Indus Valley Times

ଭରତପୁର ଥାନା ମାମଲା; ବିଚାର ବିଭାଗୀୟ ତଦନ୍ତ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

 Breaking News

ଭରତପୁର ଥାନା ମାମଲା; ବିଚାର ବିଭାଗୀୟ ତଦନ୍ତ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

September 23
12:39 2024

ଭୁବନେଶ୍ୱର,୨୩/୯: ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ନେଇ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
ଉକ୍ତ ବିଜ୍ଞପ୍ତିରେ ଯୁବତୀ, ମେଜର ଏବଂ ପୋଲିସକୁ ଦୁର୍ବ୍ୟବହାର ଏବଂ ମାଡ଼ ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଉଲ୍ଲେଖ ରହିଛି।
ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ତଦନ୍ତ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଭରତପୁର ଥାନା, କ୍ରାଇମବ୍ରାଞ୍ଚ ଓ ଚନ୍ଦକା ଥାନା ମାମଲାର ତଦନ୍ତ ହେବ। ସମସ୍ତ ଅଭିଯୋଗକୁ ବିଚାରକୁ ନେଇ ତଦନ୍ତ କରିବାକୁ ସୁପାରିସ ହୋଇଛି।
ବ୍ୟକ୍ତିବିଶେଷ ଓ କର୍ତ୍ତୃପକ୍ଷଙ୍କ ଦାୟିତ୍ୱବୋଧ ତଦନ୍ତ ପରିସରଭୁକ୍ତ ହେବ। ଯଦି ଏହି ଘଟଣା ସହ ଆଉ କିଛି ଜଡ଼ିତ ଥାଏ ତେବେ କମିଶନ ତଦନ୍ତ କରିବେ। ଭବିଷ୍ୟତରେ ଯେପରି ଘଟଣାର ପୁନରାବୃତ୍ତି ନ ହେବ ସେନେଇ ପରାମର୍ଶ ଲୋଡ଼ାଯାଇଛି।
ଏଥିସହ ମହିଳାଙ୍କ ନିରାପତ୍ତା ଓ ସୁରକ୍ଷା ନେଇ ମଧ୍ୟ ସମସ୍ତଙ୍କ ସହଯୋଗ ଲୋଡ଼ାଯାଇଛି। କମିଶନଙ୍କ ମୁଖ୍ୟାଳୟ ଭୁବନେଶ୍ବରରେ ରହିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଯଦି କମିଶନ ଆବଶ୍ୟକ ମଣିବେ ତେବେ ଅନ୍ୟ ସ୍ଥାନକୁ ଯାଇ ତଦନ୍ତ କରିପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031