Indus Valley Times

ବୌଦ୍ଧ ଶିଶୁ ମନ୍ଦିରରେ ସଙ୍କୁଳ ଜ୍ଞାନ ବିଜ୍ଞାନ ମେଳା

 Breaking News

ବୌଦ୍ଧ ଶିଶୁ ମନ୍ଦିରରେ ସଙ୍କୁଳ ଜ୍ଞାନ ବିଜ୍ଞାନ ମେଳା

ବୌଦ୍ଧ ଶିଶୁ ମନ୍ଦିରରେ ସଙ୍କୁଳ ଜ୍ଞାନ ବିଜ୍ଞାନ ମେଳା
August 14
20:29 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୪/୮:ବୌଦ୍ଧ ଶିଶୁ ବିଦ୍ୟା ମନ୍ଦିରରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଉଦଯାପିତ ହୋଇଯାଇଛି। ବୌଦ୍ଧ ସଙ୍କୁଳ ଅନ୍ତର୍ଗତ ୮ ଟି ବିଦ୍ୟାଳୟରୁ ଆସିଥିବା ଛାତ୍ର ଛାତ୍ରୀ ମାନେ ଏଥିରେ ଯୋଗ ଦେଇ ଥିଲେ । ଏହି ଉତ୍ସବ ରେ ମୁଖ୍ୟ ଅତିଥି ବିଶିଷ୍ଠ ଶିକ୍ଷାବିତ ଧ୍ରୁବ ଚରଣ ଘିବେଲା ଯୋଗ ଦେଇଥିଲା ।
ଏହା ସହ ଏହି ସଭାରେ ସୁବର୍ଣ୍ଣପୁର ବିଭାଗ ନିରୀକ୍ଷକ ଗୁପ୍ତେଶ୍ୱର ଥନାପତି,ସଙ୍କୁଳ ପ୍ରମୁଖ ଦଶରଥ ମେହେର , ସମ୍ପାଦକ ସାର ପ୍ରଧାନ,ସହ ସଂପାଦକ ସନ୍ତୋଷ ପୁରୋହିତ , ପ୍ରଧାନ ଆଚାର୍ଯ୍ୟ ଧରଣୀ ଧର ପରିଡ଼ା , ସହ ପ୍ରଧାନ ଆଚାର‌୍ୟ୍ୟ ଅଶୋକ ପୁରୋହିତ ଉପସ୍ଥିତ ଥିଲେ ।
ଏହା ଶନିବାର ସନ୍ଧ୍ୟାରୁ ଆରମ୍ଭ ହୋଇ ରବିବାର ଅପରାହ୍ନ ରେ ଶେଷ ହୋଇଥିଲା । ଏହି ଜ୍ଞାନ ବିଜ୍ଞାନ ମେଳା ରେ ଗଣିତ ,ବିଜ୍ଞାନ ଓ ସଂସ୍କୃତି ଜ୍ଞାନ ବିଭାଗର ପ୍ରଶ୍ନ ମଞ୍ଚ , ପ୍ରକଳ୍ପ ,ପତ୍ର ବାଚନ, ପ୍ରୟୋଗ ଓ ଗଳ୍ପ କଥନ ତିନୋଟି ବର୍ଗରେ ଅନୁଷ୍ଠିତ ହୋଇଥିଲା ।
ମୁଖ୍ୟ ଅତିଥି ଶିଶୁ ପିଲା ମାନଙ୍କୁ ଭବିଷ୍ୟତରେ ଜଣେ ଜଣେ ଗଣିତଜ୍ଞ ତଥା ବିଜ୍ଞାନୀ ହେବା ପାଇଁ ଉଦବୋଧନ ଦେଇଥିଲେ। ଏହି ମେଳାରୁ ଚୟନ ହୋଇଥିବା ଛାତ୍ର ଛାତ୍ରୀମାନେ ବିଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ରେ ଯୋଗଦେବେ ।
ବୌଦ୍ଧ ତେତେଲେଙ୍ଗା ଆଦର୍ଶ ବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ
ବୌଦ୍ଧ; ୧୪/୮: ଗଣତାନ୍ତ୍ରିକ ପ୍ରକିୟା ମାଧ୍ୟମରେ ବୌଦ୍ଧ ତେତେଲେଙ୍ଗା ଆଦର୍ଶ ବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ପ୍ରାତ୍ୟାଶୀମାନେ ବିଦ୍ୟାଳୟର ଅଧିନାୟକ ଓ ଉପଅଧିନାୟକ ପଦବୀ ପାଇଁ ନାମ ଦାଖଲ କରିଥିଲେ ।
ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗ ଏବଂ ବିଦ୍ୟାଳୟର ଅଧ୍ୟକ୍ଷ ରାଜ କିଶୋର ପୃଷ୍ଟିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନିର୍ବାଚନ ଶାନ୍ତି ଶୃଙ୍ଖଳା ଭାବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ଛାତ୍ର ବର୍ଗରେ ଅଧିନାୟକ ଭାବରେ ନବମ ଶ୍ରେଣୀର ଛାତ୍ର ନେତ୍ରାନନ୍ଦ ମହାନନ୍ଦିଆ ଏବଂ ଛାତ୍ରୀ ବର୍ଗରେ ଏକାଦଶ(ବିଜ୍ଞାନ) ଶ୍ରେଣୀର ଛାତ୍ରୀ ଇତିଶ୍ରୀ ମହାକୁଡ ବିଜୟ ହାସଲ କରିଛନ୍ତି ।
ସେହିପରି ବିଦ୍ୟାଳୟର ଉପ ଅଧିନାୟକ ଛାତ୍ର ବର୍ଗରେ ସପ୍ତମ ଶ୍ରେଣୀର ଛାତ୍ର ଶୈଳେଶ କୁମାର ଦାଶ ଏବଂ ଛାତ୍ରୀ ବର୍ଗରେ ଅଷ୍ଟମ ଶ୍ରେଣୀର ଛାତ୍ରୀ ପାବନୀ ପ୍ରଧାନ ବିଜୟ ହାସଲ କରିଥିଲେ । ଆସନ୍ତା ୧୪ ତାରିଖ ଦିନ ବିଜୟ ହାସଲ କରିଥିବା ଅଧିନାୟକ ଓ ଉପଅଧିନାୟକମାନେ ଆନୁଷ୍ଠାନିକ ଭାବରେ ଶପଥ ଗ୍ରହଣ କରିବେ ।
ସ୍ୱାଧିନତା ଦିବସ ଉପଲକ୍ଷେ ବୌଦ୍ଧରେ ୧୦୦ ମିଟର ପରିମିତ ତ୍ରିରଙ୍ଗା ଶୋଭାଯାତ୍ରା ହେବ
ବୌଦ୍ଧ,୧୪/୮: ଦେଶ ଆସନ୍ତା ମଙ୍ଗଳବାର ଦିନ ୭୭ତମ ସ୍ୱାଧିନତା ଦିବସ ପାଳନ କରିବାକୁ ଯାଉଥିବା ବେଳେ ବୌଦ୍ଧ ତ୍ରିରଙ୍ଗା ଶୋଭଯାତ୍ର୍ରା ଆୟୋଜକ ସମିତି ପକ୍ଷରୁ ତ୍ରିରଙ୍ଗା ଶୋଭଯାତ୍ରା ଓ ତ୍ରିରଙ୍ଗା ଉତ୍ସବ ପାଳନ କରାଯିବ ।
ଏନେଇ ତ୍ରିରଙ୍ଗା ଶୋଭଯାତ୍ର୍ରା ଆୟୋଜକ ସମିତି ପକ୍ଷରୁ ପ୍ରେସ ବିବୃତିରେ ଜଣାଯାଇଛି । ଉକ୍ତ ଶୋଭଯାତ୍ରା ମଙ୍ଗଳବାର ଦିନ ସ୍ଥାନୀୟ ରଘୁନାଥ ମନ୍ଦିର ଠାରୁ ବାହାରି ବାଘଗୁଡା ଛକ, ଗାନ୍ଧିଛକ, ଭୈରବୀ ଛକ, ପୋଡା ପୋଡା, ପୋଷ୍ଟ ଅଫିସ ଛକ, ୱାରଲେସ ଛକ ଦେଇ ମର୍ଯ୍ୟାକୁଦ ବ୍ରିଜ ଛକ ଠାରେ ପହଞ୍ôଚବ । ଶୋଭାଯାତ୍ରାରେ ୧୦୦ ମିଟର ପିରିମିତ ତ୍ରିରଙ୍ଗା ଶୋଭଯାତ୍ରା ହେବ ।
