Indus Valley Times

ବୌଦ୍ଧ : ଖସୁଛି ଭୂତଳ ଜଳସ୍ତର ଆଗକୁ ଜଳ ସଙ୍କଟ ଗୁରତର

 Breaking News

ବୌଦ୍ଧ : ଖସୁଛି ଭୂତଳ ଜଳସ୍ତର ଆଗକୁ ଜଳ ସଙ୍କଟ ଗୁରତର

ବୌଦ୍ଧ : ଖସୁଛି ଭୂତଳ ଜଳସ୍ତର ଆଗକୁ ଜଳ ସଙ୍କଟ ଗୁରତର
March 19
19:02 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୯/୩ : ଚିରସ୍ରୋତା ମହାନଦୀ,ତେଲନଦୀ ସମେତ ଅନେକ ଛୋଟବଡ ନଦୀ ନାଳରେ ଭର୍ତ୍ତି ବୌଦ୍ଧଜିଲ୍ଲା । ଜିଲ୍ଲାରେ ଏକ ହଜାରରୁ ଉର୍ଦ୍ଧ୍ୱ ପଞ୍ଚାୟତ ପୋଖରୀ ରହିଥିବା ସରକାରୀ ରେକର୍ଡରେ ଦର୍ଶାଯାଉଥିବାବେଳେ କୃଷିଫାର୍ମ ପୋଖରୀ ସଂଖ୍ୟା ମିଶିଲେ ଜିଲାରେ ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ୱ ପୋଖରୀ ରହିଛି । କ୍ଷୁଦ୍ର ଜଳସେଚନ ବିଭାଗ ,ଜଳଛାୟା ମିଶନ ଓ ବ୍ଲକ ଗୁଡିକ ପକ୍ଷରୁ ନିର୍ମାଣ ହୋଇଥିବା ଚେକ୍ ଡେମ ହିସାବକୁ ନେଲେ ଜିଲ୍ଲାରେ ବହୁ ସଂଖ୍ୟାରେ ଜଳ ଉତ୍ସ ସବୁ ରହିଛି ।
ଜଳସଂପଦ ବିଭାଗ ପକ୍ଷରୁ ନିର୍ମିତ ବାଘ ଓ ସାଲୁଙ୍ଖି ଭଳି ବୃହତ ଜଳସେଚନ ବ୍ୟବସ୍ଥା ମଧ୍ୟ ରହିଛି । ଏସବୁକୁ ବାଦ ଦେଲେ ଉଠାଜଳସେଚନ ବିଭାଗ ଜରିଆରେ ଜିଲ୍ଲାରେ ଅନେକ ଜମିକୁ ଜଳସେଚନର ବ୍ୟବସ୍ଥା କରାଯାଇଛି । କିନ୍ତୁ ଜିଲ୍ଲାରେ ଏତେ ସବୁ ଜଳ ଉତ୍ସ ଥାଇ ମଧ୍ୟ ଭୂତଳ ଜଳସ୍ତର ଦିନକୁ ଦିନ ଖସି ଚାଲିଥିବା ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ମିଳିଥିବା ସୂଚନା ମୁତାବକ ବୌଦ୍ଧଜିଲ୍ଲାରେ ପ୍ରତିବର୍ଷ ଭୂତଳ ଜଳସ୍ତର ପ୍ରାୟ ଏକ ମିଟର ତଳକୁ ଖସିଯାଉଛି ।
ଉପର ମୁଣ୍ଡରେ ବହୁ ସଂଖ୍ୟାରେ ଡେମ ନିର୍ମାଣ ଯୋଗୁଁ ଚିରସ୍ରୋତା ମହାନଦୀ ତାର କାୟା ହରାଇ ସାରିଥିବାବେଳେ ବର୍ଷକୁ ୮ ମାସ ଏଥିରେ ଜଳସଙ୍କଟ ଲାଗି ରହିଛି । ସେହିପରି ଉପର ମୁଣ୍ଡରେ ଭଲ ବର୍ଷା ନହେଲେ ତେଲ,ବାଘ ଓ ସାଲୁଙ୍ଖି ନଦୀ ଗ୍ରୀଷ୍ମ ଚାରିମାସ ସଂପୁର୍ଣ୍ଣ ଶୁଖି ଯାଉଅଛି । ମହାନଦୀ ଓ ତେଲ ନଦୀରେ ବର୍ତମାନର ଜଳପ୍ରବାହକୁ ଦେଖିଲେ ଗ୍ରୀଷ୍ମରେ ଏହା ଜିଲ୍ଲାବାସୀଙ୍କ ଶୋଷ ମେଣ୍ଟାଇବାରେଯେ, ବିଫଳ ହେବ ବର୍ତମାନଠାରୁ ଜଳ ଜଳ ହୋଇ ଦେଖାଗଲାଣି । ମେସିନ ସାହାଯ୍ୟରେ ନଦୀର ବାଲି ହଟାଇ ସହରବାସୀଙ୍କୁ ପାନୀୟଜଳ ଯୋଗାଇ ଦିଆଯାଉଅଛି ।
ଗ୍ରାମାଞ୍ଚଳର ପାନୀୟଜଳ ଅବସ୍ଥା ନକହିଲେ ଭଲ । ବୌଦ୍ଧ ଓ କଣ୍ଟାମାଳ ବ୍ଲକରେ ପ୍ରତ୍ୟେକ ଘରକୁ ପାନୀୟଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ହରଭଙ୍ଗା ବ୍ଲକରେ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି । ତେବେ ମହାନଦୀ ଓ ତେଲ ନଦୀରେ ଜଳ ସଙ୍କଟ ଏହି ପ୍ରକଳ୍ପ ଗୁଡିକର ଭବିଷ୍ୟତ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଉଅଛି ।
ବୌଦ୍ଧ ବ୍ଲକର ଅନେକ ସ୍ଥାନକୁ ପାନୀୟଜଳ ପାଇଁ ପାଇପ ବିଛା ହୋଇ ପାନୀୟଜଳ ଯୋଗାଣ ହେଉଥିଲେ ମଧ୍ୟ ଗାଁ ପର୍ଯ୍ୟନ୍ତ ପାଣି ପହଞ୍ଚୁନଥିବା ଅଭିଯୋଗ ହେଉଅଛି । ଗ୍ରାମାଞ୍ଚଳର ନାଳ ପୋଖରୀ ଗୁଡିକ ଏବେଠାରୁ ଶୁଖିବାକୁ ବସିଲାଣି । ତେଣୁ ଜଳାଶୟ ଗୁଡିକର ସୁରକ୍ଷା,ପାନୀୟଜଳର ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଗଲେ ଭୂତଳ ଜଳସ୍ତର ବୃଦ୍ଧି ପାଇବା ସହିତ ଜଳସଙ୍କଟର ସଫଳ ମୁକାବିଲା କରିହେବ ବୋଲି ବୁଦ୍ଧଜିବୀ ମହଲରେ ମତପ୍ରକାଶ ପାଉଅଛି ।
ବୌଦ୍ଧର ପଂଚମ ଆଇଆରବି ବାଟାଲିଅନ ରାଜ୍ୟର ୨୦୨୨ ବର୍ଷ ପାଇଁ ସର୍ବଶ୍ରେଷ୍ଠ ବାଟାଲିଅନ ଭାବେ ମନୋନିତ
ବୌଦ୍ଧ,୧୯/୩ : ବୌଦ୍ଧର ପଂଚମ ଆଇଆରବି ବାଟାଲିଅନ ରାଜ୍ୟର ୨୦୨୨ ବର୍ଷ ପାଇଁ ସର୍ବଶ୍ରେଷ୍ଠ ବାଟାଲିଅନ ଭାବେ ମନୋନିତ, ବୌଦ୍ଧର ପଂଚମ ଆଇଆରବି ବାଟାଲିଅନର ପରିଚାଳନା, ଜବାନମାନଙ୍କ ସଫଳତା ପୂର୍ବକ ଦାୟିତ୍ୱ ନିର୍ବାହ ଆଦି ର ବିଚାର କରାଯାଇ ୨୦୨୨ ବର୍ଷ ପାଇଁ ସର୍ବଶ୍ରେଷ୍ଠ ବାଟାଲିଅନ ଭାବେ ମନୋନିତ କରାଯାଇଛି ।
