Indus Valley Times

ମୁଣ୍ଡାପଡା ୟୂପି ସ୍କୁଲର ପ୍ରଧାନ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ସ୍କୁଲ୍ ଫାଟକରେ ତାଲା ପକାଇଲେ ଅଭିଭାବକ

 Breaking News

ମୁଣ୍ଡାପଡା ୟୂପି ସ୍କୁଲର ପ୍ରଧାନ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ସ୍କୁଲ୍ ଫାଟକରେ ତାଲା ପକାଇଲେ ଅଭିଭାବକ

ମୁଣ୍ଡାପଡା ୟୂପି ସ୍କୁଲର ପ୍ରଧାନ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ସ୍କୁଲ୍ ଫାଟକରେ ତାଲା ପକାଇଲେ ଅଭିଭାବକ
September 24
09:37 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୪/୯ : ବୌଦ୍ଧ ବ୍ଲକ ମୁଣ୍ଡାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ସ୍କୁଲ୍ ଫାଟକରେ ତାଲା ପକାଇ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି ଅଭିଭାବକ । ମିଳିଥିବା ସୂଚନା ଅନୁଯାୟୀ ମୁଣ୍ଡାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଥିବା ବେଳେ ୨୧୫ ଜଣ ଛାତ୍ର ଛାତ୍ରୀ ରହିଛନ୍ତି ।
ବିଦ୍ୟାଳୟରେ ୬ ଜଣ ଶିକ୍ଷକ ଅଛନ୍ତି ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିବା ଶେଷଦେବ ପ୍ରଧାନଙ୍କୁ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଡୋଶୀ ଖମାରୀ ପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରିଛନ୍ତି ଓ ମାତ୍ର କିଛି ମାସ ଚାକିରି ଥିବା ଜଣେ ପ୍ରଧାନ ଶିକ୍ଷକଙ୍କୁ ଏଠାକୁ ପଠାଯାଇଛି । ଆଜି ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଧାନ ରିଲିଭ ହେଉଥିବା ଖବର ପଇ ବିଦ୍ୟାଳୟ କମିଟି ଓ ଅଭିଭାବକ ମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ସେମାନେ ପ୍ରଧାନ ଶିକ୍ଷକ ଶେଷଦେବ ପ୍ରଧାନଙ୍କ ବଦଳି ବାତିଲ କିମ୍ବା କିଛି ବର୍ଷ ଚାକିରି ଥିବା ଜଣେ ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତ କରିବାକୁ ଦାବି କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930