Indus Valley Times

ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୪୭ହଜାର ୧୨୬ ବୁଲା କୁକୁର

 Breaking News

ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୪୭ହଜାର ୧୨୬ ବୁଲା କୁକୁର

ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୪୭ହଜାର ୧୨୬ ବୁଲା କୁକୁର
October 13
17:53 2025

ଭୁବନେଶ୍ୱର, ୧୩/୧୦ : ରାଜ୍ୟରେ ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ୱରରେ ବୁଲା କୁକୁର ଗଣନା କରାଯାଇଥିଲା । ଗତ ସେପ୍ଟେମ୍ବର ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଏମ୍ ସି ପକ୍ଷରୁ ଦୁଇଟି ପର୍ଯ୍ୟାୟରେ କୁକୁର ଗଣନା କରାଯାଇଥିଲା । ବିଏମ୍ ସି ଅଂଚଳରେ ଥିବା ୬୭ଟି ଓ୍ୱାର୍ଡର ସମସ୍ତ ଗଳିକନ୍ଦିରେ ଏହି କୁକୁର ଗଣନା କାର୍ଯ୍ୟ ହୋଇଥିଲା ।
ବିଏମସି ଅଞ୍ଚଳରେ ୪୭,୧୨୬ ବୁଲା କୁକୁର ଥିବା ସୂଚନା ମିଳିଛି । ୨୩,୦୪୭ ଅଣ୍ଡିରା, ୧୫,୫୫୨ ମାଈ କୁକୁର ସହ ୧୧୨୪ଟି ଛୁଆ କୁକୁର ରହିଛନ୍ତି ।
୪୦୬୮ ଅଣ୍ଡିରା କୁକୁର ଓ ୩୩୩୫ ମାଈ କୁକୁରଙ୍କୁ ବନ୍ଧ୍ୟାକରଣ କରାଯାଇଛି । ଭୁବନେଶ୍ବର ଜନସଂଖ୍ୟା ତୁଳନାରେ ବୁଲା କୁକୁରଙ୍କ ସଂଖ୍ୟା ୩.୬୨ ପ୍ରତିଶତ ରହିଛି ।
ସୂଚନାଯୋଗ୍ୟ, ବୁଲା କୁକୁର ଗଣନା ପାଇଁ ଭୁବନେଶ୍ୱରର ଜୋନ୍, ଓ୍ୱାର୍ଡ ଓ ଓ୍ୱାର୍ଡରେ ଥିବା ପ୍ରତ୍ୟେକ ଗଳି ପାଇଁ ଟିମ୍ ଗଠନ କରାଯାଇଥିଲା ।
ଦକ୍ଷ ପଶୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସାନିଟାରୀ ଇନ୍ସପେକ୍ଟର, ଏସ୍ଏମଟିଏ, ଡିଇଓ, ସିଓ, ଓ୍ୱାର୍ଡ ଅଫିସର ପ୍ରମୁଖଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ କରାଯାଇଥିଲା ।
ବୁଲା କୁକୁର ଗଣନା ଦ୍ୱାରା କେଉଁ ୱାର୍ଡରେ କେତେ କୁକୁର ଅଛନ୍ତି ଜଣାପଡ଼ିବା ସହିତ ସହଜରେ ଖାଦ୍ୟ, ଭେକସିନ ଯୋଗେଇ ଦିଆଯାଇପାରିବ । ପ୍ରତିବର୍ଷ କେତେ କୁକୁର ଜନ୍ମ ନେଉଛନ୍ତି ଓ କେତେ କୁକୁରଙ୍କର ମୃତ୍ୟୁ ହେଉଛି ସବୁର ତଥ୍ୟ ବିଏମସି ରଖିପାରିବ ।
ରାଜଧାନୀ ବାସୀଙ୍କ ସୁରକ୍ଷା, ଦୁର୍ଘଟଣା ଏବଂ ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପିବାରୁ ରକ୍ଷା କରିବା ପାଇଁ ବିଏମ୍ ସି ପକ୍ଷରୁ ରାଜ୍ୟରେ ପ୍ରଥମ କରି ଏହି ପଦକ୍ଷେପ ନିଆଯାଇଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031