Indus Valley Times

ମନମୋହନ ସାମଲଙ୍କ ନେତୃତ୍ୱରେ ଅସମ୍ଭବ ବି ସମ୍ଭବ ହୋଇଛି, ତାଙ୍କ ନେତୃତ୍ୱରେ ହିଁ ସମୃଦ୍ଧ ଓଡ଼ିଶା ହେବ

 Breaking News

ମନମୋହନ ସାମଲଙ୍କ ନେତୃତ୍ୱରେ ଅସମ୍ଭବ ବି ସମ୍ଭବ ହୋଇଛି, ତାଙ୍କ ନେତୃତ୍ୱରେ ହିଁ ସମୃଦ୍ଧ ଓଡ଼ିଶା ହେବ

ମନମୋହନ ସାମଲଙ୍କ ନେତୃତ୍ୱରେ ଅସମ୍ଭବ ବି ସମ୍ଭବ ହୋଇଛି, ତାଙ୍କ ନେତୃତ୍ୱରେ ହିଁ ସମୃଦ୍ଧ ଓଡ଼ିଶା ହେବ
July 08
17:41 2025

ଭୁବନେଶ୍ୱର, ୮/୭: ଯେଉଁ ଦାୟିତ୍ୱ ମିଳିଛି ତାହା କେବଳ ମୋର ନୁହେଁ ବରଂ ସାରା ଓଡ଼ିଶାର କାର୍ଯ୍ୟକର୍ତ୍ତାମାନଙ୍କର । କାର୍ଯ୍ୟକର୍ତ୍ତା ପରିଶ୍ରମ ନ କରିଥିଲେ ଆମେ ସାଇନ ବୋର୍ଡ ପାର୍ଟିରୁ ସରକାରୀ ଦଳରେ ପହଁଚି ପାରିନଥାଆନ୍ତୁ ।
ଏ ହେଉଛି ଏମିତିକି ଏକ ଦଳ ଜଣେ ଚା ବିକାଳୀ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତି, ଜଣେ ଶିଶୁ ମନ୍ଦିରର ଶିକ୍ଷକ ମୁଖ୍ୟମନ୍ତ୍ରୀ ହୁଅନ୍ତି ଏବଂ ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ସର୍ବୋଚ୍ଚ ଦାୟିତ୍ୱ ନେଇପାରେ ବୋଲି ସଭାପତି ଭାବେ ଚତୁର୍ଥ ଥର ପାଇଁ ନିର୍ବାଚିତ ହେବା ପରେ କହିଛନ୍ତି ମନମୋହନ ସାମଲ ।
ରାଜ୍ୟ ବିଜେପିର ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ଦଳୀୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାପତି ମନମୋହନ ସାମଲ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହିତ ସମସ୍ତ ଶ୍ରେୟ ଦଳୀୟ କର୍ମକର୍ତ୍ତାକୁ ଦେଇଛନ୍ତି । ସେ ସମ୍ବର୍ଦ୍ଧନା ଉତ୍ସବରେ ସମ୍ବୋଧନ କରି ସେ କହିଛନ୍ତି ଯେ ଦିନ ଥିଲା ବିଜେପିକୁ ଉପହାସ କରାଯାଉଥିଲା । କିନ୍ତୁ କାର୍ଯ୍ୟକର୍ତ୍ତାଙ୍କ କଠିନ ପରିଶ୍ରମ ପାଇଁ ଆମେ ଶାସନ କ୍ଷମତାରେ ପହଁଚିଛୁ ।
