Indus Valley Times

ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ, ବୁଡ଼ିଗଲେ ୩ ଛାତ୍ର, ଜଣେ ନିଖୋଜ

 Breaking News

ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ, ବୁଡ଼ିଗଲେ ୩ ଛାତ୍ର, ଜଣେ ନିଖୋଜ

ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ, ବୁଡ଼ିଗଲେ ୩ ଛାତ୍ର, ଜଣେ ନିଖୋଜ
May 08
17:33 2022

ଢେଙ୍କାନାଳ,୮/୫: ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ଜଣେ ନାବାଳକ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ନାବାଳକ ଜଣଙ୍କ ଭାସି ଯାଇଥିଲେ ହେଁ ତାଙ୍କର ଦୁଇ ଜଣ ବନ୍ଧୁ ସୁରକ୍ଷିତ ଉଦ୍ଧାର ହୋଇ ପାରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ନୂଆପଡ଼ା ଘାଟକୁ ତିନି ଜଣ ସାଙ୍ଗ ଆଜି ଗାଧୋଇବାକୁ ଯାଇଥିଲେ। ସମସ୍ତେ ଗାଧୋଉଥିବା ବେଳେ ହଠାତ୍ ନଦୀର ଗଣ୍ଡରେ ପଡ଼ିଯାଇଥିଲେ।
ସେଠାରୁ ମୁକିଳିବାକୁ ଚେଷ୍ଟା କରିଥିଲେ ହେଁ ଏହା ସମ୍ଭବ ହୋଇ ନଥିଲା। ଫଳରେ ନଦୀର ପ୍ରଖର ସ୍ରୋତରେ ସୁଧା ବିନ୍ଦୁ ନାମକ ଜଣେ ନାବାଳକ ଭାସି ଯାଇଛନ୍ତି। ତେବେ ସୁଧାଙ୍କ ସହ ଥିବା ତାଙ୍କର ଦୁଇ ବନ୍ଧୁ ମୁନା ସାହୁ ଓ ଶୁଭମ ଜେନାଙ୍କୁ ସ୍ଥାନୀୟ ଗାଁ ଲୋକ ସୁରକ୍ଷିତ ଭାବେ ନଦୀରୁ ଉଦ୍ଧାର କରିବାକୁ ସକ୍ଷମ ହୋଇଛନ୍ତି।
ଘଟଣା ପରେ ନଦୀ ଘାଟରେ ପ୍ରବଳ ଭିଡ଼ ଜମିଥିଲା। ଅଗ୍ନିଶମ କର୍ମଚାରୀମାନେ ମଧ୍ୟ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି। ହେଲେ ଏଯାଏ ନିଖୋଜ ସୁଧା ବିନ୍ଦୁଙ୍କ ପତ୍ତା ମିଳିନି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031