ରାଜ୍ୟରେ ରହିଥିବା ୨୨ ଟି ବାଟାଲିଅନ ମଧ୍ୟରୁ ବୌଦ୍ଧର ପଂଚମ ଆଇଆରବି ବାଟାଲିଅନ ପ୍ରଥମ ସ୍ଥାନ ଗ୍ରହଣ କରିଥିବା ନେଇ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକଙ୍କ ଦ୍ୱାରା ଘୋଷଣା କରାଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ବୌଦ୍ଧର ପଂଚମ ଆଇଆରବି ବାଟାଲିଅନରେ ଖୁସିର ଲହରି ଖେଳିଯାଇଥିଲା ।
ବୌଦ୍ଧର ପଂଚମ ଆଇଆରବି ବାଟାଲିଅନର ଜବାନ ମାନେ ରାଜ୍ୟ ବାହାରେ ନିର୍ବାଚନ ସମୟରେ , ରାଜ୍ୟ ତଥା ରାଜ୍ୟ ବାହାରେ ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ, ମାଓବାଦି ଓ ନକ୍ସଲ ଦମନ ଗତିବିଧିରେ ନିୟୋଜିତ ହୋଇ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଛନ୍ତି ।
ଆସନ୍ତା ୮୮ ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟସ୍ତରୀୟ ସମାରୋହରେ ନଗଦ ରାଶି ଓ ଟ୍ରଫି ପ୍ରଦାନ ସହ ସମ୍ମାନୀତ କରାଯିବ ବୋଲି ଜଣାପଡ଼ିଛି।
ବୌଦ୍ଧ ସରକାରୀ ଆଇଟିଆଇ ଠାରେ ଚାପ ପରିଚାଳନା ଏବଂ ଦକ୍ଷତା ବିକାଶ ନେଇ ୪ଦିନିଆ କର୍ମଶାଳା ଆରମ୍ଭ
ବୌଦ୍ଧ,୧୯/୩ : ବୌଦ୍ଧ ସରକାରୀ ଆଇଟିଆଇ ଠାରେ ଚାପ ପରିଚାଳନା ଏବଂ ଦକ୍ଷତା ବିକାଶ ନେଇ ୪ଦିନିଆ କର୍ମଶାଳା ଆରମ୍ଭ ହୋଇଛି ।ବୌଦ୍ଧ ଜିଲାପାଳ ସତ୍ୟ ରଂଜନ ସାହୁଙ୍କ ନିର୍ଦେଶ କ୍ରମେ ଏହି କର୍ମଶାଳା ଆରମ୍ଭ ହୋଇଛି ।
କର୍ମଶାଳା ରେ ପ୍ରଶିକ୍ଷକ ଭାବେ ମିହିର ପଟ୍ଟନାୟକ , କୁମାର ମଙ୍ଗଲମ୍ ଅଗ୍ରୱାଲ ଛାତ୍ରଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରୁଛନ୍ତି,ସରକାରୀ ଆଇଟିଆଇର ପ୍ରିନ୍ସିପାଲ୍ ଇଞ୍ଜିନିଅର ଅବିନାଶ ମିଶ୍ର କର୍ମଶାଳାର ଶୁଭାରମ୍ଭ କରି ଛାତ୍ରମାନଙ୍କୁ ସେମାନଙ୍କର ଆତ୍ମବିଶ୍ୱାସ ବଢ଼ାଇବାରେ ସାହାଯ୍ୟ କରିବ ଏବଂ ଆଗକୁ ଏହିଭଳି ଆହୁରି କର୍ମଶାଳା ଆୟୋଜନ କରାଯିବା ନେଇ ସୂଚନା ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031