କେବଳ କର୍ମକର୍ତ୍ତାଙ୍କ ପରିଶ୍ରମ ପାଇଁ ଓଡ଼ିଶାର ଚିତ୍ର ବଦଳିଛି । ୨୦୩୬ରେ ବିକଶିତ ଓଡ଼ିଶା ଏବଂ ୨୦୪୭ ବିକଶିତ ଭାରତ ହେବ, ସେ ଦୃଢ଼ତାର ସହ କହିଛନ୍ତି । ସେହିପରି ରାଜ୍ୟରେ ବିଜେପି ସରକାର ପୂରଣ କରିଥିବା ସମସ୍ତ ପ୍ରତିଶ୍ରୁତିର ପୁନରାବୃତ୍ତି କରିଛନ୍ତି ।
ଦାୟିତ୍ୱ ବଢ଼ିଛି, ସରକାର ଆଣିବା ଯେତିକି କଷ୍ଟ ଥିଲା ସଂକଳ୍ପ ପୂରା କରିବା ଦାୟିତ୍ୱ ସେତିକି ବଢ଼ିଛି । ଓଡ଼ିଶାର ବହୁତ ସମସ୍ୟା ରହିଛି । ସେହିସବୁ ସମସ୍ୟାର ସମାଧାନ କରାଯିବ ବୋଲି ସେ ପୁଣି ପ୍ରତିଶ୍ରୁତି ଦେଇଛି ।
ସେ ଆହୁରି କହିଛନ୍ତି, ୭୮ ବର୍ଷର ସମସ୍ୟାକୁ ସମାଧାନର ଉତ୍ତର ହେଉଛି ବିଜେପି ଓ ମୋହନ ମାଝୀର ସରକାର । ସବୁ ସମସ୍ୟାର ସମାଧାନ ହେବ । ଶୋଇବା ନାହିଁ କହିଥିଲେ ଆଉ ଶୋଇଲେ ନାହିଁ ସରକାର ଗଠନ କଲେ ।
ଦାୟିତ୍ୱ ବଢ଼ିଛି, ଆମେ ଶୋଇବା ନାହିଁ, ଲୋକଙ୍କ ସେବା କରିବାକୁ ସେ କର୍ମକର୍ତ୍ତାଙ୍କୁ ଆହ୍ୱାନ କରିଛନ୍ତି । ତାକୁ ଆମେ ପାଳନ କରି ଲୋକଙ୍କ କାର୍ଯ୍ୟକରିବା । ୨୧ରୁ ୧୧ ପ୍ରତିଶ୍ରୁତି ଏକବର୍ଷର ପାଳନ କରିଛୁ କ୍ଷ କେନ୍ଦ୍ର ସରକାର ଯେଉଁ ଆଶା ଆମ ଠାରୁ ରଖିଛନ୍ତି ତାହା ଆମେ ଓଡ଼ିଶା ବାସୀଙ୍କ ପାଇଁ କରି ଦେଖାଇବା । ବିଜେପି ଲମ୍ବା ଇନିଂସ ଖେଳିବ ଓ ଲମ୍ବା ସମୟ ଧରି ସରକାର ରହିବ ।
ସେହିପରି ମନମୋହନ କହିଛନ୍ତି ଯଦି ଅଜାଣତରେ କାହାକୁ କଷ୍ଟ ଦେଇଥିଲେ କ୍ଷମା କରିବେ । ନିଜ ଭିତରେ ପରିବର୍ତ୍ତନ ଆଣିବା ସହିତ ଟିମ୍ ସ୍ପିରିଟରେ କାମ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଶବ୍ଦକୋଷରେ ଅସମ୍ଭବ ଶବ୍ଦ ନାହିଁ, ତେଣୁ ଅସମ୍ଭାବକୁ ସମ୍ଭବ କରିବା । କେତେ କାର୍ଯ୍ୟକର୍ତ୍ତା ବଳିଦାନ ଦେଇଛନ୍ତି ଓ ମିଥ୍ୟା ମାମଲାରେ ଜେଲ ଯାଇଛନ୍ତି ତାଙ୍କୁ ଆମେ ସମ୍ମାନ ଦେବା । ଏହା ସହିତ ଆରଏସଏସର ବିଚାର ଧାରାକୁ ଆଗକୁ ନେବାକୁ ସେ ପରାମର୍ଶ ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031