Indus Valley Times

ମା’ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

 Breaking News

ମା’ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

ମା’ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ
June 24
10:38 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୨୪/୬ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିକଟସ୍ଥ ବିରାଗୁଡା ଠାରେ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି ଠାରୁ ତିନି ଦିନ ଧରି ମାଁ ବନଦୁର୍ଗା ଦେବୀଙ୍କ ପ୍ରତିଷ୍ଠା କାର୍ଯ୍ୟ ବୈଦିକ ରୀତିରେ ଆରମ୍ଭ ହୋଇଛି।
ପ୍ରଥମ ଦିନ ରେ ଦମଦେଇ ଓ ଆପ୍ରା ନଦୀ ର ସଙ୍ଗମ ସ୍ଥଳ ରୁ କଳସ ରେ ପଵିତ୍ର ଜଳ ନେଇ କଳସ ଯାତ୍ରା ହୋଇଥିବା ବେଳେ, ଅଙ୍କୁରାରୋପଣ ଓ ଅଧିବାସ ଅନୁଷ୍ଠିତ ହୋଇଯାଇଛି।
ମୁଖ୍ୟ ପୂଜକ ପ୍ରମୋଦ କୁମାର ମହାପାତ୍ର, ଜଗତସିଂପୁର ର ଜଗନ୍ନାଥ ପଣ୍ଡା, ଯାଜପୁରରୁ ପ୍ରକାଶ ପଣ୍ତା ତିନି ପୂଜକ ପୁଜା କାର୍ଯ୍ୟରେ ନିୟୋଜିତ ରହିଥିବା ବେଳେ କର୍ତ୍ତା ଭାବରେ ସୁରେଶ ପଣ୍ତା ଓ ଧର୍ମ ପତ୍ନି ମଧୁ ଲିକା ପଣ୍ତା ରହିଛନ୍ତି ।
ମଙ୍ଗଳବାର ଦିନ ନାମଯଜ୍ଞ, ଘୃତଯଜ୍ଞ, ଅନ୍ନଯଜ୍ଞ, ରତ୍ନମୁଦ ଓ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ହୋଇଥିବା ବେଳ ବୁଧବାର ଦିନ ଯମୁନା ଯାତ୍ରା, ମାଁ ଙ୍କ ପ୍ରାଣ ପ୍ରତିଷ୍ଠା ଓ ଯଜ୍ଞର ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ରହିଥିବା କମିଟି ପକ୍ଷରୁ କୁହାଯାଇଛି।
ଆଦିବାସୀ ମହାବିଦ୍ୟାଳୟରେ +୩ ପ୍ରଥମ ପର୍ଯ୍ୟାୟ ନାମଲେଖା ଆରମ୍ଭ
ବାଲିଗୁଡା, ୨୪/୬ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ରେ +୩ କଳା, ବିଜ୍ଞାନ ଓ ବାଣିଜ୍ୟ ସମ୍ମାନ ଶ୍ରଣୀରେ ପ୍ରଥମ ପର୍ଯ୍ୟାୟ ନାମଲେଖା ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ।
ଅଧ୍ୟକ୍ଷ ଡ.ବିଭୂତି ଭୂଷଣ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ମାର୍ଗ ଦର୍ଶନରେ ସମ୍ପୂର୍ଣ୍ଣ ଆଡ଼ମିସନ ଟିମ୍ ଏହି କାର‌୍ୟ୍ୟ ସୁଚାରୁ ରୂପେ ପରିଚାଳନା କରୁଛନ୍ତି ।
ସୂଚନା ଯୋଗ୍ୟ ଯେ, ଏହି ପୁରାତନ ମହାବିଦ୍ୟାଳୟ ଟି ୧୯୭୯ ମସିହା ଅଗଷ୍ଟ ୩୦ ତାରିଖ ରେ ପ୍ରତିଷ୍ଠିତ ହୋଇଥିବା ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଅନ୍ୟତମ ଅଗ୍ରଣୀ ଘରୋଇ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଭାବେ ବେଶ ପରିଚିତ ହୋଇ ପାରିଛି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031