Indus Valley Times

ମନ କୀ ବାତ୍ @100: ଓଡ଼ିଶାର ଡି ପ୍ରକାଶ ରାଓଙ୍କୁ ମନେ ପକାଇଲେ ମୋଦି

 Breaking News

ମନ କୀ ବାତ୍ @100: ଓଡ଼ିଶାର ଡି ପ୍ରକାଶ ରାଓଙ୍କୁ ମନେ ପକାଇଲେ ମୋଦି

ମନ କୀ ବାତ୍ @100: ଓଡ଼ିଶାର ଡି ପ୍ରକାଶ ରାଓଙ୍କୁ ମନେ ପକାଇଲେ ମୋଦି
April 30
17:53 2023

ନୂଆଦିଲ୍ଲୀ,୩୦/୪: ଗରିବ ପିଲାଙ୍କ ଶିକ୍ଷା ପାଇଁ ଅଭିଯାନ ଚଳାଇଥିବା ଓଡ଼ିଶାର କଟକ ସହରର ଚା ବିକ୍ରେତା ସ୍ବର୍ଗତ ଡି. ପ୍ରକାଶ ରାଓଙ୍କ କଥା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମଦୀ ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ର ୧୦୦ତମ ସଂସ୍କରଣରେ ସ୍ମରଣ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଲେ, ଶିକ୍ଷା ଅଥବା ସଂସ୍କୃତି ବିଷୟ ହେଉ, ସଂରକ୍ଷଣ ଅବା ପ୍ରଚାର ପ୍ରସଙ୍ଗ ହେଉ, ଏସବୁ ଭାରତର ପ୍ରାଚୀନ ପରମ୍ପରା। ଏ କ୍ଷେତ୍ରରେ ଆଜି ଦେଶ ଯେଭଳି କାମ କରୁଛି ତାହା ବାସ୍ତବିକ ପ୍ରଶଂସାଯୋଗ୍ୟ। ‘ଜାତୀୟ ଶିକ୍ଷା ନୀତି’ ହେଉ ଅବା ଆଞ୍ଚଳିକ ଭାଷାରେ ଅଧ୍ୟୟନ ବିକଳ୍ପ ହେଉ, କିଂବା ଶିକ୍ଷାରେ ପ୍ରଯୁକ୍ତି ଅନ୍ତର୍ଭୁକ୍ତିକରଣ ହେଉ, ଆପଣମାନେ ଅନେକ ପ୍ରଚେଷ୍ଟା ଦେଖୁଥିବେ।
ବିଦ୍ୟାଳୟରୁ ପାଠପଢ଼ା ଛାଡୁଥିବା ଶିକ୍ଷାର୍ଥୀଙ୍କ ସଂଖ୍ୟା ହ୍ରାସ କରିବା ଓ ଉନ୍ନତ ଶିକ୍ଷା ପାଇଁ କିଛି ବର୍ଷ ପୂର୍ବେ ‘ଗୁଣୋତ୍ସବ’ ଓ ‘ଶାଲା ପ୍ରବେଶୋତ୍ସବ’ ଭଳି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଗୁଜରାଟରେ ଏହି ଅଭିଯାନରେ ଜନସାଧାରଣଙ୍କ ଭାଗିଦାରିତାର ଚମତ୍କାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି।
ଶିକ୍ଷା କ୍ଷେତ୍ରରେ ନିଃସ୍ବାର୍ଥ ଭାବେ କାର୍ଯ୍ୟ କରୁଥିବା ଏଭଳି ଅନେକ ବ୍ୟକ୍ତିଙ୍କ ପ୍ରଚେଷ୍ଟା ଆମେ ‘ମନ୍ କୀ ବାତ୍’ରେ ଅବତାରଣା କରିଛନ୍ତି। ଆପଣମାନଙ୍କର ସ୍ମରଣ ଥାଇପାରେ ଥରେ ଆମେ ଓଡ଼ିଶାର ଚା ବିକ୍ରେତା ସ୍ବର୍ଗତ ଡି. ପ୍ରକାଶ ରାଓଙ୍କ କଥା ଆଲୋଚନା କରିଥିଲେ। ଗରିବ ପିଲାଙ୍କୁ ଶିକ୍ଷିତ କରିବା ଥିଲା ତାଙ୍କର ‘ମିସନ୍’ ବା ଜୀବନର ଲକ୍ଷ୍ୟ।
ସେହିପରି, ଝାଡ଼ଖଣ୍ଡ ଗାଁଗଣ୍ଡାରେ ‘ଡିଜିଟାଲ୍ ପାଠାଗାର’ ଚଳାଉଥିବା ସଞ୍ଜୟ କଶ୍ୟପ ହୁଅନ୍ତୁ, କୋଭିଡ୍ ସମୟରେ ଇ-ଲର୍ଣ୍ଣିଙ୍ଗ୍ ଜରିଆରେ ଅନେକ ପିଲାଙ୍କୁ ସାହାଯ୍ୟ କରିଥିବା ହେମଲତା କେ. ଏନ୍. ହୁଅନ୍ତୁ, ‘ମନ୍ କୀ ବାତ୍’ରେ ଆମେ ଏମିତି ଅନେକ ଶିକ୍ଷକଙ୍କ ଦୃଷ୍ଟାନ୍ତ ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031