Indus Valley Times

ବୌଦ୍ଧ: ପ୍ରେସ କ୍ଲବ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

 Breaking News

ବୌଦ୍ଧ: ପ୍ରେସ କ୍ଲବ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବୌଦ୍ଧ: ପ୍ରେସ କ୍ଲବ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
August 05
11:20 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୫/୮: ଜିଲ୍ଲା ପ୍ରେସ କ୍ଲବର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ସ୍ଥାନିୟ ରକ୍ତ ଭଣ୍ଡାର ଠାରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଜୟକୃଷ୍ଣ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ଶିବିରକୁ ଉଦଘାଟନ କରିଥିଲେ । ଶିବିରରେ ୫ମ ଆଇଆରବି ବାଟାଲିଆନ ଯବାନ, ରକ୍ତଦାତା ପ୍ରବର୍ତ୍ତକ ସଂଘ, ଯୁବ ରେଡକ୍ରସ, ଗଣ ମାଧ୍ୟମ ପ୍ରତିନିଧିମାନେ ସ୍ୱେଛାକୃତ ଭାବେ ରକ୍ତଦାନ କରିଥିଲେ ।
କ୍ଲବର ସଭାପତି ବରଜ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସାଧାରଣ ସଂପାଦକ ରଘୁନାଥ ଷଡଙ୍ଗୀ, ଉପ ସଭାପତି ସମରେଶ ମିଶ୍ର, ସତ୍ୟ ନାରାୟଣ ପାଣି, କୋଷାଧ୍ୟକ୍ଷ ନରେନ୍ଦ୍ର କୁମାର ସାହୁ, ସଂଜିବ କୁମାର ମହାକୁଳ, ଦିବ୍ୟ ରଂଜନ ପଟ୍ଟନାୟକ, ଦୁର୍ଯ୍ୟଧନ ବିଶି, ପ୍ରିତି ରଂଜନ ଦାସ, ଅବଦୁଲ ମହସିନ ଖାଁ, ରଂଜନ କୁମାର ଦାଶ, ଶମ୍ଭୁ ପ୍ରସାଦ ମିଶ୍ର ପ୍ରମୁଖ ସଦସ୍ୟ ରକ୍ତଦାନ କରିବାସହ ସହଯୋଗ କରିଥିଲେ । ସେହିପରି ରକ୍ତଦାତା ପ୍ରବର୍ତ୍ତକ ସଂଘ ପକ୍ଷରୁ ସମାଜସେବୀ ଦେବାଶିଷ ପୁରୋହିତ, ଯୁବ ରେଡକ୍ରସ ସଂପାଦକ ଡଃ ଅଧ୍ୟାପକ ପ୍ରବିର କୁମାର ଦାସ, ଶତାଧିକ ରକ୍ତଦାତା ଜୟ ନାରାୟଣ ମହାନ୍ତି, ଧବଳେଶ୍ୱର ମହାପାତ୍ର ପ୍ରମୁଖ ରକ୍ତଦାନ କରିବାସହ ଉପସ୍ଥିତ ରହି ଯୁବଗୋଷ୍ଠିଙ୍କୁ ରକ୍ତଦାନ ପାଇଁ ପ୍ରବର୍ତ୍ତାଇଥିଲେ ।
ଏହି ଶିବିରରେ ସମୁଦାୟ ୩୦ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ରକ୍ତ ଭଣ୍ଡାର ଡାକ୍ତର ହେମ୍ବ୍ରମ, ଟେକନିକସିଆନ ଚର୍ତୁଭୁଜ ବାରିକ ଓ ଅନ୍ୟାନ କର୍ମଚାରୀ ଶିବିରକୁ ପରିଚାଳନା କରିଥିଲେ । ସମସ୍ତ ରକ୍ତଦାତାଙ୍କୁ ପ୍ରେସ କ୍ଲବ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।
