Indus Valley Times

ବୌଦ୍ଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଶୁଭାରମ୍ଭ

 Breaking News

ବୌଦ୍ଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଶୁଭାରମ୍ଭ

August 13
11:53 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୩/୮ : ଜନସାଧାରଣ ଏବଂ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଦେଶ ପ୍ରେମ ଓ ଜାତୀୟତାବାଦ ର ଜାଗରଣ ସୃଷ୍ଟି କରିବା ପାଇଁ
ମଙ୍ଗଳ ବାର ସକାଳ ୮.୩୦ ମିନିଟ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାକୁ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଦୁଇଶହ ଦୁଇ ମିଟର ଲମ୍ବା ର ଜାତୀୟ ପତାକା କୁ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ତରଫରୁ ତି ଆରି କରାଯାଇଥିଲା ଏବଂ ସେଥିରେ ମହାବିଦ୍ୟାଳୟ ର ୬୦୦ ଜଣ ଛାତ୍ର ଛାତ୍ରୀ ଯୋଗଦେଇ ସହର ପରିକ୍ରମା କରିଥିଲେ । ବୌଦ୍ଧ ଜିଲ୍ଲାରେ ପ୍ରଥମ ଥର ପାଇଁ ଏଭଳି ବୃହତ୍ ଜାତୀୟ ପତାକା ନେଇ ଶୋଭାଯାତ୍ରା କୁ ସହର ବାସି ଉତ୍ସାହର ସହ ସ୍ବାଗତ କରିଥିଲେ ।
ଏଥିରେ ବୌଦ୍ଧ ସହରର ଯୋଗିନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ , ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଟୁଟୁ ସିଙ୍ଗ। ଉଚ୍ଚବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ଓ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ର ଛାତ୍ରୀ ମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ ।
ଶୋଭାଯାତ୍ରା ଜିଲ୍ଲାପାଳ କାର‌୍ୟ୍ୟାଳୟରୁ ବାହାରି କୋର୍ଟ ଛକ, ପୋଡା ପଡା ଛକ, ଗାନ୍ଧୀ ଛକ, ବାଘ ଗୁଡା ଛକ ଦେଇ ଜିଲ୍ଲା ଷ୍ଟାଡିୟମ୍ ରେ ଶେଷ ହୋଇଥିଲା । ଏହି ଶୋଭାଯାତ୍ରା ଶୁଭାରମ୍ଭ ସମୟରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ୍ ଦୁବେ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂହ, ଅଧ୍ୟାପକ ଡ଼ଃ ପ୍ରବୀର କୁମାର ଦାସ, ବୌଦ୍ଧ ଆଇ ଆଇ ସି ରଂଜିତ ମୁନୀ, ଅତିରିକ୍ତ ତହସିଲଦାର କୁମୁଦ ଚନ୍ଦ୍ର ଦଳ ବେହେରା ଓ ଅନ୍ୟ ଅଧିକାରୀ ତଥା ବିଭିନ୍ନ ବିଦ୍ୟାଳୟ ମହା ବିଦ୍ୟାଳୟର ଅଧ୍ୟକ୍ଷ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇ ଶୋଭାଯାତ୍ରା କୁ ସଫଳ କରିଥିଲେ ।
ଏଥିରେ ଆରକ୍ଷୀ ବାହିନୀ ଙ୍କ ଦ୍ୱାରା ଟ୍ରାଫିକ ପରିଚାଳନା ଏବଂ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଆମ୍ବୁଲାନ୍ସ ସେବା ପ୍ରଦାନ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930