Indus Valley Times

ଭୁଷୁଡ଼ିଲା ଶୌଚାଳୟ ଟାଙ୍କି; ୨ ଶିଶୁ କନ୍ୟା ମୃତ

 Breaking News

ଭୁଷୁଡ଼ିଲା ଶୌଚାଳୟ ଟାଙ୍କି; ୨ ଶିଶୁ କନ୍ୟା ମୃତ

December 14
16:57 2022

ଭୁଷୁଡ଼ିଲା ଶୌଚାଳୟ ଟାଙ୍କି; ୨ ଶିଶୁ କନ୍ୟା ମୃତ
ଭଂଜନଗର,୧୪/୧୨: ମାମୁ ଘରେ ଖେଳୁଥିବା ବେଳେ ପାଇଖାନା ଟାଙ୍କିରେ ଗଳି ପଡ଼ିଲେ ଦୁଇ ଭଉଣୀ। ଯାହାଫଳରେ ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ଆଜି ଏପରି ଦୁଃଖଦ ଘଟଣା ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନା ଅଞ୍ଚଳରେ ଘଟିଛି। ମୃତ ଦୁଇ ଭଉଣୀଙ୍କ ବୟସ ପ୍ରାୟ ୫ ବର୍ଷ ହେବ।
ମାମୁ ଘର ବାହାଘର। ସେଥିପାଇ ସିଦ୍ଧପୁର ଗାଁର ବାସୁମତି ସେଠୀ ଓ କାଳିଆ ଗୁଡା ଗ୍ରାମର ଦିବ୍ୟା ସେଠୀ ନିଜ ମାଆଙ୍କ ସହିତ ମାମୁ ଘରକୁ ଯାଇଥିଲେ। ଆଜି ଦୁଇ ସମ୍ପର୍କୀୟ ଭଉଣୀ ଘର ପାଖ ପାଇଖାନା ଟାଙ୍କି ଉପରେ ଖେଳୁଥିଲେ। ତେବେ ପାଇଖାନା ଟାଙ୍କି ସ୍ଲାବ୍ ଦୁର୍ବଳ ଥିବାରୁ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଫଳରେ ଦୁଇ ଭଉଣୀ ପାଇଖାନା ଟାଙ୍କି ଭିତରେ ଗଳି ପଡ଼ିଥିଲେ। ସେମାନଙ୍କ ଉପରେ ଭଙ୍ଗା ସ୍ଲାବ୍ଟି ପଡ଼ି ଯାଇଥିଲା।
ଅନ୍ୟପକ୍ଷରେ ବାସୁମତି ଓ ଦିବ୍ୟାଙ୍କୁ ସେମାନଙ୍କ ମାଆମାନେ ଚାରିଆଡ଼େ ଖୋଜିଥିଲେ। ମାତ୍ର ସେମାନଙ୍କ ପତ୍ତା ପାଇନଥିଲେ। ପରେ ପାଇଖାନା ଟାଙ୍କି ସ୍ଲାବ୍ ଭାଙ୍ଗିଥିବା ଦେଖିବାକୁ ପାଇଥିଲେ। ତା’ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ପାଇଖାନା ଟାଙ୍କିରୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଦୁଇ ଭଉଣୀଙ୍କ ମୃତ୍ୟୁରେ ଖୁସିର ପରିବାରରେ ଦୁଃଖର ଛାଇ ଖେଳି ଯାଇଛି। ସେପଟେ ବଡଗଡ ଥାନା ପୁଲିସ୍ ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031