ଖେଳ ଉପଯୋଗୀ ହୋଇ ପାରୁନାହିଁ କଚେରୀ ଖେଳପଡିଆ ସାମାନ୍ୟ ବର୍ଷାରେ ପଡିଆରେ ଜମୁଛି ଆଣ୍ଡୁଏ ଆଣ୍ଡୁଏ ପାଣି
ବୈାଦ୍ଧ,୫/୮: ଜିଲ୍ଲାରେ ଖେଳର ଭିତିଭୂମୀରେ ଉନ୍ନତି କରାଯିବାପାଇଁ ସରକାରଙ୍କ ପକ୍ଷରୁ ଆର୍ଥିକ ବ୍ୟବସ୍ଥା ଯୋଗାଇ ଦିଆ ଯାଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଉଦାଶିନତା ଯୋଗୁଁ ଉନ୍ନତ ହୋଇ ପାରୁନାହିଁ ଖେଳ ପଡିଆ । ଜିଲ୍ଲା ସଦର ମହକୁମାରେ ଖେଳାଳୀମାନଙ୍କ ପାଇଁ ଏକ ସ୍ଥାୟୀ ଖେଳ ପଡିଆଟିଏ ନାହିଁ । ଯାହାଫଳରେ ଖେଳାଳୀମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଖେଳାଳୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସହରର କଚେରୀ ପଡିଆଟି ଖେଳ ଉପଯୋଗୀ ହୋଇପାରୁନାହିଁ । ବୈାଦ୍ଧଜିଲ୍ଲା ସଦର ମହକୁମାରେ ଥିବା କଚେରୀ ପଡିଆର ଉନ୍ନତି କରଣ ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ପଡିଆଟି ଖେଳ ଉପଯୋଗୀ ହୋଇ ପାରୁ ନାହିଁ । ସାମାନ୍ୟ ବର୍ଷା ହେଲେ ପଡିଆରେ ଆଣ୍ଡୁଏ ଆଣ୍ଡୁଏ ପାଣି ଜମି ରହୁଛି ।
ପାଣି ନିଷ୍କାସନ ପାଇଁ ସୁବ୍ୟବସ୍ଥା ନ ଥିବାରୁ ପାଣି ଜମି ରହୁଛି । ଯାହାକୁ ନେଇ ଖେଳାଳୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଅର୍ଥ ଖର୍ଚ୍ଚ କରି ପଡିଆର ଉନ୍ନତି ପାଇଁ କରାଯାଉଥିବା ଯୋଜନା ବାସ୍ତବତା ଠାରୁ ଦୂରେଇ ଯାଉଛି । ସୂଚନା ମତେ, ବୌଦ୍ଧର ଖେଳାଳୀମାନଙ୍କ ପାଇଁ ଏକ ମାତ୍ର ନିର୍ଭର ଯୋଗ୍ୟ ଖେଳ ପଡିଆ ହେଉଛି କଚେରୀ ପଡିଆ । ଏହି ପଡିଆରେ ଖେଳାଳୀମାନେ ବର୍ଷା ସାରା ନିଜର ଖେଳଭ୍ୟାସ କରିଥାନ୍ତି ।
ସେହିଭଳି ଏଠାରେ ପ୍ରତିବର୍ଷ ବିଭିନ୍ନ ପ୍ରକାରର କ୍ରିଡା ପ୍ରତି ଯୋଗୀତା ଅନୁଷ୍ଠିତ ହୋଇଥାଏ । ବୌଦ୍ଧଜିଲ୍ଲାର ଖେଳାଳିମାନେ ପ୍ରତିବର୍ଷ ଏହି ପଡିଆରେ କ୍ରୀଡାଭ୍ୟାସ କରି କ୍ରୀଡାରେ ବେଶ ସଫଳତା ହାସଲ କରିଥିବା ବେଳେ ବୌଦ୍ଧଜିଲ୍ଲାକୁ କ୍ରୀଡାକ୍ଷେତ୍ରରେ ସମଗ୍ର ରାଜ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରାଇ ପାରିଛନ୍ତି । ପ୍ରତିବର୍ଷ ଜିଲ୍ଲାର ଖେଳାଳୀମାନେ ବିଭିନ୍ନ କ୍ରୀଡାରେ ରାଜ୍ୟ ଓ ଜାତୀୟସ୍ତର ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ସଫଳତା ହାସଲ କରି ଜିଲ୍ଲାର ସମ୍ମାନ ବଜାଇ ରଖିଛନ୍ତି । ଏହି ଖେଳ ପଡିଆଟି ଏକ ଐତିିହାସିକ ଖେଳ ପଡିଆ ।
