Indus Valley Times

ବୌଦ୍ଧ ସଂଗ୍ରହାଳୟ ପରିସରରେ ବନ୍ଦେ ମାତରମର ୧୫୦ ତମ ବାର୍ଷିକୀର ଜ଼ିଲ୍ଲା ସ୍ତରୀୟ ଉତ୍ସବ ପାଳିତ

 Breaking News

ବୌଦ୍ଧ ସଂଗ୍ରହାଳୟ ପରିସରରେ ବନ୍ଦେ ମାତରମର ୧୫୦ ତମ ବାର୍ଷିକୀର ଜ଼ିଲ୍ଲା ସ୍ତରୀୟ ଉତ୍ସବ ପାଳିତ

ବୌଦ୍ଧ ସଂଗ୍ରହାଳୟ ପରିସରରେ ବନ୍ଦେ ମାତରମର ୧୫୦ ତମ ବାର୍ଷିକୀର ଜ଼ିଲ୍ଲା ସ୍ତରୀୟ ଉତ୍ସବ ପାଳିତ
January 19
22:47 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୯/୧: ଦିବା ୧୨ ଘଟିକା ସମୟରେ ଜ଼ିଲ୍ଲା ସଂଗ୍ରହାଳୟ ପରିସରରେ ବନ୍ଦେ ମାତରମ ର ୧୫୦ ତମ ବାର୍ଷିକୀ ର ଜ଼ିଲ୍ଲା ସ୍ତରୀୟ ଉତ୍ସବ ଅବସରରେ ସାମୁହିକ ବନ୍ଦେ ମାତରମ ଗାନ ଏବଂ ଆତ୍ମ ନିର୍ଭର ଭାରତ ସ୍ବଦେଶୀ ସଂକଳ୍ପ ପାଠ କରାଯାଇଥିଲା ।
ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ସମ୍ମାନିତ ଅତିଥି ଭାବେ ଡେପୁଟି କଲେକ୍ଟର, କ୍ରୀଡା ବିଭାଗ ଜ୍ୟୋତି ରଞ୍ଜନ ଭୁଏ, ଡେପୁଟି କଲେକ୍ଟର, ସାଧାରଣ ବିଭାଗ ସୁଶ୍ରୀ ରଶ୍ମି ରେଖା ନାୟକ, ଡେପୁଟି କଲେକ୍ଟର, ନିଜକ୍ଷରତ ମନୀଷା ମହାନନ୍ଦିଆ, ଡେପୁଟି କଲେକ୍ଟର, ଉପ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ବାସ୍ତି ମହାପାତ୍ର, ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟାପକ ପ୍ରତାପ କୁମାର ରଥ,ଜ଼ିଲ୍ଲା ଉନ୍ନୟନ ପରିଷଦର ସଭାପତି ଚିତ୍ତରଞ୍ଜନ ଦାଶ, ଅବସରପ୍ରାପ୍ତ ପ୍ରଧାନଆଚାର୍ଯ୍ୟ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଶ୍ୟାମ ସୁନ୍ଦର ମହାପାତ୍ର ଯୋଗ ଦେଇଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଏବଂ ସମସ୍ତ ବ୍ଲକ ଏବଂ ପୌର ପରିଷଦ ର ୧୨ ଜଣ ସାଧନ କର୍ମୀ ଶ୍ରୀ ନବ କିଶୋର ଦୀପ, ଶ୍ରୀ ସୁଶାନ୍ତ କୁମାର ମହାପାତ୍ର,ଶ୍ରୀ ରାଧା ମୋହନ ମାହଣା,ଶ୍ରୀ ମନୋଜ କୁମାର ପ୍ରହରାଜ, ଶ୍ରୀ ଉତ୍ତମ ବେହେରା, ଶ୍ରୀ ଅଭିନବ ପଟ୍ଟନାୟକ,ଶ୍ରୀ ସୁବାସ ବୋଷ ଭୋଇ, ଶ୍ରୀ ପ୍ରକାଶ ମେହେର, ଶ୍ରୀ ସତ୍ୟ ନାରାୟଣ ସାହୁ, ଶ୍ରୀ କିଶୋର ଚନ୍ଦ୍ର ଜଗଦେବ, ଶ୍ରୀ ଭାଗିରଥି କର୍ମୀ,ଶ୍ରୀ ସମ୍ବିତ କୁମାର ମିଶ୍ରଙ୍କୁ ମୁଖ୍ୟଅତିଥି ସମ୍ବର୍ଦ୍ଧିତ କରିଥିଲେ ।
