Indus Valley Times

ମୁରୁଶୁଣ୍ଢୀ ଗ୍ରାମ ପଂଚାୟତ ରେ ଘରେ ଘରେ ହାତ, ଘରେ ଘରେ କଂଗ୍ରେସ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ମୁରୁଶୁଣ୍ଢୀ ଗ୍ରାମ ପଂଚାୟତ ରେ ଘରେ ଘରେ ହାତ, ଘରେ ଘରେ କଂଗ୍ରେସ କାର୍ଯ୍ୟକ୍ରମ ଅନୁଷ୍ଠିତ

October 20
18:52 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୦/୧୦: ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ବୌଦ୍ଧ ବ୍ଲକ ମୁରୁଶୁଣ୍ଢୀ ଗ୍ରାମ ପଂଚାୟତ ର ପଲାସ, ଜଗଦିଶ ପୁର, କଣ୍ଟୁଆଣି, ତେତେଲେଙ୍ଗା,ଡାଙ୍ଗପଡ଼ା,ଲୁଣ୍ଡାବେଣି, ଟୁଟୁଶିଙ୍ଗା ଆଦି ଗ୍ରାମର ପ୍ରତ୍ୟେକ ଘରକୁ ଘର କଂଗ୍ରେସ କର୍ମୀମାନେ ଯାଇ କଂଗ୍ରେସ ଦଳ ଶାସନ କ୍ଷମତା ରେ ଥିବା ବେଳେ ସମାଜ ର ସମସ୍ତ ବର୍ଗଙ୍କ ପାଇଁ କରୁଥିବା ଜନହିତକର କାର୍ଯ୍ୟକ୍ରମ ।
ବର୍ତ୍ତମାନ ର କେନ୍ଦ୍ର ଓ ରାଜ୍ୟରେ ଶାସନ କରୁଥିବା ସରକାର ର ସମସ୍ତ ଖାଉଟି ପଦାର୍ଥ ଗୁଡିକୁ ୧୮ ପ୍ରତିଶତ ଜି ଏସ ଟି ଅସୁଲ କରିବା ସହ ଅହେତୁକ ଭାବେ ସମସ୍ତ ଦରଦାମ ବୃଦ୍ଧି କରି ଚାଲିଛି ।
ଯାହା ଫଳରେ ପରିବାର ଭରଣ ପୋଷଣ କରିବା ବହୁ କଷ୍ଟ ସାଧ୍ୟ ହୋଇପଡୁଛି । ବିଜେପି ଓ ବିଜେଡ଼ି ସରକାର କେବଳ ଧନୀ ମାନଙ୍କର ଉନ୍ନତି ରେ କାମ କରୁଛି କିନ୍ତୁ ସମାଜ ର ମଧ୍ୟମ ଓ ତଳ ସ୍ତରର ପରିବାର ମାନଙ୍କ ପାଇଁ ଏବେ ଏକ ଅଭିଶାପ ସଦୃଶ୍ୟ ହୋଇ ଯାଇଛି ।
ତେଣୁ ଆଗକୁ ହେବାକୁ ଥିବା ନିର୍ବାଚନ ରେ ଏହି ଦୁଇ ଦଳ କୁ ଆଉ ଭୋଟ ନ ଦେଇ କଂଗ୍ରେସ ଦଳ କୁ ଏଥର ବାଛନ୍ତୁ ଏବଂ ସମାଜର ସମସ୍ତ ବର୍ଗର ପରିବାର ଲାଭବାନ ହେବେ ବୋଲି କଂଗ୍ରେସ କର୍ମୀ ମାନେ ଉପସ୍ଥିତଲୋକ ମାନଙ୍କୁ ଅବଗତ କରୁ ଥିଲେ । ଯେଉଁ ସବୁ ରାଜ୍ୟ ମାନଙ୍କରେ କଂଗ୍ରେସ ଦଳ ଶାସନ କରୁଛି ସେହି ରାଜ୍ୟ ମାନଙ୍କରେ କୃଷି ଋଣ ଛାଡ଼ କରା ଯାଉଛି । ରନ୍ଧନ ଗ୍ୟାସ ହାଣ୍ଡି ୫୦୦ ଟଙ୍କାରେ ମିଳୁଛି । ଏତଦ ବ୍ୟତୀତ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଓବିସି ବର୍ଗର ଲୋକଙ୍କୁ ସମସ୍ତ କ୍ଷେତ୍ରରେ ଉଚ୍ଚିତ ଭାଗିଦାରୀ ଓ ନ୍ୟାୟ ପ୍ରଦାନ ପାଇଁ ସଂଗ୍ରାମ ଜାରି ରଖି ଛନ୍ତି ବୋଲି ନେତାମାନେ ଲୋକଙ୍କୁ ବୁଝାଇ ଥିଲେ ।
