଚାଷୀମାନେ ଏହି ପ୍ରକଳ୍ପରୁ ଜଳସେଚନରୁ ପାଣି ପାଇପାରୁନାହାନ୍ତି । ଏନେଇ ଅଂଚଳବାସୀ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଖୁବ ଶୀଘ୍ର ଏହାର ସମାଧାନ କରାଯିବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଥିବା ଗ୍ରମବାସୀ କହିଛନ୍ତି । ହେଲେ ବର୍ତମାନ ଚାଷଋତୁ ହୋଇଥିବା ବେଳେ ଏହି ସମୟରେ ପାଣିର ଆବଶ୍ୟକ ହେଉଥିବାରୁ ତୁରନ୍ତ ଏହାର ସମାଧନ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।
ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ ନେଇ ଜିଲ୍ଳାପାଳଙ୍କୁ ଅଭିଯୋଗ କଲେ ୱାର୍ଡସଭ୍ୟ ସଭ୍ୟା
ବୌଦ୍ଧ,୩୧/୭: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖମନମୁଣ୍ଡା ପଞ୍ଚାୟତର ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ୱାର୍ଡସଭ୍ୟ ସଭ୍ୟା । ସୂଚନା ମୁତାବକ କଣ୍ଟାମାଳ ବ୍ଲକର ପଞ୍ଚାୟତଗୁଡିକୁ ଯାଉଥିବା ଅର୍ଥ ହରିଲୁଟ କରାଯାଊଥିବା ନେଇ ଦୀର୍ଘଦିନରୁ ଅଭିଯୋଗ ହୋଇଆସୁଥିବାବେଳେ ସବୁ ଜାଣି ଜିଲ୍ଲା ପ୍ରଶାସନର ଅଧିକାରୀମାନେ ନିରବଦ୍ରଷ୍ଟା ସାଜିଛନ୍ତି ।
ବିଭିନ୍ନ ପଞ୍ଚାୟତରୁ ଗ୍ରାମବାସୀମାନେ ସିଧାସଳଖ ଅଭିଯୋଗ କରୁଥିଲେ ମଧ୍ୟ କେତେବେଳେ ରାଜନୈତିକ ଚାପ ତ ଆଉ କେତେବେଳେ ପ୍ରଶାସନିକ ଅଧିକାରୀମାନଙ୍କୁ ପ୍ରଭାବିତ କରି ସମସ୍ତ ଅଭିଯୋଗକୁ ରଫାଦଫା କରିଦିଆଯାଉଅଛି । କିନ୍ତୁ ଏବେ ଗୋଟିଏ ପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ନିର୍ବାଚିତ ୱାର୍ଡ ସଭ୍ୟ ସଭ୍ୟାମାନେ ସେମାନଙ୍କ ୱାର୍ଡରେ କୌଣସି ଉନ୍ନତିମୂଳକ କାର୍ଯ୍ୟ କରାଯାଉନଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା ଜଣାଯାଇଛି ।
ମିଳିଥିବା ସୂଚନା ମୁତାବକ କଣ୍ଟାମାଳ ବ୍ଲକ ଖମନମୁଣ୍ଡା ପଞ୍ଚାୟତର ସରପଞ୍ଚ ୱାର୍ଡ ସଭ୍ୟ ସଭ୍ୟା ମାନଙ୍କୁ ନଜଣାଇ ମନମୁଖୀ ଭାବରେ ନିର୍ଦ୍ଦିଷ୍ଟ କେତୋଟି ( ୱାର୍ଡ ନମ୍ବର ୮.୯.୨.୩) ୱାର୍ଡରେ ସମସ୍ତ ଅର୍ଥ ଖର୍ଚ୍ଚ କରୁଥିବା ନେଇ ଅଭିଯୋଗ କରିଛନ୍ତି । ଏହା ଦ୍ୱାରା ପଞ୍ଚାୟତର ଅନ୍ୟ ୭ ଗୋଟି ୱାର୍ଡର ଅଧିବାସୀ ଅବହେଳାର ଶିକାର ହେଉଥିବା ଅଭିଯୋଗ କରାଯାଇଛି ।
ସରପଞ୍ଚ ନିଜେ ଯେଉଁ ଯାଗାରେ କାର୍ଯ୍ୟ କରିପାରିବେ କେବଳ ସେହି ଯାଗାରେ କାମ ପକାଉଛନ୍ତି ଏବଂ ନିଜେ ସେହି କାର୍ଯ୍ୟକୁ ଠିକାଦାର ଭାବରେ କରୁଛନ୍ତି । କରାଯାଉଥିବା କାର୍ଯ୍ୟ ଅତି ନିମ୍ନମାନର ହେଉଥିବା ନେଇ ମଧ୍ୟ ଅଭିଯୋଗ କରାଯାଇଛି ।
ନିର୍ଦ୍ଦିଷ୍ଟ ୪ ଗୋଟି ୱାର୍ଡରେ ସମସ୍ତ ଉନ୍ନୟନ କାର୍ଯ୍ୟ କରାଯାଉଥିବାରୁ ଅନ୍ୟ ୱାର୍ଡର ବାସୀନ୍ଦାମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହିତ ସେମାନେ ୱାର୍ଡ ସଭ୍ୟ ସଭ୍ୟାମାନଙ୍କୁ ଏନେଇ ଦୋଷାରୋପ କରୁଥିବା ନେଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।