ଏଠାରେ ରାଜତନ୍ତ୍ର ସମୟରେ ବୌଦ୍ଧର ରାଜା ବିଭିନ୍ନ ପ୍ରତିଯୋଗୀତାମାନ ଆୟୋଜନ କରାଉଥିଲେ ।
ଏହି ପ୍ରତିଯୋଗୀତାରେ ବିଭିନ୍ନ ରାଜ୍ୟରର ପ୍ରତିଯୋଗୀମାନେ ଭାଗ ନେଉଥିଲେ । ହେଲେ ଏହି ପଡିଆଟି ଖେଳ ଉପଯୋଗୀ ହୋଇନପାରିବା ଖେଳାଳୀମାନଙ୍କୁ ଅଧିକ ଆଘାତ ଦେଉଛି ।
ରାଜ୍ୟ ସରକାର କ୍ରୀଡା ଭିତିଭୂମିର ବିକାଶ ପାଇଁ ପ୍ରତ୍ୟକ ସଦରମହକୁମାରେ ଜିଲ୍ଲା ଷ୍ଟାଡିୟମ ଓ ମିନି ଷ୍ଟାଡିୟମ ନିର୍ମାଣ କରିବା ପାଇଁ ଘୋଷଣା କରିଥିଲେ । ସେହିପର୍ଯ୍ୟାୟରେ ଏହି କଚେରୀ ଖେଳ ପଡିଆକୁ ମିନି ଷ୍ଟାଡିୟମ କରିବା ପାଇଁ ୨୦୧୫ରେ ସରକାରଙ୍କ ପାଖକୁ ପ୍ରସ୍ତାବ ଯାଇଥିଲା । ସରକାର୨୦୧୬ ମାର୍ଚ୍ଚ ମାସରେ କଚେରୀ ପଡିଆ ଠାରେ ଏକ ସହରାଞ୍ଚଳ ମିନି ଷ୍ଟାଡିୟମ ନିର୍ମିାଣ ପାଇଁ ୨୦ ଲକ୍ଷ ଟଙ୍କା ମଞ୍ଜୁର କରି ଜିଲ୍ଲା କ୍ରୀଡା ବିଭାଗକୁ ପ୍ରଦାନ କରିଥିଲେ । ଜିଲ୍ଲା କ୍ରୀଡା ବିଭାଗ ଉକ୍ତ ଅର୍ଥକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିଛି ।
୨୦୧୬ ମସିହାରୁ ପୂର୍ତ୍ତ ବିଭାଗକୁ ଅର୍ଥ ଦିଆଯାଇଥିଲେ ମଧ୍ୟ ପୂର୍ତ୍ତ ବିଭାଗର ପଡିଆ କାର୍ଯ୍ୟକୁ ନେଇ ଆନ୍ତରିକତାର ଅଭାବ ଦେଖିବାକୁ ମିଳୁଛି । ସେପଟେ ଜିଲ୍ଲାରେ କ୍ରୀଡାର ଭିତ୍ତିଭୂମିର ବିକାଶ ପାଇଁ ସରକାର ଜିଲ୍ଲା ସଦର ମହକୁମାରେ ଏକ ଜିଲ୍ଲା ଷ୍ଟାଡିୟମ ନିର୍ମାଣ କରିଥିଲେ ମଧ୍ୟ ଷ୍ଟାଡିୟମଟି ବର୍ତ୍ତମାନ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଖେଳ ଉପଯୋଗୀ ହୋଇପାରିନାହିଁ । ଯାହାଫଳରେ ଖେଳାଳୀମାନେ କଚେରୀ ପଡିଆ ଉପରେ ଅଧିକ ନିର୍ଭର କରୁଛନ୍ତି । ଏନେଇ ଜିଲ୍ଲା କ୍ରୀଡା ଅଧିକାରୀ ପବିତ୍ର କୁମାର ରାଉତଙ୍କୁ ପଚାରିବାରୁ ପୁର୍ତ ବିଭାଗ ମିନି ଷ୍ଟାଡିୟମ ପାଇଁ କାର୍ଯ୍ୟ ଆରମ୍ଭ କରୁଥିଲା ।
ହେଲେ ବର୍ଷା ଯୋଗୁଁ କାର୍ଯ୍ୟ ଅଟକିଛି ଖୁବ ଶିଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି । ପ୍ରତି ବର୍ଷ ଏହି ଖେଳ ପଡିଆରେ କ୍ରୀଡା ସହିତ ସରକାରୀ ଓ ବେସରକାରୀ ସଂସ୍ଥା ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି ।