ସେଠାରେ ଦେଶାତ୍ମାବୋଧ , ସାଂସ୍କୃତିକ କାର୍ଯ୍ୟକ୍ରମ ହେବାର ମଧ୍ୟ ରହିଛି । ଚଳିତ ବର୍ଷ ଶୋଭଯାତ୍ରା ବୌଦ୍ଧର ଏøତିହ୍ୟ, ପରମ୍ପରା ଓ ଲୋକନୃତ୍ୟର ଝଳକ ମଧ୍ୟ ଦେଖବାକୁ ମିଳିବ । ଏହି କାର୍ଯ୍ୟକ୍ରମରେ ସମସ୍ତ ସରକାରୀ, ବେସରକାରି ଅନୁଷ୍ଠାନ ଓ ଜନସାଧାରଣ ଯୋଗ ଦେବାକୁ ସମିତି ପକ୍ଷରୁ ଅନୁରୋଧ କରାଯାଇଛି ।
ବଟକୃଷ୍ଣ ବୌଦ୍ଧ ଜିଲ୍ଲା କଂଗ୍ରେସ ର ନୂତନ ଏସ,ସି, ବିଭାଗ ଅଧ୍ୟକ୍ଷ
ବୌଦ୍ଧ,୧୪/୮: ରାଜ୍ୟ ପ୍ରଦେଶ କଂଗ୍ରେସ ର ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ବାଙ୍କନିଧି ବେହେରା ଙ୍କ ଅନୁମୋଦନ କ୍ରମେ ବଟ କୃଷ୍ଣ ପ୍ରଧାନ ଙ୍କୁ ବୌଦ୍ଧ ଜିଲ୍ଲା କଂଗ୍ରେସ ଅନୁସୂଚିତ ଜାତି ବିଭାଗ ର ଅଧ୍ୟକ୍ଷ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି । ସେହିପରି ବୌଦ୍ଧ ଓ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଯଥାକ୍ରମେ ନେତ୍ରାନନ୍ଦ ଦୀପ ଓ ହୃଦାନନ୍ଦ କହଁର ଙ୍କୁ ସଂପୃକ୍ତ ବିଧାନସଭା ସଂଯୋଜୋକ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି ।
ପୂର୍ବତନ ଅଧ୍ୟକ୍ଷ ବୈଦ୍ୟନାଥ ମହାନନ୍ଦିଆ ଙ୍କୁ ପ୍ରଦେଶ କଂଗ୍ରେସ ର ଅନୁସୂଚିତ ଜାତି ବିଭାଗ କମିଟିରେ ଅନ୍ୟତମ କାର‌୍ୟ୍ୟକାରିଣୀ ସଦସ୍ୟ ଭାବରେ ଗ୍ରହଣ କରାଯାଇଥିବା ସୂଚନା ରାଜ୍ୟ ଅଧ୍ୟକ୍ଷ ଶ୍ରୀ ବେହେରା ବୌଦ୍ଧ ଜିଲ୍ଲା କଂଗ୍ରେସ କୁ ଜଣାଇଛନ୍ତି। ଉପୋରୋକ୍ତ ନୂତନ ନିଯୁକ୍ତି ଜିଲ୍ଲା ରେ କଂଗ୍ରେସ ସଂଗଠନ କୁ ଅଧିକ ମଜଭୁତ କରିବା ବୋଲି ଜିଲ୍ଲା ସଭାପତି ନବ କୁମାର ମିଶ୍ର କହିଥିବା ସହିତ ସମସ୍ତ ନୂତନ କର୍ମକର୍ତ୍ତା ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031