Indus Valley Times

ଭୟଙ୍କର ଦୁର୍ଘଟଣା, ମୁହାଁମୁହିଁ ଧକ୍କା ପରେ ଟ୍ରକ୍ ସହ ଜଳିଗଲେ ଡ୍ରାଇଭର

 Breaking News

ଭୟଙ୍କର ଦୁର୍ଘଟଣା, ମୁହାଁମୁହିଁ ଧକ୍କା ପରେ ଟ୍ରକ୍ ସହ ଜଳିଗଲେ ଡ୍ରାଇଭର

July 26
11:23 2023

କୁଚିଣ୍ଡା,୨୬/୭: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥ ବଡ଼କୁଣ୍ଡେସରାଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ୧୪ଚକିଆ କୋଇଲା ବୋଝେଇ ଟ୍ରକ ଏବଂ ୪୦୭ ଗାଡ଼ି ମଧ୍ୟରେ ମୁହାମୁହିଁ ଧକ୍କା ହୋଇଛି। ଧକ୍କା ହେବାପରେ ଦୁଇଟି ଟ୍ରକ ଓଲଟି ପଡ଼ିଥିବା ବେଳେ ଟ୍ରକରୁ ବାହାରି ନ ପାରି ୪୦୭ ଗାଡ଼ି ସହ ଜିଅନ୍ତା ଜଳିଗଲେ ଡ୍ରାଇଭର। ମୃତ ଡ୍ରାଇଭରଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ଜମନକିରା ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ମୃତ ଡ୍ରାଇଭରଙ୍କ ପରିଚୟ ଅସ୍ପଷ୍ଟ ରହିଛି।
ଅନ୍ୟପଟେ ଗୁରୁତର ଅବସ୍ଥାରେ ୪୦୭ର ହେଲ୍ପରଙ୍କୁ ଉଦ୍ଧାର କରି ବୁର୍ଲା ଭିମସାରକୁ ପଠାଯାଇଥିବା ବେଳେ ଘଟଣା ସ୍ଥଳରୁ କୋଇଲା ବୋଝେଇ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031