ଯାହାଫଳରେ ପଡିଆରେ ଗାତ ସବୁ ହୋଇ ପଡିଆ ନଷ୍ଟ ହୋଇଯାଉଛି । ସରକାର ଏହି ଖେଳ ପଡିଆର ଉନ୍ନତି ପାଇଁ ଯେତେ ଟଙ୍କା ଖର୍ଚ୍ଚ କଲେ ମଧ୍ୟ ଯେପର୍ଯ୍ୟନ୍ତ ପଡିଆରୁ ଜଳ ନିଷ୍କାସନ କରିବାର ସୁବ୍ୟବସ୍ଥା କରାନ ଯାଇଛି ।
ସେତେ ପର୍ଯ୍ୟନ୍ତ ପଡିଆର ଉନ୍ନତି ହୋଇ ପାରିବ ନାହିଁ । ଏହି ଖେଳ ପଡିଆର ଉନ୍ନତି ପାଇଁ ବିଭିନ୍ନ ସମୟରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ କେବଳ ଠିକାଦାର ପେଷା ନିତି କରାଯାଉଛି । ପ୍ରକୃତ ପକ୍ଷେ ପଡିଆର କିପରି ଉନ୍ନତି ହେବ ସେଥିପ୍ରତି ଦୃଷ୍ଟି ଦିଆଯାଉନଥିବା ଅଭିଯୋଗ ହେଉଛି ।
ନିମ୍ନ ମାନର କେନାଲ କାମ ତଦନ୍ତ ଦାବି କଲା ବିଜେପି
ବୈାଦ୍ଧ,୫/୮: ସାଲୁଙ୍କି ଜଳସେଚନ ବିଭାଗ ପକ୍ଷରୁ ଚାଲିଥିବା କେନାଲ କାମ ନିମ୍ନ ମାନର ହୋଇଥିବାର ଏହାର ତଦନ୍ତ ଦାବି କଲା ବିଜେପି । ଏନେଇ ଆଜି ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିବା ଜଣାପଡିଛି ।
ଅଭିଯୋଗ ଅନୁସାରେ,ବୌଦ୍ଧ ସଦର ବ୍ଲକ ସାଲୁଙ୍କି ଜଳସେଚନ ବିଭାଗ ଦ୍ୱାରା ସାଲୁଙ୍କି କେନାଲର ବାମ ପାଶ୍ୱ୭ର ମୁଖ୍ୟ କେନାଲର ବସ୍ତମପୁର ଶାଖା କେନାଲର ସିଙ୍ଗାରି ପର୍ଯ୍ୟନ୍ତ ଯାଉଥିବା ବସ୍ତମପୁର (ଖଲିଆ) ନିକଟରେ ନିର୍ମାଣ ହୋଇଥିବା ସିମେଣ୍ଟ ଢଳାଇ କାନ୍ଥ ଅତି ନିମ୍ନମାନର କାମ ହୋଇଥିବାରୁ ନିର୍ମାଣର ଦୁଇମାସ ନଯାଉଣୁ ତାହା ଭାଙ୍ଗି ନଷ୍ଟ ହୋଇଯାଇଛି ।
ଏଣୁ ସଂପୃକ୍ତ ସହକାରୀ ଯନ୍ତ୍ରୀ,କନିଷ୍ଠ ଯନ୍ତ୍ରୀ ଓ ଠିକାଦାର ମିଲି ଭଗତରେ ସରକାରଙ୍କ ସରକାରୀ ଅର୍ଥ ହରିଲୁଟ କରାଯାଇଛି ।
ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିଯିବାକୁ ଦାବି କରିଛନ୍ତି ଜିଲ୍ଲା ବିଜେପି ସାଧାରଣ ସଂପାଦକ ସୁଶାନ୍ତ ବାଘଙ୍କ ସମେତ ବିଜେପି ମୁଣ୍ଡାପଡା ମଣ୍ଡଳ ସଭାପତି ଯୀଶୁ ପ୍ରଧାନ, ସଂପାଦକ ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ଯଯାତି ପ୍ରଧାନ ପ୍ରମୁଖ ଦାବିପତ୍ର ପ୍ରଦାନ କରିଛନ୍ତି ।
ଠିକା ସଂସ୍ଥାର ମନମୁଖି କାର୍ଯ୍ୟ, ବନ୍ଧ ଭାଙ୍ଗି ଶହଶହ ଏକର ଚାଷ ଜମି ନଷ୍ଟ
