Indus Valley Times

ବୌଦ୍ଧ ମୁନିସିପାଲିଟିରେ ସାମିଲ ହେବାକୁ ଥିବା ମୁର୍ଶୁଣ୍ଢ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କଲେ ଜିଲ୍ଲାପାଳ

 Breaking News

ବୌଦ୍ଧ ମୁନିସିପାଲିଟିରେ ସାମିଲ ହେବାକୁ ଥିବା ମୁର୍ଶୁଣ୍ଢ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କଲେ ଜିଲ୍ଲାପାଳ

February 02
18:09 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨/୨: ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ପ୍ରସ୍ତାବିତ ବୌଦ୍ଧ ମୁନିସିପାଲିଟିରେ ସାମିଲ ହେବାକୁ ଥିବା ମୁର୍ଶୁଣ୍ଢ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରିଛନ୍ତି ।
ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ନାୟକ କଣ୍ଟୁଆଣୀ, ମାଉଲସିଂଘା, ଟୁଟୁସିଂଘା ପରିଦର୍ଶନ କରିବା ସହ ମୁନିସିପାଲିଟି ପାଇଁ ପ୍ରସ୍ତାବିତ ଗୋଶାଳା, ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଣ୍ଟର, ମେଟ୍ରିଆଲ ରିକୋଭରୀ ଫେସିଲିଟି ସେଣ୍ଟର ପାଇଁ ସ୍ଥାନ ବୁଲି ଦେଖିଥିଲେ ।
ଅଧିକାରୀ ବୃନ୍ଦ ଉକ୍ତ ଅଞ୍ଚଳ ବୁଲି ଦେଖିବା ସହ ତାର ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ । ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ପ୍ରଭାସ ଚନ୍ଦ୍ର ଦଣ୍ଡସନା,ବୌଦ୍ଧ ତହସିଲଦାର ଅନିତା କୁମାରୀ ସାହୁ, ବୌଦ୍ଧ ସଦର ରାଜସ୍ୱ ନିରୀକ୍ଷକ ଅନୀଲ୍ କୁମାର ପ୍ରଧାନଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930