Indus Valley Times

ଭାରତର ବିଭିନ୍ନ ତୀର୍ଥକ୍ଷେତ୍ରକୁ ଓଡିଶାରୁ ଗଡିବ ବସ

 Breaking News

ଭାରତର ବିଭିନ୍ନ ତୀର୍ଥକ୍ଷେତ୍ରକୁ ଓଡିଶାରୁ ଗଡିବ ବସ

ଭାରତର ବିଭିନ୍ନ ତୀର୍ଥକ୍ଷେତ୍ରକୁ ଓଡିଶାରୁ ଗଡିବ ବସ
June 24
19:34 2024

ଭୁବନେଶ୍ୱର,୨୪/୬: ଲକ୍ଷ୍ମୀ ବସ୍ ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ବିଭୁତି ଜେନା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଲକ୍ଷ୍ମୀ ବସ୍ ସେବା ନେଇ ଅଧିକ ତର୍ଜମା ଚାଲିଛି। ଯେଉଁ ସ୍ଥାନରୁ ବସ୍ ସେବା ନାହିଁ, ସେ ସ୍ଥାନର ଲୋକେ ସୁବିଧା ପାଇବେ। ଯେଉଁ ନାମରେ ହେଉ ପଛେ ଲୋକଙ୍କୁ ବସ୍ ସେବା ଦିଆଯିବ।
ରାଜ୍ୟରେ ଅଧିକରୁ ଅଧିକ ଇଲେକ୍ଟ୍ରିକ ବସ୍ ଚାଲିବ। ଲୋକଙ୍କୁ ଅଧିକ ବସ୍ ସେବା ପାଇଁ ପ୍ରାରମ୍ଭିକ ଭାବେ ୧୦୦ ବସ କିଣାଯିବ। ରଥଯାତ୍ରାରେ ପ୍ରତି ବ୍ଲକରୁ ପୁରୀକୁ ଗଡ଼ିବ ଙଝଜଞଉ ବସ୍। ସମସ୍ତ ୩୧୪ ବ୍ଲକରୁ ପୁରୀକୁ ବସ୍ ଚାଲିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି।
ଏଥିସହ ଦେଶର ପ୍ରମୁଖ ତୀର୍ଥ ସ୍ଥଳୀକୁ ଓଡ଼ିଶାରୁ ବସ୍ ସେବା ଆରମ୍ଭ ହେବ। ଅଯୋଧ୍ୟା, ତିରୁପତି, ମହାକାଳେଶ୍ୱର, ବାରାଣସୀ ଓ ବୃନ୍ଦାବନକୁ ବସ ଗଡ଼ିବ। ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର ଓ ରାଉରକେଲା ଭଳି ପ୍ରମୁଖ ସ୍ଥଳରୁ ଚାଲିବ।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930