ବୈାଦ୍ଧ,୫/୮: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ବିରାମଚନ୍ଦ୍ରପୁର ଗ୍ରାମର ବଡବନ୍ଧ ହୁଡାରେ ବିରାଟ ଘାଇ ସୃଷ୍ଟି ହୋଇ ରୁଗୁଡି ସାହି ଭିତରେ ପାଣି ପଶିଯିବା ସହିତ ରାସ୍ତାଧୋଇ ହୋଇ ଶହଶହ ଏଳର ଚାଷ ଜମି ନଷ୍ଟ ହେବା ସହ ବହୁ ଜମିରେ ବାଲିଚର ମାଡିଯାଇ ଥିବାର ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ ଅଭିଯୋଗ ମତେ, ଏକ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ ଯୋଗୁଁ ବନ୍ଧ ହୁଡାକୁ ଦୁର୍ବଳ କରିଦେଇଛି ।
ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଉପରୋକ୍ତ ସଂସ୍ଥା କାହାରିକୁ ଖାତିରି ନ କରିବା ଫଳରେ ଲଗାଣ ବର୍ଷାରେ ବଡବନ୍ଧ ପାଣିପୁରି ଯାଇଥିଲା । ଦୁର୍ବଳ ହୁଡା ଭାଙ୍ଗି ଯିବାରୁ ଗ୍ରାମବାସୀ ହତାସ ହୋଇପଡିଛନ୍ତି । ଏହି ବଡବନ୍ଧ ଖରିଫ ଓ ରବି ଋତୁରେ ପ୍ରାୟ ଦୁଇ ହଜାର ଚାଷ ଜମିକୁ ପାଣି ଯୋଗାଇ ଥାଏ ।
ଚାଷ ସମୟରେ ଖାଲି ବନ୍ଧକୁ ଦେଖି ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି ।
ବନ୍ଧର ହୁଡା ଭାଙ୍ଗି ଯିବାରୁ ଅନ୍ୟ ବନ୍ଧରେ ଗ୍ରାମର ମୃତ୍ୟୁଂଜୟ ମିଶ୍ର ଓ ଭକ୍ତ ବେହେରାଙ୍କ ଚାଷ କରିଥିବା ମାଛ ଭାସି ଯାଇଥିବା ଅଭିଯୋଗ ହୋଇଛି । ଗ୍ରାମ ରାସ୍ତାଟି ସଂପୂର୍ଣ୍ଣ ଧୋଇ ହୋଇଯାଇଥିବାରୁ ଗ୍ରାମବାସୀ ଯିବା ଆସିବା କରିବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜରୁରୀ କାଳିନ ସମୟରେ ଆମ୍ବୁଲାନ୍ସ ଓ ପଂଚାୟତ କାର୍ଯ୍ୟାଳୟକୁ କିପରି ଚାଉଳ ଆସିବ ତାହା ଚିନ୍ତାର କାରଣ ହୋଇପଡିଛି । ଠିକା ସଂସ୍ଥା ମନମୁଖୀ କାର୍ଯ୍ୟ ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି ।
ଜଣେ ଶିକ୍ଷକରେ ଚାଲିଛି ଏରେଡା ସରକାରୀ ପ୍ରାଥମିକ ବିଦ୍ୟାଳୟ
ବୌଦ୍ଧ,୫/୮: ସରକାର ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଓ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରି ରୂପାନ୍ତରିତ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ତମାମ ବିଦ୍ୟାଳୟ ଗୁଡିକର ଭିତିଭୂମି ସଜାଡିବାରେ ଲାଗିଥିବାବେଳେ ଅନ୍ୟ ପଟେ ବିଦ୍ୟାଳୟରେ ଶିକ୍ଷାଦାନ ନେଇ ଶିକ୍ଷକ ନଥିବା ଭଳି ଘଟଣାମାନ ଦେଖିବାକୁ ମିଳୁଅଛି ।