ସବୁଠାରୁ ଗୁରୁତ୍ୱର୍ଣ୍ଣ ହେଲା ସରକାର ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ରାଶି ୩ ହଜାର ଟଙ୍କା ଯୋଗାଇ ଦେଉଥିବା ବେଳେ ହିତାଧିକାରୀମାନଙ୍କୁ ୨ ହଜାର ଟଙ୍କା ଦିଆଯାଇ ବଳକା ଅର୍ଥକୁ ବାଟମାରଣା କରାଯାଉଥିବା ନେଇ ଉଦବେଗ ପ୍ରକାଶ କରାଯାଇଛି ।
ନଳକୁପର ଚାନ୍ଦିନୀ ଓ ଗୋଷ୍ଠୀଗତ କମ୍ପୋଷ୍ଟ ଗାତ ର ୩୦ ପ୍ରତିଶତ ଗ୍ରାମ ପଞ୍ଚାୟତ ସିଏଫସି ଯୋଜନାରୁ ପ୍ରଦାନ କରିବାକୁ ନିର୍ଦ୍ଦେଶନାମା ଥିବାବେଳେ କାର୍ଯ୍ୟ ସଂପୁର୍ଣ୍ଣ ହୋଇଥିଲେ ମଧ୍ୟ ସରପଞ୍ଚ ବିଲ ଅର୍ଥ ପ୍ରଦାନ କରିବାକୁ ମନା କରୁଥିବା ନେଇ ମଧ୍ୟ ଅଭିଯୋଗ କରାଯାଇଛି ।
ତେଣୁ ଗ୍ରାମସଭା ତଥା ଗ୍ରାମପଞ୍ଚାୟତ ସଭାରେ ନିଷ୍ପତିକ୍ରମେ କାର୍ଯ୍ୟ କରିବା ନିମନ୍ତେ ସରପଞ୍ଚଙ୍କୁ ନିର୍ଦ୍ଦେଶ ଦିଆଯିବାକୁ ଏବଂ ଗତ ଦୁଇବର୍ଷ ମଧ୍ୟରେ ମଧ୍ୟରେ ପଞ୍ଚାୟତ ତରଫରୁ ହୋଇଥିବା ସମସ୍ତ କାର୍ଯ୍ୟର ତଦନ୍ତ କରାଯିବାକୁ ଏହି ୱାର୍ଡସଭ୍ୟ ସଭ୍ୟା ଦାବି କରିଛନ୍ତି ।
ରେଲୱେ ଓଭରବ୍ରିଜ ରାସ୍ତା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ
ବୌଦ୍ଧ,୩୧/୭ : ଗୁନ୍ଦୁଲିଆ ରାସ୍ତା ର ରେଲୱେ ଓଭରବ୍ରିଜ ରାସ୍ତା ଉପରେ ୨ଫୁଟ ପାଣି ପ୍ରଭାବିତ ଯାତାୟାତ ରେ ବାଧାପ୍ରାପ୍ତ ମିଳିଥିବା ସୂଚନା ଅନୁଯାୟୀ
ବୌଦ୍ଧ ବ୍ଲକ ବାଉଁଶୁଣି ଗୁନ୍ଦୁଲିଆ ରାସ୍ତା ଉପରେ ଗତକାଲି ରାତିରେ ପ୍ରବଳ ବର୍ଷା ଯୋଗୁଁ କୁତ୍ରିମ ବନ୍ୟା ସୃଷ୍ଟି ହୋଇଛି ।ଯାହା ଫଳରେ ୨ଫୁଟ ପାଣି ପ୍ରବାହିତ ହେଉଥିବା ବେଳେ ରାସ୍ତା ପାଣିରେ ବୁଡି ରହିଛି । ରାସ୍ତା ରେ ପାଣି ଯାଇ ଖାଲ ଖମା ହୋଇଥିବାରୁ ଲୋକଙ୍କ ଯାତାୟାତ ରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ଏହି ରାସ୍ତା ଦେଇ ପ୍ରତିଦିନ ୪ଟି ପଂଚାୟତ ର ଜନସାଧାରଣ ସେମେତ ସ୍କୁଲ,କଲେଜ ପିଲା ଯିବା ଆସିବା କରନ୍ତି ।ରେଲୱେ ବିଭାଗ ର ବ୍ରିଜ ହେବା ଯୋଗୁଁ ପାଣି ନିଷ୍କାସନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି ।
ତେଣୁ ପାଣି ଜମି ରହିବା ସହ ୨ରୁ ୩ଫୁଟ ପାଣି ପ୍ରବାହିତ ହେଉଛି ।ଏନେଇ ବାରମ୍ବାର ରେଲୱେ ବିଭାଗ ଓ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି ।ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଓ ନୂତନ ଜିଲ୍ଲାପାଳ ଏଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଅଞ୍ଚଳ ବାସୀ। ଯଦି ଅଗାମୀ ଦିନରେ ଏହି ରାସ୍ତା ର ସ୍ଥାୟୀ ସମାଧାନ ନହୁଏ,ତେବେ ଆନ୍ଦୋଳନ ତୀବ୍ରତର ହେବ ବୋଲି କହିଛନ୍ତି ଅଞ୍ଚଳବାସୀ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031