କାର୍ଯ୍ୟକ୍ରମରେ ରେ ଜିଲ୍ଲା କଂଗ୍ରେସ ମୁଖ୍ୟ ମୁଖପାତ୍ର ଶାନ୍ତନୁ କୁମାର ମହାପାତ୍ର , ଉପ ସଭାପତି ସମରେଶ ମିଶ୍ର, ହରଭଙ୍ଗା ବ୍ଲକ କଂଗ୍ରେସ ସଭାପତି ପଙ୍କଜ କୁମାର କର୍ଣ୍ଣ, ଅର୍ଜୁନ ମହାନନ୍ଦିଆ, ପୌଲସ୍ତି ପ୍ରଧାନ, ପ୍ରଦୀପ ଦାସ, ପ୍ରମୋଦ ପ୍ରଧାନ, ଜୟନ୍ତ ପାଣିଗ୍ରାହୀ, ରହିତାଶ୍ଵ ବେହେରା, ଅଭିଳାଷ ସ୍ୱାଇଁ, ପ୍ରଦୀପ ପ୍ରଧାନ, ସଂଜୀବ ନାୟକ, ଗୋପାଳ ବାଘ ପ୍ରମୁଖ ଉପସ୍ଥିତ ଥିଲେ ।

ଗଣ୍ଡିସର ରୀନା କହଁର ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଭାଗରଥୀ ଲୁହାକୁ ଆଜୀବନ କାରାଦଣ୍ଡ
ବୌଦ୍ଧ,୨୦/୧୦ : ଗଣ୍ଡିସର ଗ୍ରାମର ବହୁ ଚର୍ଚ୍ଚିତ ରୀନା କହଁର ହତ୍ୟାକାଣ୍ଡ ମାମଲାର ମାନ୍ୟବର ଜିଲା ଦୌରାଜଜ୍ ବିଚାର କରି ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନା ମୁତାବକ ବୌଦ୍ଧଥାନା ଅନ୍ତର୍ଗତ ଗଣ୍ଡିସର ଗ୍ରାମର ସାମନ୍ତ ହାତୀଙ୍କ ଝିଅ ରୀନା ବାଉଁଶୁଣୀ ଥାନା ଅନ୍ତର୍ଗତ ମାନେଶ୍ୱର ଗ୍ରାମର ଇନ୍ଦ୍ର କହଁରଙ୍କ ସହିତ ବିବାହ ଦେଇଥିଲେ । କିଛିବର୍ଷ ପରେ ଇନ୍ଦ୍ର କହଁରଙ୍କ ମଧୁମେହ ରୋଗରେ ମୃତ୍ୟୁ ହୋଇଯାଇଥିଲା ।
ସେହିଦିନ ଠାରୁ ରୀନା ନିଜର ପୈତୃକ ଗ୍ରାମ ଗଣ୍ଡିସର ରେ ପରିବାର ସହ ରହି ଆସୁଥିଲା । ଗତ ତା ୦୧.୦୭.୨୦୨୦ ରିଖରେ ରୀନା ଗ୍ରାମର ଆଉଜଣେ ସଂପର୍କିୟ ଝିଅ ସତ୍ୟବତୀ ହାତୀ ସହ ବାହାରକୁୂ ଯାଇ ଆଉ ଘରକୁ ଫେରିନଥିଲେ ।
ରୀନା ସଂପର୍କରେ ପରିବାରଲୋକ ସତ୍ୟବତୀକୁ ପଚାରିବାପରେ ସେ ମାନେଶ୍ୱର ଗ୍ରାମର ରଥୀ ଲୁହା ସହିତ ଯାଇଥିବା ପ୍ରକାଶ କରିଥିଲା । ରଥୀ ଲୁହା ରୀନାର ପରିବାର ସହିତ ପୂର୍ବ ପରିଚିତ ଥିବାରୁ ସେମାନେ ଝିଅ ଫେରିଆସିବ ଭାବିଥିଲେ ।
କିନ୍ତୁ ଚାରିଦିନ ପର୍ଯ୍ୟନ୍ତ ରୀନା ଘରକୁ ନଫେରିବାରୁ ପରିବାରଲୋକ ତାକୁ ଖୋଜାଖୋଜି କରିଥିଲେ । ଗତ ୦୮.୦୭.୨୦୨୦ ରିଖ ଦିନ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ ସ୍ତ୍ରୀ ଲୋକର ଶବ ଝୁଲୁଥିବା ସୂଚନା ପାଇ ପରିବାରଲୋକ ସେଠିକୁ ଯାଇ ଦେଖିବା ପରେ ତାହା ରୀନାର ଶବ ବୋଲି ଚିହ୍ନଟ କରିବା ସହିତ ତାକୁ କିଏ ମାରି ଦେଇଥିବା ସନ୍ଦେହ କରି ବୌଦ୍ଧଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଅଭିଯୋଗ ପାଇବା ପରେ ବୌଦ୍ଧ ପୋଲିସ ଥାନା କେସ ନମ୍ବର ୧୩/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ କରାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ପୂର୍ବରୁ ରୀନାକୁ ହତ୍ୟା କରାଯାଇଥିବା ଜଣାପଡିବା ପରେ ପୋଲିସ ୧୮୧/୨୦ ରେ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।