ସୂଚନା ମୁତବାକ ବୌଦ୍ଧବ୍ଲକ ବଘିଆପଡା ପଞ୍ଚାୟତ ଅନ୍ତର୍ଗତ ଏରେଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ପାଞ୍ଚଟି ଶ୍ରେଣୀର ୪୫ ଜଣ ଛାତ୍ରଛାତ୍ରୀଙ୍କୁ ଜଣେ ଶିକ୍ଷକ ଶିକ୍ଷାଦାନ କରୁଥିବା ଦେଖିବାକୁ ମିଳୁଅଛି ।
ପୂର୍ବରୁ ଏଠାରେ ଦୁଇଜଣ ଶିକ୍ଷକ ଶିକ୍ଷାଦାନ କରୁଥିବାବେଳେ ଦୀର୍ଘ ୫ ମାସ ହେଲା ପ୍ରଧାନଶିକ୍ଷକ ଶ୍ରିନିବାସ ମିଶ୍ର ଅବସର ଗ୍ରହଣ କରିବା ପରେ ବିଦ୍ୟାଳୟରେ ଗୋଟିଏ ଶିକ୍ଷକ ପଦବୀ ଖାଲି ପଡିଛି ।
ଜଣେ ଶିକ୍ଷକ ୫ ମାସ ହେଲା ଏକ ସଙ୍ଗରେ ପାଞ୍ଚଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବାସହିତ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପରିଚାଳନା ଓ ଅନ୍ୟାନ୍ୟ ବିଦ୍ୟାଳୟ କାର୍ଯ୍ୟ ମଧ୍ୟ ତୁଲାଉଛନ୍ତି ।
୧୯୫୯ ରୁ ଏହି ସରକାରୀ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏଠାରେ ଶ୍ରେଣୀଗୃହର ଅଭାବ ରହିଛି । ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପାଇଁ ଅତିରିକ୍ତ ରୋଷେଇ ଘର ନଥିବାରୁ ବିଦ୍ୟାଳୟ ପରିସରରେ ଥିବା ଅନ୍ୟ ଏକ ଅସୁରକ୍ଷିତ ଘର ବାରଣ୍ଡାରେ ହିଁ ଭୋଜନ ପ୍ରସ୍ତୁତ କରାଯାଉଅଛି ।
ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟ ମଧ୍ୟାହ୍ନ ଭୋଜନ ସାମଗ୍ରୀର ଗୋଦାମ ପାଲଟିଛି । ଗୋଟିଏ କୋଠାରେ ଶିକ୍ଷାଦାନ ଓ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଚାଲୁଥିବାରୁ ଏହା ବଦ୍ୟାଳୟର ଶିକ୍ଷା ପରିବେଶ ନଷ୍ଟ କରୁଥିବା ନେଇ ଅଭିଭାବକମାନେ ପ୍ରତିକ୍ରିୟା ପ୍ରକାଶ କରିବା ସହିତ ସ୍ଥାନୀୟ ସରପଞ୍ଚଙ୍କୁ ମଧ୍ୟ ଏନେଇ ଅବଗତ କରିଛନ୍ତି ।
କିନ୍ତୁ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟର ସମସ୍ୟା ସୁଧୁରି ପାରିନାହିଁ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦିଲ୍ଲିପ କୁମାର ପ୍ରଧାନ ଏନେଇ ପ୍ରତିକ୍ରିୟା ପ୍ରକାଶ କରିବା ସହିତ ତୁରନ୍ତ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ସହ ଅନ୍ୟ ସମସ୍ୟାର ସମାଧାନ ନହେଲେ ଅଭିଭାବକମାନେ ବିଦ୍ୟାଳୟରେ ତାଲା ପକାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।
