Indus Valley Times

ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍, ନିଆଁ ଲାଗି ଦୁଇ ଗୁରୁତର

 Breaking News

ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍, ନିଆଁ ଲାଗି ଦୁଇ ଗୁରୁତର

December 31
11:10 2023

ଦଶପଲ୍ଲା, ୩୧/୧୨: ଗଛରେ ପିଟିହେଲା କାର୍। ଦୁର୍ଘଟଣା ପରେ କାରରେ ଲାଗିଲା ନିଆଁ । ଏହାଫଳରେ ୨ଜଣ ଗୁରୁତର ହୋଇଛନ୍ତି। ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜ଼ିଲ୍ଲା ଵାଣିଗୋଚ୍ଛା ଥାନା ଶାଳଭଙ୍ଗା ଜଙ୍ଗଲରେ।
ସୂଚନା ଅନୁଯାୟୀ, ଆଜି ଭୋରୁ ଛତିଶିଗଡ଼ ରାଜ୍ୟ କୁରୁପ ଜିଲ୍ଲାର ୪ଜଣ ଯୁବକ ପୁରୀ ଜଗନ୍ନାଥ ଦର୍ଶନ କରିବାକୁ ଯାଉଥିଲେ। ୫୭ ନମ୍ବର ଜାତୀୟ ରାଜପଥର ଶାଳଭଙ୍ଗା ଜଙ୍ଗଲରେ ଥିବା ଏକ ଶାଳଗଛରେ କାରଟି ପିଟିହୋଇଥିଲା। ପିଟି ହୋଇ କାର୍ (ସିଜି ୧୧କେ ୧୨୨୨)ରେ ଲାଗିଥିଲା ନିଆଁ।
ଦଶପଲ୍ଲା ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲା। କାରରେ ଥିବା ୪ଜଣ ଯୁବକଙ୍କ ମଧ୍ୟରୁ ୨ ଜଣ ଗୁରୁତର ଆହତ ହୋଇ ପ୍ରଥମେ ଦଶପଲ୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଭୁବନେଶ୍ୱର ସ୍ଥାନାନ୍ତରିତ ହୋଇଛନ୍ତି। ଆହତଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031