Indus Valley Times

ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରୁ ୩ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ

 Breaking News

ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରୁ ୩ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ

ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରୁ ୩ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ
September 25
15:50 2022

ଭୁବନେଶ୍ୱର,୨୫/୯: ଧରାପଡିଲେ ବ୍ରାଉନସୁଗାର ବେପାରୀ। ଜବତ ହେଳା ବିପୁଳ ଧଳା ଜହର। ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରୁ ୩ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରରୁ ୪୦ ଲକ୍ଷର ୪୦୦ ଗ୍ରାମ ବ୍ରାଉନୋ ସୁଗାର ଜବତ ହୋଇଛି। ଏନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସେ କହଛନ୍ତି, ଗତକାଲି ରେଡ୍ ବେଳେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରୁ ୩ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ନିକଟରୁ ୪୦୦ ଗ୍ରାମର ବ୍ରାଉନ୍ ସୁଗାର ଜବତ ହୋଇଛି।
ପାର୍ବଣକୁ ଆଖି ଆଗରେ ରଖି ରାଜଧାନୀରେ ନିଶା ବିରୋଧୀ ଅଭିଯାନକୁ ଜୋରଦାର କରାଯାଇଛି। ଭୁବନେଶ୍ୱର ଓ କଟକରେ ନିଶା କାରବାର କମ୍ କରିବାକୁ ଉଦ୍ୟମ ଜାରି ରହିଛି। ୨୦୨୧ରୁ ଆରମ୍ଭ ହୋଇଥିବା ସ୍ପେଶାଲ ଡ୍ରାଇଭ୍ ଏବେ ବି ଜାରି ରହିଛି ବୋଲି କମିଶନରେଟ୍ ପୁଲିସ କହିଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031