ଉ ପ୍ରା ବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ରେ ସେଣ୍ଟ ଜାଭିଅରସ ପବ୍ଲିକ ସ୍କୁଲ ର କିରଣ୍ୟା ଆଚାର୍ଯ୍ୟ – ପ୍ରଥମ ଏବଂ ପାଭନୀ ଅଗ୍ରୱାଲ – ତୃତୀୟ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ରଘୁନାଥ ଥନାପତି – ଦ୍ଵିତୀୟ, ଦେଶାତ୍ମବୋଧକ ସଂଗୀତ ରେ ଓଡିଶା ଆଦର୍ଶ ବିଦ୍ୟାଳୟ, ତେତେଲେଙ୍ଗା ର ଅନ୍ଵେଷା ପ୍ରଧାନ – ପ୍ରଥମ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ବିଭାନ ମିଶ୍ର – ଦ୍ଵିତୀୟ, ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ର ହିମାଦ୍ରୀ ବଗର୍ତ୍ତୀ – ତୃତୀୟ, ଉଚ୍ଚ ବିଦ୍ୟାଳୟ ସ୍ତରୀୟ ବକୃତା ରେ ସେଣ୍ଟ ଜାଭିଅର ସ୍କୁଲ ର ଆର୍ଯ୍ୟ ନାରାୟଣ ଦେବ -ପ୍ରଥମ, ପଦ୍ମଜା ମହାପାତ୍ର – ଦ୍ଵିତୀୟ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ସଂଗ୍ରାମପୁର ନିହାରିକା ଦାଶ – ଦ୍ଵିତୀୟ, ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ରେ ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ର ତୃପ୍ତିମୟୀ ଭଞ୍ଜ – ପ୍ରଥମ, ଅନ୍ଵେଷା ମିଶ୍ର – ଦ୍ଵିତୀୟ ଏବଂ ଆଞ୍ଚଳିକ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସାହିଲଜି ଲାଲ -ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ ।
ବୌଦ୍ଧ ବ୍ଲକ ସ୍ତରୀୟ (ମଧ୍ୟ ଇଂରାଜୀ ବିଦ୍ୟାଳୟ ) ପ୍ରବନ୍ଧ ରେ ସରକାରୀ ଉ ପ୍ରା ବିଦ୍ୟାଳୟ, ବୁଟୁପାଲି ର ଅଭିଜିତ ମେହେର – ପ୍ରଥମ, ସଂଗ୍ରାମପୁର ୟୁ ଜି ଏମ ଇ ସ୍କୁଲ ଆଶୁତୋଷ ମହାକୁଲ – ଦ୍ଵିତୀୟ, ସରକାରୀ ଉ ପ୍ରା ବିଦ୍ୟାଳୟ, ମୁରୁଶୁଣ୍ଢୀ ର ଅମ୍ରିତା ଶତପଥି ପୁରସ୍କୃତ ହୋଇଥିଲେ । କାର୍ଯ୍ୟକ୍ରମ ଆରମ୍ଭ ରେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ରିତାକାନ୍ତି ବଳିୟାର ସିଂହ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ଜ଼ିଲ୍ଲା ସଂସ୍କୃତି କାର୍ଯ୍ୟାଳୟର କର୍ମଚାରୀ ଜିତେନ୍ଦ୍ର କୁମାର ମହାନ୍ତି ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ କାର୍ଯ୍ୟାଳୟ ର ଗ୍ରନ୍ଥାଗାରିକ ଅକ୍ଷୟ କୁମାର ମହାକୁଡ଼, ସୋମନାଥ ବାରିକ,ଜ଼ିଲ୍ଲା ପାଠାଗାର କର୍ମଚାରୀ ବୀର କିଶୋର କର୍ମୀ ଏବଂ ଜ଼ିଲ୍ଲା ସଂଗ୍ରହଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031