Indus Valley Times

ମୋ ବସ୍ ଦୁର୍ଘଟଣା: ଝିଅ ପରେ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ମା

 Breaking News

ମୋ ବସ୍ ଦୁର୍ଘଟଣା: ଝିଅ ପରେ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ମା

ମୋ ବସ୍ ଦୁର୍ଘଟଣା: ଝିଅ ପରେ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ମା
February 17
11:38 2025

ଭୁବନେଶ୍ୱର,୧୭/୨: ମୋ’ ବସ୍ ଦୁର୍ଘଟଣାରେ ଗୁରୁତର ଥାଇ ଚିକିତ୍ସିତ ହେଉଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ଏମ୍ସରେ ଚିକିତ୍ସାଧୀନ ଥିଲେ। ଗତ ଶୁକ୍ରବାର ପାତ୍ରପଡ଼ାରେ ମା’-ଝିଅ ଏକ ସ୍କୁଟିରେ ଯାଉଥିବାବେଳେ ସ୍କୁଟି ସହ ୧୦୦ ମିଟର ଘୋଷାଡ଼ି ନେଇଯାଇଥିଲା ମୋ’ ବସ୍‌।
ଏହା ଦେଖି ପ୍ରତ୍ୟକ୍ଷଦର୍ଶୀଙ୍କ ହୋସ୍ ଉଡ଼ିଯାଇଥିଲା। ବସ୍ ଚାଳକ ଖୁବ୍ ଦ୍ରୁତ ଗତିରେ ଘୋଷାଡ଼ି ନେଇଥିଲେ ସ୍କୁଟିକୁ। ଲୋକମାନେ ଯେତେ ପାଟି କରି ଅଟକାଇବା ପାଇଁ ଚାହୁଁଥିଲେ ମଧ୍ୟ ଚାଳକ ଶୁଣି ନ ଥିଲେ। ଏହି ଦୃଶ୍ୟ ରାଜଧାନୀବାସୀଙ୍କ ଛାତି ଥରାଇ ଦେଇଥିଲା। ଏହି ଦୁର୍ଘଟଣାରେ ଝିଅଙ୍କର ମୃତ୍ୟୁ ହୋଇଥିବାବେଳେ ମା’ ଗୁରୁତର ହୋଇ ଚିକିତ୍ସିତ ହେଉଥିଲେ। ତେବେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ଘର ଫୁଲବାଣୀ ହୋଇଥିବାବେଳେ ସେ ଭୁବନେଶ୍ୱରେ ରହୁଥିଲେ ବୋଲି ଜଣାପଡ଼ିଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031