Indus Valley Times

‘ମିସ୍ ୟୁନିଭର୍ସ’ ୨୦୨୩: ନିକାରାଗୁଆର ସେଏନିସ୍ ପାଲାସିଓ ଜିତିଲେ’ ମିସ୍ ୟୁନିଭର୍ସ ୨୦୨୩’ର ମୁକୁଟ

 Breaking News

‘ମିସ୍ ୟୁନିଭର୍ସ’ ୨୦୨୩: ନିକାରାଗୁଆର ସେଏନିସ୍ ପାଲାସିଓ ଜିତିଲେ’ ମିସ୍ ୟୁନିଭର୍ସ ୨୦୨୩’ର ମୁକୁଟ

‘ମିସ୍ ୟୁନିଭର୍ସ’ ୨୦୨୩: ନିକାରାଗୁଆର ସେଏନିସ୍ ପାଲାସିଓ ଜିତିଲେ’ ମିସ୍ ୟୁନିଭର୍ସ ୨୦୨୩’ର ମୁକୁଟ
November 19
12:02 2023

ସାନ୍ ସାଲ୍ଭାଡର୍, ୧୯/୧୧: ରବିବାର କେନ୍ଦ୍ରୀୟ ଆମେରିକୀୟ ରାଷ୍ଟ୍ର ଏଲ୍ ସାଲ୍ଭାଡର୍ର ଜସ୍ ଏଡଲ୍ଫୋ ପିନିଡା ରଙ୍ଗମଞ୍ଚରେ ଆୟୋଜିତ ୭୨ତମ ‘ମିସ୍ ୟୁନିଭର୍ସ’ ସୌନ୍ଦର‌୍ୟ୍ୟ ପ୍ରତିଯୋଗିତାରେ ନିକାରାଗୁଆର ସେଏନିସ୍ ପାଲାସିଓ ‘ମିସ୍ ୟୁନିଭର୍ସ ୨୦୨୩’ ମୁକୁଟ ବିଜୟିନୀ ହୋଇଛନ୍ତି।
‘ମିସ୍ ୟୁନିଭର୍ସ ୨୦୨୨’ ଆର୍’ବନ୍ନି ଗାବ୍ରିଏଲ୍ ତାଙ୍କୁ ମୁକୁଟ ପିନ୍ଧାଇଛନ୍ତି। ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ନିକାରାଗୁଆ, ଅଷ୍ଟ୍ରେଲିଆ ଓ ଥାଇଲାଣ୍ଡ୍ ଶ୍ରେଷ୍ଠ ୩ ସ୍ଥାନରେ ସ୍ଥାନିତ ହୋଇଛନ୍ତି।
‘ମିସ୍ ୟୁନିଭର୍ସ’ ବିଜୟିନୀ ହେବାରେ ସେଏନିସ୍ ପାଲାସିଓ ହେଉଛନ୍ତି ନିକାରାଗୁଆର ପ୍ରଥମ ମହିଳା।
ଏହି ପ୍ରତିଯୋଗିତାରେ ଥାଇଲାଣ୍ଡ୍ର ଆଣ୍ଟୋନିଆ ପୋର୍ସିଲ୍ଡ୍ ପ୍ରଥମ ଓ ଅଷ୍ଟ୍ରେଲିଆର ମୋରାୟା ୱିଲ୍ସନ୍ ଦ୍ବିତୀୟ ରନର୍-ଅପ୍ ଘୋଷିତ ହୋଇଛନ୍ତି।
ସେହିପରି, ଭାରତରୁ ପ୍ରତିଦ୍ବନ୍ଦ୍ବିତା କରିଥିବା ଚଣ୍ଡୀଗଡ଼ର ଶ୍ବେତା ଶ୍ରଦ୍ଧା ସେମି-ଫାଇନାଲ୍ରେ ଉତ୍ତୀର୍ଣ୍ଣ ହୋଇ ଶ୍ରେଷ୍ଠ ୨୦ଜଣଙ୍କ ମଧ୍ୟରେ ଥିଲେ। କିନ୍ତୁ, ‘ସୁଇମ୍ ସୁଟ୍’ ରାଉଣ୍ଡ୍ରେ ସେ ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ସ୍ଥାନିତ ହେବାରେ ଅସଫଳ ହୋଇଥିଲେ।
ସୂଚନାଯୋଗ୍ୟ, ଚଳିତ ବର୍ଷ ପ୍ରଥମ କରି ପାକିସ୍ତାନ ମଧ୍ୟ ‘ମିସ୍ ୟୁନିଭର୍ସ’ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲା।
ଚଳିତ ବର୍ଷର ଏହି ପ୍ରତିଯୋଗିତାରେ ୮୪ ଦେଶ ଓ ଅଞ୍ଚଳର ପ୍ରତିଯୋଗୀମାନେ ପରସ୍ପର ସହିତ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଏହି ପ୍ରତିଯୋଗିତା ଉପସ୍ଥାପନ କରିଥିଲେ ଆମେରିକୀୟ ଟେଲିଭିଜନ୍ ବ୍ୟକ୍ତିତ୍ବ ଜିନି ମାଇ, ‘ମିସ୍ ୟୁନିଭର୍ସ ୨୦୧୨’ ଅଲିଭିଆ କ୍ୟୁଲ୍ପୋ ଓ ଆମେରିକୀୟ ଟେଲିଭିଜନ୍ ଉପସ୍ଥାପିକା ମାରିଆ ମିନୋନସ୍।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031