ପୋଲିସ ପକ୍ଷରୁ ତଦନ୍ତରେ ଅଭିଯୁକ୍ତ ମାନେଶ୍ୱର ଗ୍ରାମର ଭାଗିରଥୀ ଲୁହା ସହିତ ରୀନାର ପ୍ରେମ ସଂପର୍କ ରହିଥିବା ଜାଣିବାକୁ ପାଇଥିଲା । ଏହି ମାମଲାରେ ପୋଲିସ ଅଭିଯୁକ୍ତ ଭାଗିରଥୀ ଲୁହାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ମାମଲାଟି ସ୍ପେଶାଲ କେସ ନମ୍ବର ୧୩ /୨୦ ହୋଇ ଜିଲା ଦୌରାଜଜ୍ ଙ୍କ ଅଦାଲତରେ ବିଚାର ହୋଇଥିଲା । ୨୬ ଜଣ ସାକ୍ଷୀଙ୍କ ବୟାନକୁ ଭିତି କରି ଅଭିଯୁକ୍ତ ବିରୋଧରେ ପ୍ରମାଣ ରହିଥିବା ନେଇ ଅଦାଲତ ଅଭିଯୁକ୍ତ ଭାଗିରଥୀ ଲୁହାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧୦ ହଜାର ଟଙ୍କାର ଜୋରିମାନା ଦଣ୍ଡାଦେଶ କରିଛନ୍ତି । ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସରକାରୀ ଓକିଲ ସବିତା କୁମାରୀ ପଣ୍ଡା ପରିଚାଳନା କରିଥିଲେ
ବୌଦ୍ଧ ମାର୍କଫେଡର ପୁର୍ବତନ ଭାରପ୍ରାପ୍ତ ଏରିଆ ମେନେଜର ଭୁବନେଶ୍ୱର ଠାରେ ଭିଜିଲାନ୍ସ ଦ୍ୱାରା ଗିରଫ
ବୌଦ୍ଧ,୨୦/୧୦: ବୌଦ୍ଧ ମାର୍କଫେଡର ପୁର୍ବତନ ଭାରପ୍ରାପ୍ତ ଏରିଆ ମେନେଜର ଭୁବନ ମୋହନ ଦାଶ ଭୁବନେଶ୍ୱର ଠାରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ନେଇ ସୂଚନା ଦିଆଯାଇଛି ।
ସୂଚନା ପ୍ରକାରେ ବୌଦ୍ଧ ମାର୍କଫେଡର ପୁର୍ବତନ ଭାରପ୍ରାପ୍ତ ଏରିଆ ମେନେଜର ଭୁବନ ମୋହନ ଦାଶ ସରକାରି ଅର୍ଥ ହେରାଫେରି ଅଭିଯୋଗରେ ୨୦୦୬ ମସିହାରେ ଚାକିରିରୁ ବରଖାସ୍ତ ହୋଇଥିଲେ ।
୨୦୦୭ ମସିହାରେ ଅଳସି ଓ ହଳଦି ମଞ୍ଜି କ୍ରୟ କରାଯିବା ନେଇ ୯ ଲକ୍ଷ ୬୬ ହଜାର ଟଙ୍କା ସରକାରି ଅର୍ଥ ହେରାଫେରି କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଫୁଲବାଣୀ ଭିଜିଲାନ୍ସ କୋର୍ଟରେ ମାମଲା ରୁ
ଜୁ ହୋଇଥିଲା । ଫେରାର ଥିବା ଭୁବନ ମୋହନ ଦାଶଙ୍କ ମୋବାଇଲ ଟ୍ରାକିଙ୍ଗ କରି ଭିଜିଲାନ୍ସ ଅଧିକାରୀମାନେ ଭୁବନେଶ୍ୱର ବାଲିଅନ୍ତା ରୁ ଗିରଫ କରି ଫୁଲବାଣୀର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରିଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031