ଗଛ ପଡି ଭାଙ୍ଗିଲା ବିଦ୍ୟାଳୟ ଘର
ବୌଦ୍ଧ,୫/୮: ବୌଦ୍ଧ ଜିଲ୍ଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷାରେ ବଘିଆପଡା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି ।
ବଘିଆପଡା ଆଞ୍ଚଳିକ ସାଧନ କେନ୍ଦ୍ର ସମ୍ମୁଖରେ ଥିବା ଏକ ବିରାଟ ଗଛଟି ବର୍ଷା ଯୋଗୁଁ ଭାଙ୍ଗି ପଡିବା ଫଳରେ ବଘିଆପଡା ମଧ୍ୟ ଇଂରାଜୀ ବିଦ୍ୟାଳୟ ଉପରେ ପଡିଯିବାରୁ ବିଦ୍ୟାଳୟର ଦୁଇ ବଖରା ଘର ଭାଙ୍ଗି ନଷ୍ଟ ହୋଇଯାଇଛି ।
ସେହିପରି କନକପୁର ବିଦ୍ୟାଳୟରେ ମଧ୍ୟ ଗଛ ପଡି ବିଦ୍ୟାଳୟର ଆଜବେଷ୍ଟସ ଭାଙ୍ଗିବା ସହ ବିଦ୍ୟାଳୟ ଭିତରେ ପାଣି ଗଳୁଥିବା ଦେଖିବାକୁ ମିଳିଛି । ତୁରନ୍ତ ଏହାର ମରାମତି ପାଇଁ ପଦେକ୍ଷେପ ନେବାକୁ ଗ୍ରାମବାସୀମାନେ ଦାବୀ କରିଛନ୍ତି ।

ଲଗାଣ ବର୍ଷାରେ ଭାଙ୍ଗିଲା ଘର ବେସାହରା ହେଲେ ପରିବାର
ବୌଦ୍ଧ,୫/୮: ବୌଦ୍ଧ ଜିଲ୍ଳାରେ ଗତ ଦୁଇଦିନ ଧରି ପ୍ରବଳ ବର୍ଷା ଯୋଗୁଁ ପୁରା ଜିଲ୍ଲା ବେହାଲ ହୋଇପଡିଥିଲା । ଗୁରୁବାର ଦିନ ବର୍ଷା ନଥିବାରୁ ଜିଲ୍ଲାବାସୀଙ୍କୁ ଟିକିଏ ଆଶ୍ୱସ୍ତି ମିଳିଛି । ହେଲେ ଳଗାଣ ବର୍ଷା ଲୋକଙ୍କ ଦୁଃଖ ବଢାଇ ଦେଇଛି ।
ଏମିତି ଏକ ଘଟଣା ଦେଖିବାକୁ ମିିଳିଛି ଜିଲ୍ଲାର ବୌଦ୍ଧ ବ୍ଳକ ଅନ୍ତର୍ଗତ ବ୍ରାହ୍ମଣିପାଲି ଗ୍ରାମରେ । ଗ୍ରାମର ଚିତ୍ତ ରଂଜନ ନାଗଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାବେଳେ ତାଙ୍କର ଚାଳ ଛପର ଘରେ ୫ ପ୍ରାଣୀ କୁଟୁମ୍ବ ଚଳି ଆସୁଥିଲେ । ଗତ ବୁଧବାର ଲଗାଣ ବର୍ଷା ଯୋଗୁଁ ଚିତ୍ତରଂଜନଙ୍କ ଘରଟି ଭୁଷୁଡି ପଡିଛି ।
ଫଳରେ ପରିବାର ବେସାହରା ହେବାସହ ପଲିଥିନ ଏବେ ସେମାନଙ୍କୁ ସାହା ପାଲଟିଛି । ବର୍ଷା ଯୋଗୁଁ ଘରର ଖାଇବା ଜିନିଷ ନଷ୍ଟ ହେବା ସହ ଏବେ ପରିବାର ଲୋକ ସରକାରୀ ସାହାଯ୍ୟ ଅପେକ୍ଷାରେ ରହିଛନ୍ତି ।
ଘଟଣା ସ୍ଥଳକୁ ବୌଦ୍ଧ ତହସିଲଦାର ପ୍ରିତିବାଳା ରଣା ଓ ବଘିଆପଡା ରାଜସ୍ୱ ନିିରୀକ୍ଷକ ଗଣେଶ ଭୁକ୍ତା ଯାଇ ତଦନ୍ତ କରିଥିବା ଜଣାପଡିଛି । ସରକାରୀ ନିୟମ ଅନୁଯାୟୀ ଚିତରଂଜନଙ୍କ ପରିବାରକୁ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଥିବା ଜଣାଯାଇଛି ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031